-+91-9937148622 |
prerana_bgr@rediffmail.com |
Thursday 9th July 2026 |
R.N.I. Regd No. ODIODI/2010/46693
Breaking News
17-Mar-2025
ଅତାବିରା, ବରଗଡ ଜିଲ୍ଲା ଅତାବିରା ବ୍ଲକ, ଟାଙ୍ଗରପାଲି ପଞ୍ଚାୟତ ଅନ୍ତର୍ଗତ ଜୁନାନି ଗ୍ରାମର ବାରପାହାଡ ର ଘଞ୍ଚ ଜଙ୍ଗଲ ଭିତରେ ଥିବା ବେଳଦମକି ପାଖରେ ଆଜି ଏକ ଅଜଣା ଶବ ପଡ଼ିଥିବା ଦେଖି ଜଙ୍ଗଲ ବିଭାଗ ଅତାବିରା ଓ ଅମ୍ବାଭୋନା ପୋଲିସ କୁ ଖବର ଦେଇଥିଲା ।ଫଳରେ ଉଭୟ ଥାନା ର ପୋଲିସ ସଦଳ ବଳେ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିଥିଲେ ।ନିକଟସ୍ଥ ଗ୍ରାମ ମାନଙ୍କୁ ଶବ ଚିହ୍ନଟ ପାଇଁ ପଚରl ଉଚୁରା କରିଥିଲେ ।କିନ୍ତୁ କେହି ଶବ କୁ ଚିହ୍ନି ନ ଥିବା ପୋଲିସ ସୂତ୍ରରୁ ଜଣ ପଡ଼ିଛି ।ଶବ କୁ ଦେଖି ପାଖ ପାଖି ୩୦ ରୁ ୪୦ ବର୍ଷ ବୟସର ବ୍ୟକ୍ତି ବୋଲି ପୋଲିସ ପ୍ରକାଶ କରିଛି ।ଶବ କୁ ବ୍ୟବଚ୍ଛେଦ ପାଇଁ ବରଗଡ ପଠାଇବା ସହ ଶବ କୁ ତିନି ଦିନ ମର୍ଚରି ରେ ରଖାଯିବ ।କଲେ କେହି ମୃତ ବ୍ୟକ୍ତିଙ୍କର ପରିଚିତ ଆସିଲେ ତାଙ୍କୁ ହସ୍ତାନ୍ତର କରାଯିବ ବୋଲି ।ତିନି ଦିନ ଭିତରେ କେହି ନ ଆସିଲେ ତାର ଅନ୍ତିମକ୍ରିୟା କରାଯିବ ବୋଲି ଅତାବିରା ପୋଲିସ ସୂତ୍ରରୁ ଜଣ ପଡ଼ିଛି ।ବ୍ୟକ୍ତିଙ୍କ ମୃତ୍ୟୁ କେଉଁ କାରଣରୁ ହୋଇଛି ତାହା ଅସ୍ପଷ୍ଟ ।