-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
05-Mar-2025
ଲୋଇସିଂହା, (ବିନୋଦ ଦୀପ) ଆସନ୍ତା ମାର୍ଚ୍ଚ ୮ ତାରିଖରେ ବିଶ୍ବ ମହିଳା ଦିବସ ପାଳିତ ହେବାକୁ ଯାଉଛି l ତା ପୂର୍ବରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟରେ ସୁଭଦ୍ରା ସଚେତନା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଲୋଇସିଂହା ବ୍ଲକ ମହିଳା ଶିଶୁ ବିକାଶ ବିଭାଗ ପକ୍ଷରୁ ବ୍ଲକର କୋଡିଏ ଟି ପଂଚାୟତରେ ସୁଭଦ୍ରା ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପଂଚାୟତର ସମସ୍ତ ଅଙ୍ଗନବାଡି କର୍ମୀ,କିଶୋରୀ ବାଳିକା, ଆଶାକର୍ମୀ, ଏସଏଚଜି ମହିଳା ବିଭିନ୍ନ ଗାଁରେ ଜନସାଧାରଣଙ୍କୁ ସୁଭଦ୍ରା ଯୋଜନା, ନାରୀ ସଶକ୍ତିକରଣ, ବାଲ୍ୟବିବାହ ବନ୍ଦ କରିବା,ସ୍ଵାସ୍ଥ୍ୟ ଓ ପୃଷ୍ଟି ସମ୍ବନ୍ଧୀୟ ଉପରେ ସ୍ଲୋଗାନ ଦେଇ ସଚେତନ କରାଇଥିଲେ l ପରେ ଲୋଇସିଂହା ଆଇ.ସି. ଡି. ଏସ କାର୍ଯ୍ୟାଳୟ ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା l ଉକ୍ତ ସଭାରେ ଲୋଇସିଂହା ସି. ଡି. ପି. ଓ ଗାୟତ୍ରୀ ବାରିକ ଙ୍କ ସହ ସେକ୍ଟର ସୁପରଭାଇଜର ଶ୍ରୀମତୀ ବିନନ୍ଦା ମିଶ୍ର ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ l ସୁଭଦ୍ରା ଯୋଜନାରେ ସହାୟତା ଅର୍ଥ ପାଇଥିବା ମହିଳାମାନେ କହିଥିଲେ କିଭଳି ଅର୍ଥ ବିନିଯୋଗ କରିଥିଲେ ଓ ନିଜେ ନିଜେ କିଭଳି ସ୍ବାବଲମ୍ବୀ ହୋଇପାରିଛନ୍ତି ମତ ପୋଷଣ କରିଥିଲେ l ରାଜ୍ୟ ସରକାର ମହିଳା ମାନଙ୍କୁ ସଶକ୍ତିକରଣ କରିବା ଉଦେଶ୍ୟରେ ଏହି ଯୋଜନା ଆରମ୍ଭ କରିଛନ୍ତି l ପାଞ୍ଚବର୍ଷ ମଧ୍ୟରେ ପଚାଶ ହଜାର ଲେଖାଏ ଟଙ୍କା ଯୋଗାଇ ଦେବାକୁ ରାଜ୍ୟ ସରକାର ସଂକଳ୍ପ ନେଇଛନ୍ତି l