-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
15-Jan-2021
ସମ୍ବଲପୁର (ପ୍ରେରଣା ଖବର): ପବିତ୍ର ମକର ସଂକ୍ରାନ୍ତିରେ ବୁର୍ଲା ଜଗନ୍ନାଥ ମନ୍ଦିରକୁ ପୂଜା କରିବାକୁ ଯାଇ ଜଳିଗଲେ ମହିଳା। ଭକ୍ତିମଣ୍ଡପ ଅଞ୍ଚଳର ଭଜ ସାହୁଙ୍କ ସ୍ତ୍ରୀ କୁନି ସାହୁ ମନ୍ଦିରରେ ପୂଜା କରୁଥିବା ସମୟରେ ସେଠାରେ ଲାଗିଥିବା ଦୀପର ନିଆଁ ତାଙ୍କ ଦେହରେ ଲାଗିଯାଇଥିଲା। ଫଳରେ ସେ ମନ୍ଦିର ଭିତରେ ହିଁ ଜଳିବାକୁ ଲାଗିଥିଲେ। ସେଠାରେ ଉପସ୍ଥିତ ଥିବା ଅନ୍ୟ ଭକ୍ତ ମାନେ ଏହି ଦୃଶ୍ୟକୁ ଦେଖୁଥିଲେ ସୁଦ୍ଧା କେହି ନିଆଁକୁ ଲିଭାଇବାକୁ ସାହସ କରିନଥିଲେ। ଫଳରେ କୁନି ସାହୁଙ୍କ ପ୍ରାୟ ୭୦ ରୁ ୮୦ ପ୍ରତିଶତ ଶରୀର ପୋଡିଯାଇଥିଲା। କୌଣସି ମତେ ଖବର ପାଇ ତାଙ୍କ ପରିବାର ପକ୍ଷରୁ ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲକୁ ଆଣି ଚିକିତ୍ସା କରାଇଛନ୍ତି। ବର୍ତମାନ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି।