-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
28-Feb-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)- ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଭୁକ୍ତା ଠାରେ କୃଷି ଓ କୃଷକ ସଶକ୍ତି କାରଣ ବିଭାଗ ବରଗଡ଼ ଓ ମହାଶକ୍ତି ଫାଉଣ୍ଡେସନ ର ମିଳିତ ସହଯୋଗ ରେ କୃଷକ ମାନଙ୍କ ର ଏକ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ କରାଯାଇଥିଲା ଏହି କାର୍ଯକ୍ରମ ରେ ଜିଲ୍ଲା ମୁକ୍ଷ୍ୟ କୃଷି ଅଧିକାରୀ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ମିଶ୍ର ଅମ୍ବାଭୋନା ବ୍ଲକ କୃଷି ଅଧିକାରୀ ଶ୍ରୀଯୁକ୍ତ ବନମାଳୀ ସାହୁ ଓ ମହାଶକ୍ତି ଫାଉଣ୍ଡେସନ ର ସମ୍ପାଦିକା ରୋଜାଲିନ ଭୂଇଁଆ ଙ୍କ ମିଳିତ ସହଯୋଗ ରେ ଏହି କାର୍ଯକ୍ରମ କୁ ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥଲେ ଏହି କାର୍ଯକ୍ରମ ରେ ବିଭିନ୍ନ ଅଗ୍ରଣୀ ଚାଷୀ ,ସ୍ୱୟଂ ସହାୟକ ଗୋଷ୍ଠୀ ଓ କୃଷକ ଉତ୍ପାଦକ କମ୍ପାନୀ ର ଫସଲ ବିବିଧି କରଣ ସମ୍ବଦ୍ଧ ରେ ବିଭିନ୍ନ ସଫଳତା ପାଇଁ ସମ୍ମାନିତ କରାଯାଇ ଥିଲା।
ଏହି କାର୍ଯକ୍ରମ ରେ ବିଭିନ୍ନ ପଞ୍ଚାୟତ ରୁ ମୋଟ ୬୦ ରୁ ଉର୍ଦ୍ଧ ମହିଳା ଓ ପୁରୁଷ ଚାଷୀ ମାନେ ଅଂଶ ଗ୍ରହଣ କରିଥିଲେ ଏହି କାର୍ଯକ୍ରମ ରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବିଭିନ୍ନ ସି ବି ଓ ମାନଙ୍କ ଦାୟିତ୍ଵ ଓ ଭୂମିକା ଉପରେ ଆଲୋଚନା କରି ଥିଲେ ।ସି ଡି ପି ପ୍ରକଳ୍ପ ର ପରିଚାଳକ ପ୍ରୀୟମ ଲୁହା ଏହି କାର୍ଯକ୍ରମ କୁ ପରିଚାଳନା କରିଥିଲେ ଏବଂ ଶ୍ରୀମତୀ ପଙ୍କଜିନି ସାହୁ ,କସ୍ତୁରୀ ଦେହେରି ,ସୁକୁମାରୀ ମାଝୀ ସହଯୋଗ କରି ଥିଲେ ଏବଂ ପରିଶେଶ ରେ ଶୁଭମ୍ ମିଶ୍ର ସମସ୍ତ ଅଥିତି ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।n