-+91-9937148622 |

prerana_bgr@rediffmail.com |

  Sunday 9th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା ବ୍ଲକ ବିଜେପି ପକ୍ଷରୁ ହରଘର ଘରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ   (09-Aug-2026)       ||      ବରପାଲି ସାମ୍ବାଦିକ ସଂଘ ପକ୍ଷରୁ କର୍କଟ ରୋଗର ନିରୁପଣ ପରୀକ୍ଷା ଓ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ   (09-Aug-2026)       ||      କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା କାର୍ଯ୍ୟକାରିଣୀ ପାପଡାହାଣ୍ଡି ରେ ଅନୁଷ୍ଠିତ   (09-Aug-2026)       ||      ବିଶ୍ୱ ଆଦିବାସୀ ଦିବସ ରେ ସୁବର୍ଣ୍ଣପୁରକୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ସାମିଲ ପାଇଁ ଦାବି   (09-Aug-2026)       ||      ଲୀଳାନାଟକ କଳାକାର ଅବିନ୍ଦ୍ର ସେଠଙ୍କ ପରଲୋକ     (09-Aug-2026)       ||      ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି ର ସାଧାରଣ ବୈଠକ    (09-Aug-2026)       ||      କ୍ଲଷ୍ଟରସ୍ତରୀୟ ସେବା ନିବୃତ୍ତ ସମ୍ମାନ ଅନୁଷ୍ଠିତ    (09-Aug-2026)       ||      ବ୍ୟକ୍ତିଗତ ସ୍ୱାର୍ଥକୁ ପାଶୋରି ଯୁବବର୍ଗ ଦେଶର ପ୍ରଗତି ରଥର ବାହକ ହେଲେ ଆମେ ବିକଶିତ ଭାରତ ଗଠନ କରିପାରିବା    (09-Aug-2026)       ||      ଅତାବିରା ବ୍ଲକ୍ ଓଷ୍ଟାର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ    (09-Aug-2026)       ||      ପଲ୍ଲୀ ଆଲୋକ ପାଠାଗାର ଦ୍ୱାରା ବିଶ୍ୱ ସ୍ତନ୍ୟପାନ ସପ୍ତାହ–୨୦୨୬ ପାଳିତ   (09-Aug-2026)       ||      ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ-୨୦୨୬ ଅବସରରେ ସଂସ୍କୃତ ପ୍ରତିଯୋଗିତା    (08-Aug-2026)       ||      ପ୍ଲାଷ୍ଟିକ୍‌ମୁକ୍ତ ପରିସର ଓ ବର୍ଜ୍ୟବସ୍ତୁ ପରିଚାଳନାରେ କଡ଼ା ଅନୁପାଳନ ନିର୍ଦ୍ଦେଶ   (08-Aug-2026)       ||      ଟ୍ରାଫିକ ନିୟନ୍ତ୍ରଣ ପାଇଁ ବିଧାୟକ ପାଣ୍ଠିରୁ ବ୍ୟାରିକେଡ୍‌: ଆଗକୁ ସହରରେ ସିସି ଟିଭି ବ୍ୟବସ୍ଥା   (08-Aug-2026)       ||      ଡ଼. ସୁରେନ୍ଦ୍ର ମେହେରଙ୍କୁ ଜୀବନବ୍ୟାପି ସାଧନା ପୁରସ୍କାର   (08-Aug-2026)       ||      ସଂକୀର୍ତ୍ତନ ପ୍ରେମୀ ସୁରେନ୍ଦ୍ର କୁମାର ସାହୁ ଙ୍କ ପରଲୋକ   (08-Aug-2026)       ||      ସରକାରଙ୍କ ତୃଟିପୂର୍ଣ୍ଣ ଚାଷିପଞ୍ଜିକରଣ ନୀତି.. ପ୍ରଭାବିତ ହେବ ବଲାଙ୍ଗୀର ଜିଲ୍ଲାର ୫୦ହଜାର ହେକ୍ଟର ଚାଷଜମି,ବାଦପଡିବେ କ୍ଷୁଦ୍ର ଓ ନାମମାତ୍ର ଚାଷୀ   (08-Aug-2026)       ||      *ମଦ ନିଶାରେ ଅମାନୁଷିକ ବ୍ୟବହାର, ଠେଙ୍ଗାରେ ପିଟି ପିଟି ମାରିଦେଲେ ସମ୍ପର୍କୀୟ ଭାଈକୁ*   (08-Aug-2026)       ||      ରେଭେନ୍ଶା ଅଧ୍ୟାପକ ମାନଙ୍କପ୍ରତି ଅସଦା ଚରଣ ପ୍ରତିବାଦରେ କୁଳପତିଙ୍କୁ ସ୍ମାରକପତ୍ର   (08-Aug-2026)       ||      କଟକରେ ଝାଡ଼ାବାନ୍ତିର କୌଣସି ଗୋଷ୍ଠୀ ସଂକ୍ରମଣ ନାହିଁ   (08-Aug-2026)       ||      ବରଗଡ ଲୋକସଭା କ୍ଷେତ୍ରର ବିଭିନ୍ନ ରାଜମାର୍ଗର ତ୍ବରାନ୍ବିତ କାର୍ଯ୍ୟ,କେତେକ ଫ୍ଲାଇ ଓଭର ଓ ନୂତନ ରାଜମାର୍ଗ ର ଟେଣ୍ଡର ପ୍ରକ୍ରିୟା ଜାରି କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ନିତିନ ଗଡକରୀଙ୍କୁ ସାକ୍ଷାତ କଲେ ବରଗଡ ଲୋକସଭା ସାଂସଦ   (08-Aug-2026)       ||     

