-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
28-Feb-2025
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ଧର୍ମଶାଳାସ୍ଥିତ ନିୟନ୍ତ୍ରିତ ବଜାର ପ୍ରାଙ୍ଗଣଠାରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମବିଭାଗ ଦ୍ୱାରା ଓଡିଶା କୋଠାବାଡ଼ି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ନିର୍ମାଣ ଶ୍ରମିକ ହିତାଧିକାରୀଙ୍କୁ ସହାୟତା ବଣ୍ଟନ ନିମନ୍ତେ ଶିବିର ଅନୁଷ୍ଠିତ ହୋଇଥିଲା। ସୁବର୍ଣ୍ଣପୁର ଆଞ୍ଚଳିକ ଶ୍ରମ ଆଯୁକ୍ତ ଡିଲେଶ୍ୱର ଖାଖାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା ଯୋଗଦେଇ ଶ୍ରମିକ ମାନଙ୍କ ସୁରକ୍ଷା ନିମନ୍ତେ ସରକାର ବଦ୍ଧ ପରିକର ରହିଥିବା କହିବା ସହ ଶ୍ରମିକ କଲ୍ୟାଣ ନିମନ୍ତେ ଆସୁଥିବା ସରକାରଙ୍କ ସହାୟତା ସମସ୍ତ ଯୋଗ୍ୟ ହିତାଧିକାରୀ ଯେପରି ସୁବିଧାରେ ପାଇପାରିବେ ସେଥିପାଇଁ ବିଭାଗୀୟ ଅଧିକାରୀ ଆନ୍ତରିକତା ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ସେ ଏହି ଅବସରରେ ଜିଲ୍ଲାର ନିର୍ମାଣ ଶ୍ରମିକଙ୍କ ବହୁବିଧ ସୁବିଧା ନିମନ୍ତେ ଜିଲ୍ଲାରେ ଏକ ଶ୍ରମିକ କଲ୍ୟାଣ ଭବନ ନିର୍ମାଣ ନିମନ୍ତେ ଆବଶ୍ୟକ ସହଯୋଗ କରିବାକୁ ପ୍ରତିଶୃତି ପ୍ରଦାନ କରିବା ସହ ଏଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ଶିବିରରେ ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଝସକେତନ ବଘାର, ଶ୍ରମିକ ନେତା ଗୋବିନ୍ଦ ମହାରଣା, ସହକାରୀ ଶ୍ରମ ଅଧିକାରୀ ସୁବର୍ଣ୍ଣପୁର ସ୍ପିନିତା ଦେବୀ, ସହକାରୀ ଶ୍ରମ ଅଧିକାରୀ ବିନିକା ଚିନ୍ମୟ ମେହେର,ସହକାରୀ ଶ୍ରମ ଅଧିକାରୀ ତରଭା ସପ୍ରତିଭ ପଧାନ,ସହକାରୀ ଶ୍ରମ ଅଧିକାରୀ ଡୁଙ୍ଗୁରିପାଲି ସୌମ୍ୟ ରଞ୍ଜନ ସାହୁ,,ସହକାରୀ ଶ୍ରମ ଅଧିକାରୀ ଉଲୁଣ୍ଡା ଲିପକରାଜ ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ। ଅନୁଷ୍ଠିତ ଏହି ସହାୟତା ବଣ୍ଟନ ଶିବିରରେ ମୁଖ୍ୟ ଅତିଥି ତଥା ଅନ୍ୟାନ୍ୟ ଅତିଥି ବୃନ୍ଦ ହିତାଧିକାରୀଙ୍କୁ ବିଭିନ୍ନ ପ୍ରକାର ସହାୟତା ବଣ୍ଟନ ପରିପ୍ରେକ୍ଷୀରେ ଶିକ୍ଷା ସହାୟତା ନିମନ୍ତେ ୨୭୭ ହିତାଧିକାରୀଙ୍କୁ ୧୪ଲକ୍ଷ ୭୮ହଜାର ୪୦୦ଟଙ୍କା, ପ୍ରସୂତି କାଳିନ ସହାୟତା ରେ ୮୧ ଜଣଙ୍କୁ ୮ ଲକ୍ଷ ୧୦ ହଜାର ,ମୃତ୍ୟୁ କାଳିନ ସହାୟତା ରେ ୧୫୧ ଜଣଙ୍କୁ ୩ କୋଟି ୨ଲକ୍ଷ , ବିବାହ ସହାୟତା ନିମନ୍ତେ ୩୨୮ଜଣଙ୍କୁ ୧କୋଟି ୬୩ ଲକ୍ଷ ୭୫ହଜାର ଓ ଶବସତ୍କାର କ୍ରିୟାକାର୍ଯ୍ୟ ସହାୟତା ନିମନ୍ତେ ୧୦୩ ଜଣ ହିତାଧିକାରୀଙ୍କୁ ୫ ଲକ୍ଷ ୧୫ହଜାର ଟଙ୍କାର ଆର୍ଥିକ ସହାୟତା ସେମାନଙ୍କ ସଂଚୟ ଖାତାକୁ ଡିବିଟି ଜରିଆରେ ପ୍ରଦାନ କରାଯାଇଛି l ଆଜି ଅନୁଷ୍ଠିତ ଏହି ଶିବିରରେ ଜିଲ୍ଲାର ପଞ୍ଜିକୃତ ଯୋଗ୍ୟ ୯୪୦ ଜଣ ନିର୍ମାଣ ଶ୍ରମିକ ହିତାଧିକାରୀଙ୍କୁ ସମୁଦାୟ ୪କୋଟି ୯୧ଲକ୍ଷ ୭୮ ହଜାର ୪ ଶହ ଟଙ୍କାର ସହାୟତା ରାଶି ସେମାନଙ୍କ ଜମା ଖାତାରେ ପ୍ରଦାନ କରାଯାଇ ଥିବା ବିଭାଗ ତରଫରୁ ସୂଚନା ଦିଆଯାଇଛି। ଆଜି ଏହି ଶିବିରରେ ୬ଜଣ ହିତାଧିକାରୀଙ୍କୁ ମୁଖ୍ୟ ଅତିଥି ତଥା ଅନ୍ୟାନ୍ୟ ଅତିଥିବୃନ୍ଦ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାର ସହାୟତା ରାଶିର ଡେମୋ ଚେକ୍ ପ୍ରଦାନ କରିଥିଲେ। ବିଭାଗୀୟ ଅଧିକାରୀ ବାଙ୍କ ବିହାରୀ ମାହାଲା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଲିପକ ରାଜ ନାଏକ, ସହକାରୀ ଶ୍ରମ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ। ବିଭାଗର ଅନିତା ନାଗ, ପ୍ରିୟ ଦର୍ଶିନୀ ପ୍ରଧାନ,ନାରାୟଣ ବିଶି ପ୍ରମୁଖ ସହଯୋଗ କରିଥିଲେ।
? ପଞ୍ଜିକୃତ ଯୋଗ୍ୟ ୯୪୦ ଜଣ ନିର୍ମାଣ ଶ୍ରମିକ ହିତାଧିକାରୀଙ୍କୁ ସମୁଦାୟ ୦୪ କୋଟି ୯୧ଲକ୍ଷ ୭୮ ହଜାର ୦୪ଶହ ଟଙ୍କା ର ସହାୟତା ରାଶି ପ୍ରଦାନ -
ନିର୍ମାଣ ଶ୍ରମିକଙ୍କ ସୁରକ୍ଷା ନିମନ୍ତେ ସରକାର ବଦ୍ଧ ପରିକର -