-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
02-Mar-2025
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର): ବେଲଟ ରେ ପିଟି ଲହୁଲୁହାଣ, କେବେ ଶୁଣିବ ପୋଲିସ ମହିଳାଙ୍କ ଗୁହାରି, କେବେ ମିଳିବ ନ୍ୟାୟ l ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅନ୍ତର୍ଗତ ଅନ୍ଧାରି ବାଞ୍ଜି ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଅବଭାବନୀୟ ଘଟଣା l ସ୍ୱାମୀ, ଶାଶୁ, ନଣନ୍ଦ ମିଶି ସମସ୍ତେ ଝିଅକୁ ମରଣlତ୍ମକ ଆକ୍ରମଣ କରିଥିବା ଜଣାପଡିଛି l ବିବାହର ଆଠ ମାସ ନପୂରୁଣୁ ଦିଆଯାଇଛି ନିର୍ଯାତନା, ଥରେ ନୁହେଁ କି ଦି ଥର ନୁହେଁ ଚାରିଥର ମାଡପିଟ କରିଥିବା ଜଣା ପଡିଛି l ଝିଅ ସହୀ ନ ପାରି ନିଜ ବାପା ଘରକୁ ଚାଲି ଆସିଥିଲା, ଝିଅର ପରିବାର ପ୍ରଥମେ ଥାନାର ଦ୍ଵାରସ୍ତ ହୋଇଥିଲେ l ପୋଲିସ ନ ଶୁଣିବାରୁ SP ଅଫିସକୁ ଆସି ଲିଖିତ ଅଭିଯୋଗ କରିଥିବା ଦେଖିବାକୁ ମିଳିଛି l ଦେଖାଯାଉ କେବେ ମହିଳାଙ୍କୁ ନ୍ୟାୟ ମିଳୁଛି l