-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
02-Mar-2025
ବୀରମହାରାଜପୁର,( ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ପଞ୍ଚାୟତ ଅନ୍ତର୍ଗତ ଟିକିରାପଡାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ପାଇଁ ରବିବାର ବିଶାଳ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସକାଳୁ ମହାନଦୀ ପଠାରେ ପହଞ୍ଚି ଗଙ୍ଗାମାତାଙ୍କୁ ଆବାହନ କରି ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା। ଏକ ଆଧ୍ୟାତ୍ମିକ ପରିବେଶରେ ନାମ ସଂକୀର୍ତ୍ତନ, ହୁଳହୁଳି, ଶଙ୍ଖ ଧ୍ବନିରେ ଏକୋଇଶି ଶହ ମହିଳା ପୂର୍ଣ୍ଣ କଳସି ଧରି ସୁବଳୟା ସହର ଓ ଟିକରପଡା ନଗର ପରିକ୍ରମା କରି ନାମ ମଣ୍ଡପ ଠାରେ ପହଞ୍ଚି କଳସ ସ୍ଥାପନ କରାଯାଇଥିଲା। ଏହି ଉତ୍ସବରେ ରାଜ୍ୟ ଗ୍ରାମ୍ଯ ଉନ୍ନୟନ, ପଞ୍ଚାୟତ ରାଜ ଓ ପାନୀୟଜଳ ବିଭାଗର ମନ୍ତ୍ରୀ ରବିନାରାୟଣ ନାୟକ, ସ୍ଥାନିୟ ବିଧାୟକ ଇଂ ରଘୁନାଥ ଜଗଦଲା, ବ୍ଲକ୍ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ ସମେତ ଅଞ୍ଚଳର ସରପଞ୍ଚ, ସମିତି ସଭ୍ଯ ଆଦି ଜନ ପ୍ରତିନିଧି ଯୋଗଦାନ କରିଥିଲେ। ଏଥିରେ ପୂଜକ ଆନନ୍ଦ ଷଡଙ୍ଗୀ, ସୀତାରାମ ପାଢୀ,ପ୍ରମୋଦ ମିଶ୍ର ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ରମାକାନ୍ତ ମେହେର, ଧର୍ମପତ୍ନୀ ଓ
ଯଜ୍ଞ ମଣ୍ଡପରେ ହରି ମେହେର , ଧର୍ମପତ୍ନୀ କର୍ତ୍ତା ଦାଇତ୍ୱ ନିର୍ବାହ କରିଥିଲେ। ଆଜି ଠାରୁ ଛପନ ପ୍ରହରୀ ନାମଯଜ୍ଞ ର ଅଧିବାସ ଆରମ୍ଭ ହେବା ସହ ଭାଗବତ ପାରାୟଣ, ଧନୁଯାତ୍ରା ଓ ମୀନାବଜାର ଆଦି ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଏହି ମହୋତ୍ସବରେ ବହୁ ମାନ୍ଯଗଣ୍ଯ ବ୍ଯକ୍ତିଙ୍କ ସମେତ ବହୁ ସଂଖ୍ୟକ ଭକ୍ତ ଯୋଗ ଦେବାର ସୂଚନା ରହିଛି। ଆସନ୍ତା ୧୦ ତାରିଖରେ ଏହା ଉଦଯାପିତ ହେବ। ପରିଚାଳନା କମିଟିର ସଭାପତି ଗିରିଧାରୀ ମେହେର, ଉପସଭାପତି ଶଙ୍କର ମେହେର, ସମ୍ପାଦକ ବିନାୟକ ମେହେର,ସହ ସମ୍ପାଦକ ଉପେନ୍ଦ୍ର ମେହେର,ବୈଶାଖୁ ମେହେରଙ୍କ ସହ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନା କରିଥିଲେ। ଶାନ୍ତି ଶୃଙ୍ଖଳା ପାଇଁ ସୁବଳୟା ପୋଲିସ ସାମିଲ ହୋଇଥିଲେ।