-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
16-Mar-2025
ବଲାଙ୍ଗିର(ଦେବାଶିଷ ବହିଦାର): ଆଜିର ଦିନରେ ଜନ୍ମ ଦିନକୁ ଲୋକେ ବନ୍ଧୁବାନ୍ଧବ ଙ୍କ ଗହଣରେ କେକ୍ କାଟି ନାଚ, ଗୀତ, ବ୍ୟାଣ୍ଡ ବାଜା ସହ ବଡ ଧୁମଧାମରେ ପାଳନ କରୁଛନ୍ତି । ଠିକ୍ ସେତିକି ବେଳେ କରାଟେ କୋଚ ତଥା ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇ ତାଙ୍କ ପୁତ୍ର ୟୁହାନ୍ ର ପଞ୍ଚମ ଜନ୍ମ ବାର୍ଷିକ ଉତ୍ସବକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି । ଜନ୍ମ ଦିନ ଅବସରରେ ୟୁହାନ ପଥରଚେପା ସ୍ଥିତ ଅଦୃତା ଆଶ୍ରମରେ ବାସ କରୁଥିବା ସମସ୍ତ ଛାତ୍ରଙ୍କୁ ଖାତା, କଲମ, ରବର, ରଙ୍ଗବକ୍ସ, କମ୍ପାସ, ପେନସିଲ ତଥା ଫଗୁ ରଙ୍ଗ ବଣ୍ଟନ କରିବା ସହ ଆଶ୍ରମ ଛାତ୍ରଙ୍କ ଗହଣରେ କେକ୍ କାଟି ଜନ୍ମ ଦିନ ପାଳନ କରିଛନ୍ତି । ଜନ୍ମଦିନ ଅବସର ରେ ଆଶ୍ରମ ପରିସରରେ ବୃକ୍ଷରୋପଣ ମଧ୍ୟ କରାଯାଇ ଥିଲା । ଏ ଅବସରରେ ପିତା ଅସିମ ଭୋଇ, ମାତା ସୁଧାରାଣୀ ବିଶ୍ୱାଲ, ଆଇ କୁମୁଦିନି ଭୋଇ ତଥା ଆଶ୍ରମ ଡାଇରେକ୍ଟର ଓମ୍ ପ୍ରକାଶ ଛତ୍ରିଆ, ଚନ୍ଦ୍ରମଣି ରଣା, ବିକାଶ ବିଶ୍ୱାଲ, ବିରେନ ଗଡତ୍ୟା, ସୁବାଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।