-+91-9937148622 |
prerana_bgr@rediffmail.com |
Monday 20th April 2026 |
R.N.I. Regd No. ODIODI/2010/46693
Breaking News
07-Mar-2025
ଲୋଇସିଂହା, (ବିନୋଦ ଦୀପ) ଆଜି ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ସମ୍ମୁଖରେ ଯୁବନେତା ନିହାର ରଞ୍ଜନ ବେହେରା ଙ୍କ ନେତୃତ୍ଵରେ ଲୋଇସିଂହା ବିଜେଡି ପକ୍ଷରୁ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି l ଗତ ପଚିଶ ବର୍ଷ ହେଲା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ ମାର୍ଚ୍ଚ ୫ ତାରିଖ କୁ ପଞ୍ଚାୟତିରାଜ ଦିବସ ଭାବରେ ପାଳନ କରାଯାଉଥିଲା ମାତ୍ର ଏଥର ରାଜ୍ୟ ବିଜେପି ଡବଲ ଇଞ୍ଜିନ ସରକାର ମାର୍ଚ୍ଚ ୫ ତାରିଖ କୁ କେବଳ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିନ ଭାବରେ ପାଳନ କରିବା ନିଷ୍ପତି ନେବା ସହ ପଞ୍ଚାୟତି ରାଜ ଦିବସକୁ ଏପ୍ରିଲ ୨୪ ତାରିଖକୁ ବଦଳାଇ ଦେଇଛନ୍ତି l ଏଣୁ ଏହା ବିରୋଧରେ ବିଜେଡି ଦଳ ପକ୍ଷରୁ ନିନ୍ଦା କରାଯିବା ସହ ବିଜୁ ପଟ୍ଟନାୟକଙ୍କ ସମ୍ମାନକୁ ହାନି କରିବାକୁ ଏହା ବିଜେପି ର ଏକ ହିନ ରାଜନୀତି ବୋଲି ଦଳୀୟ କର୍ମକର୍ତ୍ତା ମାନେ ଏହାକୁ ତୀବ୍ର ଅସନ୍ତୋଷ ଜାହିର କରିଛନ୍ତି । ତେଣୁ ସାରା ରାଜ୍ୟର ସମସ୍ତ ବ୍ଲକ , ଜିଲ୍ଲାପାଳ ଅଫିସ ରେ ପ୍ରତିବାଦ କରିଥିବା ବେଳେ ଲୋଇସିଂହା ର ଥାନା ସମ୍ମୁଖରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଉକ୍ତ ପ୍ରତିବାଦ ସଭାରେ ବ୍ଲକ ସଭାପତି ହୃଦାନନ୍ଦ ବେହେରା, ବ୍ଲକ ସଭାନେତ୍ରୀ ଯୋସ୍ନାମୟି ନାଗ, ଦୁର୍ଗାପlଲି ସରପଞ୍ଚ ଜନନୀ ନାଏକ, ଆଗଲପୁର ବ୍ଲକ ସଭାପତି ପଞ୍ଚୁ ପ୍ରଧାନ, ଆଗଲପୁର ବ୍ଳକ ଉପାଧ୍ଯକ୍ଷl ନିରୁପମା ପ୍ରଧାନ, ବରିଷ୍ଠ ବିଜେଡି ନେତା ପ୍ରଦୀପ ସାହୁ, ହିରାପୁର ସରପଞ୍ଚ ରମାକାନ୍ତ ବିଶ୍ଵାଳ, ସରଗlଡ ସରପଞ୍ଚ ସରୋଜ ବେହେରା, ଜିଲ୍ଲାପରିଷଦ ପ୍ରତିନିଧି କୈଳାସ ବରିହା, ସୁଶୀଲ ପାଣ୍ଡେ, ହେମାଲ ମେଶୁଆ,କ୍ଷୀରୋଦ ସାଥୁଆ, ପ୍ରକାଶ କୁମାର ରଣା, ଟିବୁଲୁ କଦମ୍, ଅଂଶୁମାନ ଗୁରୁ ଙ୍କ ସମେତ ସମସ୍ତ ବିଜୁ ଜନତା ଦଳ କର୍ମକର୍ତ୍ତା ଯୋଗ ଦେଇଥିଲେ l