-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
28-Feb-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ରାଣା ପ୍ରତାପ ସ୍କୁଲ ରେ ଶୁକ୍ରବାର ଜାତୀୟ ବିଜ୍ଞାନ ଦିବସ ମହା ସମାରୋହ ରେ ପାଳିତ ହୋଇ ଯାଇଛି । ଭାର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ମୟି ତ୍ରିପାଠୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ କୁ ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷା ପଦ୍ମିନୀ ଗଡ଼ତୀଆମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଅବସର ରେ ଅନୁଷ୍ଟିତ ବିଭିନ୍ନ ପ୍ରତି ଯୋଗିତା କୁ ଉଦ୍ଘାଟନ କରିଥିଲେ ।ସମ୍ମାନିତ ଅତିଥି ଭାବେ ଅଭିଭାବକ ସଂଘ ର ବରିଷ୍ଠ ସଦସ୍ୟ ସୁଦର୍ଶନ ବାରିକ, ରାଜ କୁମାର
ବଞ୍ଛୋର ପ୍ରମୁଖ ଯୋଗ ଦେଇ ବିଜ୍ଞାନ ଦିବସ ପାଳନ ର ଯଥାର୍ଥତା ଉପରେ ଆଲୋକପାତ କରିଥିଲେ ।ବିଜ୍ଞାନ ଶିକ୍ଷୟିତ୍ରୀ ନିଳୀମା ପ୍ରଧାନ,ଗୀତା ଜାଲ,ବବିତା ନାଏକ ଦୀପିକା କୁଲୁ ସୁନୀତା ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିବା ବେଳେ ଏହି ଅବସର ରେ ଆୟୋଜିତ ବିଜ୍ଞାନ କୁଇଜ୍ ,ଗଣିତ ସଂଖ୍ୟା ଖେଳ,ଓ ଚିତ୍ରାଙ୍କନ ଆଦି ପ୍ରତି ଯୋଗିମାନଙ୍କୁ ବିଦ୍ୟାଳୟ ତରଫରୁ ପୁରସ୍କୃତ କରାଯାଇଥିଲା । ଶିକ୍ଷୟିତ୍ରୀ ଜ୍ୟୋତି ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ ।