-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
24-Feb-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ ଜିଲ୍ଲା ବିଜେପୁର ମାତୃତୀର୍ଥ ସ୍ଥିତ ଶ୍ରୀଅରଵିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷା ପ୍ରେମୀ ଘନଶ୍ୟାମ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ।ଶ୍ରୀମା ଶ୍ରୀ ଅରବିନ୍ଦଙ୍କ ନିକଟରେ ଧୂପ ପୁଷ୍ପ ଅର୍ପଣ ପରେ ସ୍ବର୍ଣ୍ଣପ୍ରଭା ଅପା ଦୁର୍ଗା ସ୍ତୋତ୍ର, ରାଜଲକ୍ଷ୍ମୀ ଅପା ମା ପୁସ୍ତକ ପଠନ କରିଥିଲେ। ଶିକ୍ଷା କେନ୍ଦ୍ରର ଛାତ୍ରୀଗଣ ମାତୃ ବନ୍ଦନା ପରିବେଷଣ କରିଥିଲେ।ସଭାପତି ଲୋକନାଥ ମେହେରଙ୍କ ଅଧ୍ୟକ୍ଷତାରେ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ରଞ୍ଜୁ ମାଝୀ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଥିଲେ। ଅଞ୍ଚଳ କଲେଜ ପଦ୍ମପୁରର ଅଧ୍ୟାପିକା ତାପନୀ ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପୂର୍ଣ୍ଣାଙ୍ଗ ଶିକ୍ଷାରେ ମାଁ ମାନଙ୍କ ଭୂମିକା ସଂପର୍କରେ ଆଲୋଚନା କରିଥିଲେ। ପଦ୍ମପୁର ଉପଖଣ୍ଡ ହସପିଟାଲର ସର୍ଜରୀ ଚିକିତ୍ସକ ଡାକ୍ତରାଣୀ ଖ୍ୟାତିସମ୍ଭବା ମହାପାତ୍ର ସମ୍ମାନୀୟ ବକ୍ତା ଭାବେ ଯୋଗଦେଇ ଉତ୍ତମ ଶିଶୁ ଗଠନରେ ଜନନୀଙ୍କର ଅବଦାନ ବିଷୟରେ ଆଲୋକପାତ କରିଥିଲେ। ପରିଚାଳନା କମିଟି ସଦସ୍ୟ ରାଜେଶ୍ଵର ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ। କୋଷାଧ୍ୟକ୍ଷା ସୁଶ୍ରୀ ପ୍ରତିମା ଗୁରୁ ସମ୍ମିଳନୀକୁ ପରିଚାଳନା କରିଥିଲେ।ନର୍ସରୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଅଭିଭାବିକା କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ଅପାଭାଇ ସହଯୋଗ କରିଥିଲେ। ସଂପାଦକ ଦେବାର୍ଚ୍ଚନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ପରେ ଛାତ୍ରୀ ଛାତ୍ରମାନଙ୍କ ଦ୍ଵାରା ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।