-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
27-Feb-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ଆଧ୍ୟାମିକ ପରିବେଶ ମଧ୍ୟରେ ବରଗଡ଼ ୱାର୍ଡ ନଂ ୦୩ ସ୍ଥିତ ସୁନାରୀ ବନ୍ଦ ଠାରେ ନବ ନିର୍ମିତ ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ଶିବ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ ନିମନ୍ତ୍ରିତ ଇସ୍କନ ପ୍ରଚାରକ ମାନେ ହରେକୃଷ୍ଣ ହରେରାମ ମହାମନ୍ତ୍ର ଏବଂ ଜୟ ଶିବଶମ୍ଭୁ ନାଦରେ ପ୍ରକମ୍ପିତ ହୋଇ ଉଠିଥିଲା। ହଜାର ହଜାର ଶ୍ରଦ୍ଧାଳୁମାନେ ଏଥିରେ ସାମିଲ ହୋଇ ହରେରାମ ହରେକୃଷ୍ଣ ମହାମନ୍ତ୍ରରେ ନିଜକୁ ହଜେଇ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ଇସ୍କନ ର ପ୍ରଧାନ ସେବକ ରାଧିକେଶ ରସରାଜ ଦାଶ ପ୍ରଭୁ,ଜୟ ମୁକୁନ୍ଦ ପ୍ରଭୁ, ତପସ୍ଵି ଗୋପିନାଥ ପ୍ରଭୁ, ଭାଗିରଥି ଚୈତନ୍ୟ ପ୍ରଭୁ, ଶ୍ରୀବତ୍ସ ପ୍ରଭୁ, ରାଧା ସୁସ୍ମିତା ଦେବୀ, ସୁରେଶ୍ଵରୀ ଦେବୀ, ବୃନ୍ଦାବତୀ ଦେବୀ, ତପସ୍ଵିନୀ ଦେବୀ, ତନୁଜା ପାତ୍ର ଆଦି ଯୋଗଦେଇଥିଲେ । ଶେଷରେ ଇସ୍କନ ପ୍ରଚାରକ ଅଭିଜିତ କ୍ରିଷ୍ଣା ପ୍ରଭୁ ସମସ୍ତ ଭକ୍ତ ବୃନ୍ଦ ଙ୍କୁ ବରଗଡ଼ ଇସ୍କନ କେନ୍ଦ୍ର କୁ ଆସିବାକୁ ଅନୁରୋଧ କରିଥିଲେ ଓ ମନ୍ଦିର ର ସମସ୍ତ କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।