HOME   ରାଜ୍ୟ

ବାଲିଗୁଡ଼ା : ପିଡିଏସ୍‌ ଚାଉଳ ପାଇଁ ଚାଲିବାକୁ ପଡୁଛି ୪୦ କିଲୋମିଟର ବାଟ

15-Jan-2021



ବାଲିଗୁଡ଼ା (ପ୍ରେରଣା ଖବର): ଆଜି ବି ଲୋକେ ପିଡିଏସ୍‌ ଚାଉଳ ଆଣିବାକୁ ୪୦ କିଲୋମିଟର ବାଟ ଚାଲି ଚାଲି ଯାଉଛନ୍ତି। ଚାଉଳ ସହ ଅନ୍ୟ ସାମଗ୍ରୀ ନେଇ ଯାଇ ଘରେ ପହଁଚିବା ବେଳକୁ ତିନି ଦିନ ଲାଗୁଛି। କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ୍‌ ଦୁର୍ଗାପାଙ୍ଗା ପଂଚାୟତରେ ଏମିତି ୯ଟି ଅପହଞ୍ଚ ଗ୍ରାମ ଅଛି ଯେଉଁଠି ବିକାଶ ସାତ ସପନ। ଏହି ପଂଚାୟତରେ ୧୩ଟି ଓାର୍ଡ଼। ସେଥି ମଧ୍ୟରୁ ୯ଟି ଗାଁ ଡିମିଲି, ବୁଣ୍ତ୍ର, ଭାଲୁଗୁଡ଼ା, ପାହିରମାଲା, ଡିଡ୍ରଙ୍ଗ, ପାଙ୍ଗ୍ରାସାଲା, କାଣିବାରୁ, ସାକାରଯୋଡ଼ି ଓ ବାଡ଼ିପାଙ୍ଗା ଗାଁ ଟିମ୍ବିଲି ନଦୀ ଆରପାଖରେ ରହିଛି। ଗ୍ରାମକୁ ଯିବାକୁ ହେଲେ ନଦୀ ପାର ହୋଇ ଯିବାକୁ ପଡ଼େ। ଦୁର୍ଗାପାଙ୍ଗା ପଂଚାୟତ ଠାରୁ ଡିମିଲି ୫ କିମି ଗଲା ପରେ ସେଠାରୁ ଆଉ ରାସ୍ତା ନଥିବା ହେତୁ ଲୋକେ ଚାଲି ଚାଲି ପ୍ରାୟ ୪୦ କିମିରୁ ଅଧିକ ବାଟ ଆସିଥାନ୍ତି। ଏହି ୯ ଗ୍ରାମର ଲୋକେ ପଂଚାୟତ ଆସିବା ପାଇଁ ଗୋଟିଏ ନଦୀ ସହ ଆଉ ଗୋଟିଏ ନାଳ ପାର ହୋଇ ଆସନ୍ତି। ଉଭୟ ନଦୀ ଓ ନାଳ ଉପରେ ପୋଲ ନଥିବା ହେତୁ ଲୋକେ ବଡ଼ କଷ୍ଟରେ ଚାଲି ଚାଲି ଆସନ୍ତି।

