-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
06-Mar-2025
ବେଲପଡା(ତ୍ରିନାଥ ବାଗ): ସରକାର ଲୋକଙ୍କ ପାଇଁ ଯୋଜନା ଉପରେ ଯୋଜନା ପ୍ରଣୟନ କରିଛନ୍ତି,ହେଲେ ଅଫିସ ତଥା ସରକାରୀ କର୍ମଚାରୀଙ୍କର ଆନ୍ତରିକତାର ଅଭାବ ଯୋଗୁଁ ସାଧାରଣ ଜନତା ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି l
●●●●●●●●◇◇●●●●●●●●●
ଏ ଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି, ବେଲପଡା ବ୍ଲକ ପଣ୍ଡରିଯୋର ଗ୍ରାମ ପଞ୍ଚାୟତ ବିଛୁବାହାଲି ଗ୍ରାମ (ମାଝୀ) ତଳିପଡ଼ା ଏବଂ ହରିଜନ ପଡ଼ା ଠାରେ | ପାଣି ଟିକିଏ ପାଇଁ ଡହକ ବିକଳ ହୋଇ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ |
ସୂଚନା ଅନୁସାରେ; ବିଛୁବାହଲି ଗ୍ରାମର (ମାଝୀ)ତଳିପଡ଼ା ଗୋଟିଏ ନଳକୂପ ଉପରେ ନିର୍ଭର କରି ଚଲିଥାନ୍ତି l ହେଲେ ୨ମାସ ଉପରେ ହେଲାଣି ହରିଜନ ପଡ଼ାର ନଳକୂପ ଅଚଳ ହୋଇ ପଡିରହିଥିବା ବେଳେ (ମାଝୀ)ତଳିପଡ଼ାର ୨୦ଦିନ ହେଲାଣି ଅଚଳ ହୋଇ ପଡିଛି |
ଲୋକମାନେ ପାଣି ଟିକିଏ ପାଇଁ ପ୍ରଚଣ୍ଡ ରୌଦ୍ରତାପରେ ଦୂର ରେ ଥିବା ବାଲିକୁଆକୁ ଯାଇ ପାଣିସଂଗ୍ରହ କରି ଘରକୁ ଆଣୁଛନ୍ତି l
ତେଣୁ ଏହି ଉଭୟ ପଡ଼ାରେ ଥିବା ଅଚଳ ନଳକୂପକୁ ଶୀଘ୍ର ମରାମତି କରିବା ପାଇଁ ପଡାବାସୀ ଦାବୀ କରିଛନ୍ତି l