-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
01-Mar-2025
ସୋନପୁର (ମନୋରଞ୍ଜନ ତ୍ରିପାଠୀ ) ସୁବର୍ଣ୍ଣପୁର ପୁରୁଣା ମୁଖ୍ୟ ଡାକ୍ତର ଖାନା ଜିଲ୍ଲା ତାଲିମ କେନ୍ଦ୍ର ଗୃହରେ ସୁବର୍ଣ୍ଣପୁର ଜିଲ୍ଲା ଓଡ଼ିଶା ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘର ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘର ସମସ୍ତ ସଭ୍ୟ, ସଭ୍ୟା ଯୋଗ ଦେଇ ସଂଘର ବିଭିନ୍ନ ଦାବି ସମ୍ପର୍କରେ ଆଲୋଚନା କରିଛନ୍ତି। *ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ମାନଙ୍କ କେର୍ଡର ସୃଷ୍ଟି କରି ଚାକିରୀ ସ୍ଥାୟୀ* କରିବାକୁ ଦାବି ହୋଇଛି । ଏକମାତ୍ର ଦାବି କୁ ନେଇ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନା କରିବା ନିମନ୍ତେ ବୈଠକରେ ଆଜି ନିଷ୍ପତ୍ତି ହୋଇଛି। ଯଦି ଦାବି ପୁରଣ ନ ହୁଏ ତାହା ହେଲେ ଆନ୍ଦୋଳନକୁ ଜୋରଦାର କରାଯିବା ସହିତ ଏକ ପୋଷ୍ଟକାର୍ଡ ଅଭିଯାନ ର ଶୁଭାରମ୍ଭ କରିଥିଲେ। ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବ, ସ୍ୱାସ୍ଥ୍ୟ ମିଶନ ନିର୍ଦେଶିକା ଓ ବିଜେପି ରାଜ୍ୟ ସଭାପତି ଙ୍କୁ ସଂଘ ପକ୍ଷରୁ ପୋଷ୍ଟକାର୍ଡ ପଠେଇବାକୁ ଅଭିଯାନରେ ସ୍ଥିର କରାଯାଇଛି। ଏହି ବୈଠକରେ ଜିଲ୍ଲା ସଂଘର ସଭାପତି, ସଂପାଦକ, କୋଷାଧକ୍ଷ ଙ୍କ ସମେତ ସମସ୍ତ ସଭ୍ୟ,ସଭ୍ୟା ଉପସ୍ଥିତ ଥିଲେ।