-+91-9937148622 |

prerana_bgr@rediffmail.com |

  Sunday 13th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   (12-Sep-2026)       ||      ବଲାଙ୍ଗୀର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (12-Sep-2026)       ||      ବାଲାଜୀ କଲେଜ ଅଫ ନର୍ସିଂ କୁ ମିଳିଲା ଏନ୍ଓସି♦️ ଚଳିତ ଶିକ୍ଷାବର୍ଷରେ ୫ଟି ପାଠ୍ୟକ୍ରମ ପାଇଁ ମିଳିଲା ଅନୁମୋଦନ   (12-Sep-2026)       ||      ଉଠା ଦୋକାନୀଙ୍କ ଦୁଃଖ♦️ଜୀବନ ଜୀବିକା କେତେ ଦୁର୍ବିସହ ପରିଶ୍ରମୀ ଏକା ଜାଣେ, ପରିଶ୍ରମ ଫଳ କେତେ ମିଠା ଲାଗେ ପ୍ରଦୀପ ଭାଇ ବଖାଣେ    (12-Sep-2026)       ||      ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ   (12-Sep-2026)       ||      ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   (11-Sep-2026)       ||      ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   (11-Sep-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   (11-Sep-2026)       ||      ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ    (11-Sep-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   (11-Sep-2026)       ||      ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   (11-Sep-2026)       ||     

HOME   ଜିଲ୍ଲା

■ ଏସିଆର ସର୍ବବୃହତ୍ ସାହିତ୍ୟ ଉତ୍ସବ ■ ୭ରୁ  ସାହିତ୍ୟ ଏକାଡେମୀର ସାହିତ୍ୟୋତ୍ସବ ୨୦୨୫ ■ ଉଦଘାଟନ କରିବେ କେନ୍ଦ୍ର ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ■୬ ଦିନିଆ ମହୋତ୍ସବରେ ଅଂଶଗ୍ରହଣ କରିବେ ୭ ଶହ ଲେଖକ ଏବଂ ବିଦ୍ୱାନ

06-Mar-2025



ନୂଆଦିଲ୍ଲୀ(ପ୍ରେରଣା ଖବର): କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରତିବର୍ଷ ଆୟୋଜିତ ହେଉଥିବା ସାହିତ୍ୟ ଉତ୍ସବ- ୨୦୨୫, ଚଳିତ ବର୍ଷ ଏସିଆର ସବୁଠାରୁ ବଡ଼ ସାହିତ୍ୟ ମହୋତ୍ସବ ଭାବରେ ଅନୁଷ୍ଠିତ ହେବ। ଗତ ବର୍ଷର ସାହିତ୍ୟୋତ୍ସବ ୨୦୨୪ ବିଶ୍ୱର ସବୁଠାରୁ ବୃହତ୍ ସାହିତ୍ୟ ମହୋତ୍ସବ ଥିଲା। ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ସାହିତ୍ୟ ଏକାଡେମୀର ସଚିବ କେ.ଶ୍ରୀନିବାସରାଓ। ସେ ଆହୁରି ସୂଚନା ଦେଇଛନ୍ତି ଯେ ୭ ମାର୍ଚ୍ଚରେ ସାହିତ୍ୟୋତ୍ସବକୁ କେନ୍ଦ୍ର ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ  ଗଜେନ୍ଦ୍ର ସିଂହ ଶେଖାୱତ ଉଦଘାଟନ କରିବେ। ଆସନ୍ତା ୭ ରୁ ୧୨ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀର ଫିରୋଜଶାହ ମାର୍ଗ ସ୍ଥିତ ରବିନ୍ଦ୍ର ଭବନ ପରିସରରେ ହେବାକୁ

ଥିବା ଏହି ସମାବେଶରେ ଶହେରୁ ଅଧିକ  ଅଧିବେଶନରେ ୭୦୦ରୁ ଅଧିକ  ଲେଖକ ଏବଂ ବିଦ୍ୱାନ ଅଂଶଗ୍ରହଣ କରିବେ। ଏଥିରେ ଦେଶର ବିଭିନ୍ନ ପାନ୍ତରୁ ୫୦ରୁ ଅଧିକ ଭାଷାର ପ୍ରତିନିଧିତ୍ୱ ରହିବ।
ଏଥର ସାହିତ୍ୟୋତ୍ସବର ମୁଖ୍ୟ ଆକର୍ଷଣ ହେବ ସାହିତ୍ୟ ଏକାଡେମୀ ପୁରସ୍କାର ୨୦୨୪ ପ୍ରଦାନ ସମାରୋହ। ଏହା ୮ ମାର୍ଚ୍ଚ ସନ୍ଧ୍ୟା ୫ଟାରେ କମାନୀ ଅଡିଟୋରିୟମ୍‌ରେ ଅନୁଷ୍ଠିତ ହେବ। ଏହି ପୁରସ୍କାର ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପ୍ରସିଦ୍ଧ ଇଂରାଜୀ ନାଟ୍ୟକାର ମହେଶ ଦତ୍ତାନୀ ଯୋଗଦେବେ। ୯ ମାର୍ଚ୍ଚ ସନ୍ଧ୍ୟା ୬.୩୦ରେ ମେଘଦୂତ ମୁକ୍ତାକାଶ ମଞ୍ଚରେ ପ୍ରଖ୍ୟାତ ଇଂରାଜୀ ଲେଖକ ଉପମନ୍ୟୁ ଚାଟାର୍ଜୀ  ସମ୍ବତ୍ସର ବକ୍ତୃତା ପ୍ରଦାନ କରିବେ। ସାହିତ୍ୟ ମହୋତ୍ସବରେ ହେବାକୁ ଥିବା ଜାତୀୟ ସଂପାନର ବିଷୟବସ୍ତୁ ହେଉଛି - ଭାରତୀୟ ସାହିତ୍ୟ ପରମ୍ପରା: ଐତିହ୍ୟ ଏବଂ ବିକାଶ। ଏହା ବ୍ୟତୀତ ପ୍ରସିଦ୍ଧ ମାଲୟଲମ ଲେଖକ ଓମଚେରି ଏନ.ଏନ. ପିଲ୍ଲାଇ ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ର, ମୋହନ ରାକେଶ ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ର, ବିଶିଷ୍ଟ ଗୀତିକାର ଗୋପାଳଦାସ ନୀରଜଙ୍କ ଗୀତ ସଂପର୍କରେ ଆଲୋଚନା, ଜିତେନ୍ଦ୍ର ଭାଟିଆଙ୍କ ସହ କଥାସନ୍ଧି ଏବଂ ସୁବୋଧ ସରକାରଙ୍କ ସହ ଲେଖକଙ୍କ ସହିତ ସାକ୍ଷାତ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସାଂସ୍କୃତିକ କାର୍ଯ୍ୟକ୍ରମରେ ରାକେଶ ଚୌରାସିଆଙ୍କ ବଂଶୀବାଦନ,

