-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
28-Feb-2025
ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଚଲନା ଗ୍ରାମ ସ୍ଥିତ ବାବା ବରଦେଶ୍ୱର ମନ୍ଦିର ରେ ଆଜି ମହା ଶିବରାତ୍ରୀ ଉପଲକ୍ଷେ ସର୍ଧାଲୁ ମାନେ ଭୋର ୫ ଟା ସମୟରୁ ଧାଡ଼ିରେ ଛିଡ଼ା ହୋଇ ବାବା ବରଦେଶ୍ୱର ପାଖରେ ନିଜର ମନସ୍କାମନା ପୂରଣ ପାଇଁ ଭକ୍ତ ମାନଙ୍କ ଭିଡ଼ ଲାଗି ଥିଲା ।ଏହି ଶିବ ମନ୍ଦିର ବହୁ ପୁରାତନ ମନ୍ଦିର ଅଟେ । ବାବାଙ୍କ ଦର୍ଶନ ପାଇଁ ଭକ୍ତ ମାନେ ସୁଦୂର କଳାହାଣ୍ଡି ଛତିଶଗଡ ଓ ନୂଆପଡା ରୁ ହଜାର ହଜାର ଭକ୍ତଙ୍କ ସମାଗମ ଦେଖି ବାକୁ ମିଳି ଥିଲା ।କମିଟିର ସୂଚନା ମୁତାବକ ଆଜି ୫ ଟା ରେ କଳସ ଯାତ୍ରା କରାଯିବ ଏହି ମନ୍ଦିର ପ୍ରାଙ୍ଗଣରେ ଚବିସ ପ୍ରହରୀ ନାମ ଯଜ୍ଞ ଗୁରୁବାର ଦିନ ଠାରୁ ଆରମ୍ଭ ହେବ ଅର୍ଥାତ ତା ୨୭/୦୨/୨୦୨୫ରୁ ଆରମ୍ଭ ହୋଇ ୦୨/୦୩/୨୦୨୫ ରେ ନାମଯଜ୍ଞ ପୂର୍ଣ୍ଣାହୁତୀ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି । କର୍ତ୍ତା ଭାବରେ ଶ୍ରୀଯୁକ୍ତ ସାଧୁ ମେହେର ଓ ତାଙ୍କର ଧର୍ମ ପତ୍ନୀ ଶ୍ରୀମତୀ ଜାନକୀ ମେହେରଙ୍କୁ ଦାୟିତ୍ୱ ଦେଇଥିବା ବେଳେ ।ପୁଜକ ଭାବରେ ଉପେନ୍ଦ୍ର କୁମାର ପଣ୍ଡା ,ଇଶ୍ଵର ପଣ୍ଡା ଙ୍କୁ ପୂଜାର୍ଚନା ପାଇଁ ଦାୟିତ୍ୱ ଦିଆଯାଇଛି । ଏହି ଶିବରାତ୍ରି ଓ ନାମଯଜ୍ଞକୁ ପୂଜା କମିଟି, ଶ୍ରଦ୍ଧାଳୁ ଓ ଗ୍ରାମବାସୀ ସହଯୋଗ କରୁଛନ୍ତି |
(ନୂଆପଡା ଜିଲ୍ଲାରୁ ପରମେଶ୍ୱର ମେହେରଙ୍କ ରିପୋର୍ଟ)