-+91-9937148622 |

prerana_bgr@rediffmail.com |

  Saturday 26th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||     

HOME   ଜିଲ୍ଲା

ମେଣ୍ଡାକୁ ବ୍ଲକଘୋଷଣା ଦାବିନେଇ ଦ୍ୱିତୀୟବୈଠକ,ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଆଯିବ ଦାବିପତ୍ର

23-Feb-2025



ତରଭା(ପ୍ରେରଣା ଖବର): ରାଜ୍ୟରେ ନୂତନ ବ୍ଲକପୁନଃର୍ଗଠନ ନେଇ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ମନ୍ତ୍ରୀଙ୍କ ସୂଚନା ପରେ ସୁବର୍ଣ୍ଣପୁର ଜିଲ୍ଲାର ସର୍ବପୁରାତନ ତଥା ବୃହତଗ୍ରାମ ଐତିହାସିକ ମେଣ୍ଡା ଗ୍ରାମପଞ୍ଚାୟତକୁ ବ୍ଲକ ଘୋଷଣା କରିବାକୁ ଦାବି ତେଜୁଛି । ଆଜି ମେଣ୍ଡା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବ୍ଲକଗଠନ ସମ୍ପର୍କିତ ଦ୍ୱିତୀୟ ବୈଠକ ବସି କୋରକମିଟି ଗଠନନେଇ ଆଲୋଚନା କରାଯାଇଛି । ସଂଗଠକ ଇଂ.ମୁକୁନ୍ଦ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଅଞ୍ଚଳର ବହୁସଂଖ୍ୟାରେ ଲୋକମାନେ ଯୋଗଦେଇ ବ୍ଲକଗଠନ ନେଇ ନିଜ ନିଜ ମତ ଦେଇଥିଲେ । ଏଥିରେ ଐତିହାସିକ ଗ୍ରାମ ମେଣ୍ଡାରେ ବ୍ଲକ କରାଯିବାକୁ ପ୍ରସ୍ତାବ କରାଯାଇଛି । ଏହି ନୂତନ ବ୍ଲକରେମେଣ୍ଡା,ରାଣିସର୍ଡା,ଦେଉଳପଦର,ପାଇକବାହାଲ,ପୁଆ,ଜରାଜାରିଂ,ନାରାୟଣପୁର,ବଲାଡି,ଛକୋରମାଲ ଓ ଶିବତଳା ପଞ୍ଚାୟତକୁ ନେଇ ଗଠନ କରାଯିବାକୁ ପ୍ରସ୍ତାବ କରାଯାଇଛି । ପ୍ରସ୍ତାବିତ ବ୍ଲକ ଅଞ୍ଚଳର ପଞ୍ଚାୟତ ପ୍ରତିନିଧି ଓ ଲୋକପ୍ରତିନିଧି ତଥା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଏମାନେ ଭେଟି ଆଲୋଚନା କରି ସେମାନଙ୍କର ମତ ନେଇ ଆଜିର ବୈଠକରେ ଏହାକୁ ଉପସ୍ଥାପନା କରାଯାଇଥିଲା । ଆଗକୁ ପ୍ରତ୍ୟେକ ପଞ୍ଚାୟତକୁ ଯାଇ ଲୋକଙ୍କ ସହିତ ଆଲୋଚନା କରି କମିଟି ଗଠନ କରାଯିବ ଓ ରାଜ୍ୟସରକାରଙ୍‌କୁ ବ୍ଲକଗଠନ ନେଇ ଦାବିପତ୍ର ପ୍ରଦାନ କରାଯିବ ବୋଲି ପ୍ରସ୍ତାବ କରାଯାଇଛି । ତରଭା ବ୍ଲକରେ ୨୧ଟି ପଞ୍ଚାୟତ ଥିବା ବେଳେ ଏଥିରୁ ମେଣ୍ଡା ଅଞ୍ଚଳର ୬ଟି