ପିଡିଏସ୍‌ ଚାଉଳ ସହ ଅନ୍ୟ ସଉଦାପତ୍ର ପାଇଁ ଦୁର୍ଗାପାଙ୍ଗା ଓ କୋଟଗଡ଼ ବଜାର ଉପରେ ନିର୍ଭର କରିଥାନ୍ତି। ପିଡିଏସ୍‌ ଚାଉଳ ପାଇଁ ଦୁଇ ଦିନ ଆଗରୁ ଘରୁ ବାହାରିଥାନ୍ତି। ଘଞ୍ଚ ଜଙ୍ଗଲ ହେତୁ ଗୋଟିଏ ମାସର ଚାଉଳ ପାଇଁ ନିଜର ସୁରକ୍ଷା ମଧ୍ୟ ଜରୁରୀ। ଏମିତିକି ଛୋଟ ଛୁଆଙ୍କୁ କାନ୍ଧରେ ଓ କାଖରେ ବସାଇ ଆଣିଥାନ୍ତି। ଚାଲିବା ପାଇଁ ଦୁଇଦିନ ପଡୁଥିବାରୁ ବାଟରେ ଖାଇବା ପାଇଁ ଜଙ୍ଗଲଜାତ ଫଳମୂଳ ଭରସା। ଯଦି କିଛି ନମିଳେ ତେବେ ଭୋକ ଉପାସରେ ଆସିଥାନ୍ତି। ଗୋଟିଏ ରାତି ଅନ୍ୟ ପିଣ୍ତାରେ ଆଶ୍ରୟ ନେଇଥାନ୍ତି। ତା’ପରେ ପିଡିଏସ ଚାଉଳ ଧରି ପୁଣି ଦୁଇ ଦିନ ଚାଲି ଫେରିଥାନ୍ତି। ଗ୍ରାମରେ କାହାର ଦେହ ଖରାପ ହେଲେ କେବଳ ଭଗବାନ ହିଁ ଭରସା। ନଚେତ୍ ଖଟିଆ କିମ୍ବା ଦୋଳା କରି ଗ୍ରାମବାସୀ ଦୁର୍ଗାପାଙ୍ଗା ଆଣିବା ପରେ ଗାଡ଼ି ପାଇଥାନ୍ତି। ବିଜୁଳି ନଥିବାରୁ ସନ୍ଧ୍ୟା ହେଲେ ସମସ୍ତଙ୍କ ଘରେ ତାଟିକବାଟ ପଡ଼ିଯାଏ। ଗୋଟିଏ ଦୁଇଟି ଗ୍ରାମକୁ ଛାଡ଼ି ସବୁଠାରେ ପାନୀୟ ଜଳ ସମସ୍ୟା ଉତ୍କଟ। ବିଦ୍ୟାଳୟ ଅଛି, କିନ୍ତୁ ଭଲ ରାସ୍ତାଟିଏ ନଥିବାରୁ ଶିକ୍ଷକ ମାନେ ନିଜ ଇଚ୍ଛାରେ ସ୍କୁଲକୁ ଆସନ୍ତି। ପ୍ରଶାସନ ଏଥିପ୍ରତି ଧ୍ୟାନ ଦେବାକୁ ଗ୍ରାମବାସୀ ମିଳିତ ଭାବେ ନିବେଦନ କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା ବ୍ଲକ ବିଜେପି ପକ୍ଷରୁ ହରଘର ଘରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ   09-Aug-2026
  ଜିଲ୍ଲା  
ବରପାଲି ସାମ୍ବାଦିକ ସଂଘ ପକ୍ଷରୁ କର୍କଟ ରୋଗର ନିରୁପଣ ପରୀକ୍ଷା ଓ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ   09-Aug-2026
  ଜିଲ୍ଲା  
କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା କାର୍ଯ୍ୟକାରିଣୀ ପାପଡାହାଣ୍ଡି ରେ ଅନୁଷ୍ଠିତ   09-Aug-2026
  ଜିଲ୍ଲା  
ବିଶ୍ୱ ଆଦିବାସୀ ଦିବସ ରେ ସୁବର୍ଣ୍ଣପୁରକୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ସାମିଲ ପାଇଁ ଦାବି   09-Aug-2026
  ଜିଲ୍ଲା  
ଲୀଳାନାଟକ କଳାକାର ଅବିନ୍ଦ୍ର ସେଠଙ୍କ ପରଲୋକ     09-Aug-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି ର ସାଧାରଣ ବୈଠକ   09-Aug-2026
  ଜିଲ୍ଲା  
କ୍ଲଷ୍ଟରସ୍ତରୀୟ ସେବା ନିବୃତ୍ତ ସମ୍ମାନ ଅନୁଷ୍ଠିତ   09-Aug-2026
  ଜିଲ୍ଲା  
ବ୍ୟକ୍ତିଗତ ସ୍ୱାର୍ଥକୁ ପାଶୋରି ଯୁବବର୍ଗ ଦେଶର ପ୍ରଗତି ରଥର ବାହକ ହେଲେ ଆମେ ବିକଶିତ ଭାରତ ଗଠନ କରିପାରିବା    09-Aug-2026
  ରାଜ୍ୟ  
ଅତାବିରା ବ୍ଲକ୍ ଓଷ୍ଟାର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ   09-Aug-2026
  ଜିଲ୍ଲା  
ପଲ୍ଲୀ ଆଲୋକ ପାଠାଗାର ଦ୍ୱାରା ବିଶ୍ୱ ସ୍ତନ୍ୟପାନ ସପ୍ତାହ–୨୦୨୬ ପାଳିତ   09-Aug-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ-୨୦୨୬ ଅବସରରେ ସଂସ୍କୃତ ପ୍ରତିଯୋଗିତା   08-Aug-2026
  ଜିଲ୍ଲା  
ପ୍ଲାଷ୍ଟିକ୍‌ମୁକ୍ତ ପରିସର ଓ ବର୍ଜ୍ୟବସ୍ତୁ ପରିଚାଳନାରେ କଡ଼ା ଅନୁପାଳନ ନିର୍ଦ୍ଦେଶ   08-Aug-2026

You Might Also Like