-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
23-Feb-2025
ସିନାପାଲି (ଚିନ୍ତାମଣି ନେତାମ )
ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ନୀଳଜି ସରସ୍ବତୀ ଶିଶୁମନ୍ଦିର ଠାରେ ପିତୃମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ହୋଇଥିବା ସଭାରେ ଶିଶୁମନ୍ଦିର ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ସତ୍ୟବ୍ରତ ଗହୀର ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥିଭାବରେ ଦକ୍ଷିଣ ପଶ୍ଚିମ ସମ୍ଭାଗ ବଲାଙ୍ଗୀରର ପୂର୍ବତନ ସମ୍ପାଦକ ଶ୍ରୀଯୁକ୍ତ ଗୟାଧର ମହାନ୍ତି ଏବଂ ସମ୍ମାନିତ ଅତିଥିଭାବରେ ସମାଜ ସେବୀ ଶ୍ରୀଯୁକ୍ତ ଫରସ ରାମ ସା ଓ ସମ୍ପାଦକ ଶ୍ରୀଯୁକ୍ତ ଲକ୍ଷ୍ମଣ ପ୍ରଧାନ ମଞ୍ଚାସିନ ଥିଲେ। ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରଶାନନ୍ଦ କୁମ୍ଭାର ଅତିଥି ମାନଙ୍କୁ ମଞ୍ଚକୁ ସ୍ୱାଗତ କରିଥିଲେ। ଶିଶୁଭଉଣୀ ମାନେ ସୁଲଳିତ କଣ୍ଠ ରେ ସ୍ୱାଗତ ସଂଗୀତ ଗାନ କରିଥିଲେ। ସହ ଆଚାର୍ଯ୍ୟ ଶ୍ରୀଯୁକ୍ତ ବୀରଭଦ୍ର ସା ସଭାକାର୍ଯ୍ୟ ସଂଯୋଜନା କରିଥିଲେ। ଅତିଥିଗଣ ଛାତ୍ର ଛାତ୍ରୀ ମାନଙ୍କ ଚରିତ୍ର ଗଠନ, ଉତ୍ତମ ନାଗରିକ ଓ ସୁମଣିଷ ହେବାରେ ଗୁରୁଜୀ ଗୁରୁମାଙ୍କ ସବୁଠାରୁ ଅଧିକ ଭୂମିକା ରହିଛି ବୋଲି ନିଜ ବକ୍ତବ୍ୟରେ ଉପସ୍ଥାପନା କରିଥିଲେ। ୨୦୨୩/୨୪ ମସିହାର ତୃତୀୟ ଶ୍ରେଣୀ ଛାତ୍ରବୃତ୍ତି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ତିନିଜଣ ଛାତ୍ର ଛାତ୍ରୀଙ୍କ ପିତା ମାତା ଓ ଆଚାର୍ଯ୍ୟ ଆଚାର୍ଯ୍ୟା ମାନଙ୍କୁ ସଭାପତି ଅଭିନନ୍ଦନ ଜଣାଇଥିଲେ। ଉପସ୍ଥିତ ପିତାମାତା ଶିଶୁମନ୍ଦିର ଉନ୍ନତି ପ୍ରସଙ୍ଗରେ ନିଜ ନିଜ ମତ ରଖିଥିଲେ। ପରିଶେଷରେ ଆଚାର୍ଯ୍ୟ ଅଖିଳେଶ ପାଣ୍ଡେ ଅତିଥି ଗଣଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।