-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
23-Feb-2025
(ଡୋଲେଶ୍ୱର ବାଗ )
ସତ୍ୟବ୍ରତ ବରାଳ ଓ ଉତ୍ତମ ବାରାଲ ଙ୍କୁ ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗ ରେ ଭିଜିଲାନ୍ସ ବିଭାଗ ଗିରଫ କରିଛନ୍ତି। ସିନାପାଲି ବ୍ଲକ ଘୁଚାଗୁଡ଼ା ଗ୍ରାମ ପଞ୍ଚାୟତ ପଞ୍ଚାୟତ ନିର୍ବାହୀ ଅଧିକାରୀ ସତ୍ୟବ୍ରତ ବରାଲ ତାଙ୍କ ଭାଇ ଉତ୍ତମ ବରାଳ କୁ ଭିଜିଲାନ୍ସ ବିଭାଗ ଗିରଫ କରିଛନ୍ତି। ୨୦୨୪-୨୫ ଆର୍ଥିକ ବର୍ଷ ରେ ସିଏଫ ସି ଏବଂ ଏସ ଏଫ୍ ସି ଆର୍ଥିକ ପାଣ୍ଠି ରୁ କୁରେଶ୍ୱରେ ଗ୍ରାମପଞ୍ଚାୟତ ରେ ହାଇମାକ୍ସ ଲାଇଟ୍, ଷ୍ଟ୍ରିଟ ଲାଇଟ ର କାର୍ଯ୍ୟକାରିତା ଓ ମରାମତି ସହ ଜିମ୍ ସାମଗ୍ରୀ କୁରେଶ୍ୱର ପାର୍କ ରେ ସ୍ଥାପନ କରିବା ନେଇ ୭ ଲକ୍ଷ ୨୦ ହଜାର ୯୮୧ ଟଙ୍କା ଆର୍ଥିକ ଅର୍ଥ ଆତ୍ମସାତ କରିଛନ୍ତି। ସରପଞ୍ଚ ବିଜୟ ଲକ୍ଷ୍ମୀ ବରାଳ ଙ୍କ ଅବଗତ ରେ ଏହି ଅର୍ଥ ଆତ୍ମସାତ ହୋଇଥିବା ବିଭାଗ ପକ୍ଷ ରୁ ପ୍ରକାଶ।ଷ୍ଟ୍ରିଟ ଲାଇଟ ର କାର୍ଯ୍ୟକାରିତା ଓ ମରାମତି ପାଇଁ ସରପଞ୍ଚ ଙ୍କ ପୁଅ ତଥା କାର୍ଯ୍ୟ ନିର୍ବାହୀ ଙ୍କ ଭାଇ ଙ୍କ ବ୍ୟାଙ୍କ୍ ଖାତାରେ ୪ ଲକ୍ଷ ୨୦ ହଜାର ଟଙ୍କା ଜମା ହୋଇଅଛି। ସେହିପରି ୩ ଲକ୍ଷ ୯୮୧ ଟଙ୍କା କୁରେଶ୍ଵର ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବରୁଣ ବରାଳ ଙ୍କ ଖାତା ରେ ଜମା ହୋଇଅଛି। ସରକାରୀ ଅର୍ଥ କୁ ଗୋଟିଏ ପରିବାର ସମସ୍ତେ ମିଳିତ ରୂପେ ଆତ୍ମସାତ କରିଥିବା ଅଭିଯୋଗ ଆସିଅଛି।