-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
22-Feb-2025
ବଲାଙ୍ଗୀର ଜିଲ୍ଲା ଓଡ଼ିଶା ସୂଚନା ଅଧିକାର ଅଧିକାର ଶାଖା ତରଫରୁ ରାଜେନ୍ଦ୍ର କଲେଜ ଛକ ପାଖ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଆନ୍ତଃ ଜିଲ୍ଲାସ୍ତରୀୟ ସୂଚନା ଅଧିକାର ଆନୁକୁଲ୍ୟରେ ୨ ଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟନ ହୋଇ ଯାଇଛି।ଦିନ ୧୧ ଟା ଠାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ କାର୍ଯକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସୁଚନା ଅଧିକାର ଅଭିଯାନ ରାଜ୍ୟ ଆବାହକ ଶ୍ରୀ ପ୍ରଦୀପ ପ୍ରଧାନ ବରିଷ୍ଠ ସୂଚନା ଅଧିକାର କର୍ମୀ ତଥା ଗୋଲାମୁଣ୍ଡା ବ୍ଳକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ବରିଷ୍ଠ ସୂଚନା ଅଧିକାର କର୍ମୀ ତଥା ହାଇକୋର୍ଟ ଓକିଲ ମନୋରଞ୍ଜନ ଜେନା ମୁଖ୍ୟ ବକ୍ତା ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ର ପ୍ରଧ୍ୟାପକ ମନୋଜ
ନାଗ ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖି ଥିଲେ।ମଞ୍ଚ ପରିଚାଳନା ବରିଷ୍ଠ ସୂଚନା ଅଧିକାର କର୍ମୀ ଶ୍ରୀ ନିଳମଣୀ ଯୋଶୀ ଅନ୍ୟ ସୂଚନା ଅଧିକାର କର୍ମୀ ଶଙ୍କର ପାଣିଗ୍ରାହୀ,ଶିବ ପ୍ରସାଦ ସାହୁ, ପ୍ରମୋଦ କୁମାର ବେହେରା, ବିରଞ୍ଚି ବହିଦାର,ଜୟ ବିହାରୀ ବିଶ୍ବାଳ, ସତ୍ୟ ବନ୍ଛୋର,କାଲିନ୍ଦ୍ରୀ ମାଝୀ, ପୁର୍ଣ୍ଣଚନ୍ଦ୍ର ବିଶ୍ବାଳ,ସାମୁଏଲ ପଟ୍ଟନାୟକ, କୃଷ୍ଣଚନ୍ଦ୍ର ବନ୍ଛୋର,ତ୍ରୟମ୍ଵକ ବାରିକ, ଗୋପବନ୍ଧୁ ଛତ୍ରିଆ, ସରୋଜ କୁମାର ମେଶ୍ଵା, ନରେଶ ବାଗ, ପ୍ରମୁଖ ଉପସ୍ଥିତ ଥିଲେ। ଏହି ପ୍ରଶିକ୍ଷଣ ଶିବିର ରେ ରାଜନୀତି ବିଜ୍ଞାନ ର ଛାତ୍ରଛାତ୍ରୀ ବହୁ ସଂଖ୍ୟା ରେ ଯୋଗଦାନ କରି ସୂଚନା ଅଧିକାର ଆଇନ ସମ୍ଵନ୍ଧିୟ ଜ୍ଞାନ ଆହରଣ କରିଥିଲେ। ଦୁଇ ଦିନ ଧରି ଏହି କର୍ମଶାଳାରେ ଆସନ୍ତା କାଲି ଆଇନ ର କାର୍ଯ୍ୟକାରୀତା ସମ୍ବନ୍ଧରେ ତର୍ଜମା କରାଯିବ ସହିତ ଉଦଯାପିତ ହେବ।