ପଞ୍ଚାୟତ ପଛୁଆ ରହିଛି । ସରକାର ଦ୍ୱାରମୁହଁରେ ସୁଶାସନ ପହଞ୍ଚାଇବାକୁ ଘୋଷଣା କରୁଥିବା ବେଳେ ବିକଶିତ ଓଡିଶା ଗଠନରେ ଏହି ଅଞ୍ଚଳ ସାମିଲ ହେବାକୁ ଆଗଉଛି । ଐତିହାସିକ ପୃଷ୍ଠଭୂମୀ ଥିବା ତଥା ଏକ ପୁରାତନ ଗଡଭାବରେ ପରଗଣିତ ମେଣ୍ଡାକୁ ବ୍ଲକ ଗଠନଦାବି ଯଥାର୍ଥ ବୋଲି ଉପସ୍ଥିତ ଶତାଧିକ ଜନସାଧାରଣ ମତପ୍ରକାଶ କରିଥିଲେ । ଆଜିର ଏହି ବୈଠକରେ  ନରହରୀ ପୂଜାହାରୀ ମେଣ୍ଡାଶୁଣୀଙ୍କ ଆଜ୍ଞମାଳ ଆଣି ବୈଠକର ଶୁଭକାମନା କରିଥିଲେ । ବୈଠକରେ ନାରାୟଣ ଝାଙ୍କର,ଶୁଶୀଳ ଯୋଷୀ,ପ୍ରସନ୍ନ ପର୍ଡିଆ,ପ୍ରଦିପ୍ତ କର,କ୍ଷମାନିଧି ଝାଙ୍କର,ପୂର୍ଣ୍ଣଚନ୍ଦ୍ର ପଣ୍ଡା,କିର୍ତ୍ତନ ଦୀପ,ସନ୍ତୋଷ ଦାସ,କିଶୋର ପଣ୍ଡା,ପ୍ରମୋଦ ପର୍ଡିଆ,ନକୁଳ କର୍ଣ୍ଣ,ସୁରେନ୍ଦ୍ର ପର୍ଡିଆ,ଅଶୋକ ବିଶି,ହୃଷିକେଶ ପାତ୍ର,ଡୁବୁଲ ଦଣ୍ଡସେନା, ବିପିନ ନାଗ,ସୁରେଶ କର୍ଣ୍ଣ,ରାଣିସର୍ଡା ସରପଞ୍ଚ ବାଃଳଗୋପାଳ କର୍ମି,ସମିତିସଭ୍ୟ ଭୁବନ ଦନ୍ତା ପ୍ରମୁଖ ନିଜ ନିଜ ମତ ଉପସ୍ଥାପନ କରିଥିଲେ । ମେଣ୍ଡାରେ ବ୍ଲକସ୍ଥାପନ ପର୍ଯ୍ୟନ୍ତ କୋରକମିଟି ଜନସାଧାରଣ ଓ ସରକାରଙ୍କ ସହିତ ସଂଯୋଗ ସ୍ଥାପନ କରିବେ ବୋଲି ପ୍ରସ୍ତାବ କରାଯାଇଛି । ମେଣ୍ଡା ହିଁ ବ୍ଲକଗଠନ ପାଇଁ ପ୍ରକୃଷ୍ଟସ୍ଥାନ ବୋଲି ମତପ୍ରକାଶ ପାଇଥିଲା । ଏହି ଅବସରରେ ବ୍ଲକ ଦାବିକୁ ପରିଚାଳନା ପାଇଁ ଭୀକାରୀ ମେହେରଙ୍କ ନେତୃତ୍ୱରେ ଏକ ଅର୍ଥକମିଟି ମଧ୍ୟ ଗଠନ କରାଯାଇଥିଲା । ଆଗକୁ ଖୁବଶୀଘ୍ର ବ୍ଲକଗଠନ ଦାବିର ଦାବିପତ୍ର ଜିଲ୍ଲାପ୍ରଶାସାନ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରାଯିବ ବୋଲି ପ୍ରସ୍ତାବ କରାଯାଇଛି । ଆଜିର ବୈଠକରେ ସନାତନ କର୍ମି,ବାଳଗୋପାଳ ପଣ୍ଡା, ଦାସରଥି ପଣ୍ଡା,ମହାଦେବ ଜେନା,ହାଡୁ ଜେନା,ରାଜୀବ ଯୋଷୀ,ଜିତେନ୍ଦ୍ରୀୟ ପଣ୍ଡା,ଟଙ୍କଧର ମେହେର,ନିରଂଞ୍ଜନ ଟାଲି,ନରୋତ୍ତମ ମଲ୍ଲିକ, ଧିରେନ୍ଦ୍ର ଝାଙ୍କର,ବିଭୁତିଭୂଷଣ ଝାଙ୍କର,ସିଦ୍ଧାର୍ଥ ଅଗ୍ରୱାଲ ପ୍ରମୁଖଙ୍କ ସହିତ ଶତାଧିକ ଲୋକ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026

You Might Also Like