ଫୌଜିଆ ଦାସ୍ତାନଗୋଙ୍କ ଦାସ୍ତାନ-ଏ-ମହାଭାରତ ଏବଂ ନଳିନୀ ଜୋଶୀଙ୍କ ହିନ୍ଦୁସ୍ତାନୀ ଗାୟନ ପରିବେଷଣ କରାଯିବ।
ଏହି ମହୋତ୍ସବରେ ଭାରତର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ସହିତ ଦୁଇଟି ରାଜ୍ୟର  ରାଜ୍ୟପାଳ  ଆରିଫ୍ ମହମ୍ମଦ ଖାନ (ବିହାର) ଏବଂ  ପି.ଏସ. ଶ୍ରୀଧରନ ପିଲ୍ଲାଇ (ଗୋଆ) ସ୍ୱତନ୍ତ୍ର ଅତିଥି ଭାବରେ ଅଂଶଗ୍ରହଣ କରିବେ।
ଭାରତୀୟ ନଦୀମାନଙ୍କ ନାମରେ ନିର୍ମିତ ପ୍ରେକ୍ଷାଳୟମାନଙ୍କରେ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବହୁଭାଷୀ କବିତା ଓ ଗଳ୍ପ ପାଠ, ଉତ୍ତର-ପୂର୍ବ ଲେଖକ ସମ୍ମିଳନୀ, ଯୁବ ସାହିତ୍ୟ ଏବଂ ଏଲଜିବିଟିକ୍ୟୁ  ଲେଖକ ସମ୍ମିଳନୀ ବ୍ୟତୀତ, ଭାରତରେ ଆତ୍ମଜୀବନୀମୂଳକ ସାହିତ୍ୟ, ଭାରତର ସାହିତ୍ୟିକ କୃତିରେ ଗ୍ରାମୀଣ ସମାଜ, ବିଭାଜନ ଉପରେ କେନ୍ଦ୍ରିତ ଭାରତୀୟ ସାହିତ୍ୟ, ଅନୁବାଦରେ ସାଂସ୍କୃତିକ ଚିତ୍ରଣ, ସିନେମା ପ୍ରସ୍ତୁତ ହୋଇଥିବା ସାହିତ୍ୟିକ କୃତି, ସାହିତ୍ୟର ସାର୍ବଜନୀନତା, ବିଶ୍ୱ ସାହିତ୍ୟରେ ଭାରତୀୟ ସାହିତ୍ୟ, ସ୍ୱାଧୀନତା ପରବର୍ତ୍ତୀ ଭାରତୀୟ ସାହିତ୍ୟରେ ଜାତୀୟତାବାଦ ଇତ୍ୟାଦି ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରାଯିବ। ଏହି ଉତ୍ସବର ବିଭିନ୍ନ ଅଧିବେଶନରେ ଅନେକ ପ୍ରତିଷ୍ଠିତ ଏବଂ ଯୁବ ଓଡିଆ ଲେଖକ ଲେଖିକା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   13-Sep-2026
  ରାଜ୍ୟ  
ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   13-Sep-2026
  ଜିଲ୍ଲା  
ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   13-Sep-2026
  ଜିଲ୍ଲା  
ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ   12-Sep-2026
  ଜିଲ୍ଲା  
ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   12-Sep-2026
  ଜିଲ୍ଲା  
*ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   12-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   12-Sep-2026
  ଜିଲ୍ଲା  
ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   12-Sep-2026
  ଜିଲ୍ଲା  
ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   12-Sep-2026
  ଜିଲ୍ଲା  
ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   12-Sep-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ   12-Sep-2026
  ଜିଲ୍ଲା  
ବାଲାଜୀ କଲେଜ ଅଫ ନର୍ସିଂ କୁ ମିଳିଲା ଏନ୍ଓସି♦️ ଚଳିତ ଶିକ୍ଷାବର୍ଷରେ ୫ଟି ପାଠ୍ୟକ୍ରମ ପାଇଁ ମିଳିଲା ଅନୁମୋଦନ   12-Sep-2026

You Might Also Like