-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
23-Feb-2025
ଅତାବିରା(ଆକାଶ ମିଶ୍ର): ବରଗଡ ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ ପତ୍ରା ପାଲି ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ସତ୍ୟବାନ୍ ସାହୁଙ୍କ ମାତା ସତ୍ୟଭାମାଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ବର୍ଷ ହେଉଥିଲା । ସେ ଜଣେ ମେଲାପି, ସତ୍ୟ ପରାୟଣl ମହିଳା ଥିଲେ । ସେ ସବୁ ବେଳେ ଘରେ ବସି ଗୀତା,ଭାଗବତ ପାଠ କରି ଆସୁଥିଲେ । ସଦା ସର୍ବଦା ତାଙ୍କ ଘରକୁ କିଛି ମହିଳା ଭକ୍ତ ଭାଗବତ ଶୁଣିବାକୁ ଆସୁଥିଲେ । ଶେଷରେ କିଛି ଦିନ ହେଲା ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ।ତାଙ୍କର ତିନି ପୁଅ ଗୋଟିଏ ଝିଅ ଅଛନ୍ତି।ଗ୍ରାମର ସ୍ବର୍ଗ ଦ୍ଵାରରେ ତାଙ୍କର ଅନ୍ତିଁମ ସଂସ୍କାର ହୋଇଯାଇଛି। ବଡ଼ ପୁଅ ଅଶ୍ଵିନୀ ସାହୁ ମୁଖାଗ୍ନୀ ଦେଇଥିଲେ । ଗ୍ରାମର ବନ୍ଧୁ ବାନ୍ଧବ ,ପୁଅ ରାମ ରତନ ସାହୁ, ଝିଅ କିଶୋରୀ ସାହୁ,ଜ୍ବାଇଁ , ନାତି ନାତୁଣୀ,ଅତାବିରାର , ଅଞ୍ଚଳର ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ତାଙ୍କର ଅନ୍ତିମ ଦର୍ଶନ କରିଥିଲେ । ଏହି ଖବର ପାଇ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି ।