-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
03-Mar-2025
ବଲାଙ୍ଗୀର(ପ୍ରେରଣା ଖବର): ସଇଁତଳା ବ୍ଲକ ଶିକ୍ଷା ଅଧିକାରୀ ତଥା ଗୁଡ଼ଭେଲା ର ପୂର୍ବତନ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ ଙ୍କ ଆଜି ଭୋର୍ ରୁ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି l ଶ୍ରୀ ଭୋଇ ଗତ କିଛି ଦିନ ଧରି କ୍ୟାନସର ରୋଗରେ ଆକ୍ରାନ୍ତ ହୋଇ ବାଙ୍ଗାଲୋରରେ ଚିକିତ୍ସାଧୀନ ଥିଲେ l ମୃତ୍ୟୁ ବେଳକୁ ତାଙ୍କୁ ୫୮ବର୍ଷ ହୋଇଥିଲା l ସ୍ଵର୍ଗତ ଭୋଇ ବୃତ୍ତିରେ ଜଣେ ସରକାରୀ କର୍ମଚାରୀ ହୋଇଥିଲେ ମଧ୍ୟ ନାଟକ, ଅଭିନୟ ଓ ନାଟ୍ୟ ନିର୍ଦ୍ଦେଶନା କ୍ଷେତ୍ରରେ ତାଙ୍କ ଅହେତୁକ ପାରଦର୍ଶିତା ଓ ରୁଚି ରହିଥିଲା l ଏଥିସହ ଜଣେ କବି ଭାବରେ ସେ ଅନେକ୍ ମନାଛୁଆଁ କବିତା ରଚନା କରି ପାଠକ ମହଲରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ l ତାଙ୍କ ବିୟୋଗରେ ସଇଁତଳା ଓ ବଲାଙ୍ଗୀର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l କଳା, ନିର୍ଦ୍ଦେଶନା ଓ ଅଭିନୟ କ୍ଷେତ୍ରରେ ସ୍ଵର୍ଗତ ଭୋଇ ଏକ ଅଲିଭା ଛାପ ଛାଡି ଚାଲି ଯାଇଛନ୍ତି l