-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
22-Feb-2025
ଡୁଙ୍ଗୁରିପାଲି,ତା,୨୨/୨:
ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହ୍। ଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ.ରବିଚନ୍ଦ୍ର ପଶାୟତଙ୍କ ସଭାପତିତ୍ବରେ ବିଶ୍ଵ ସ୍କାଉଟ୍ ଓ ଗାଇଡସ ସଂସ୍ଥାର ପ୍ରତିଷ୍ଠାତା ଲର୍ଡ ବେଦେନ୍ ପାୱେଲ ଓ ଲେଡୀ ବେଡେନ୍ ପଵେଲଙ୍କ ଜନ୍ମ ଦିବସ "ଆନ୍ତର୍ଜାତୀୟ ଚିନ୍ତନ ଦିବସ" ପାଳିତ ହୋଇଯାଇଛି। ତରଭା ବାଳିକା ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ନରେନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସ୍କାଉଟ୍ ସଂସ୍ଥାର ସେବା କାର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ। ଅନ୍ୟତମ ଅତିଥି ଭାବରେ ବିଦ୍ୟାଳୟର ଅତିଥି ଶିକ୍ଷକ ମନୋଜ କୁମାର ପୂଜାରୀ ବିଦ୍ୟାଳୟର ସ୍କାଉଟ୍ ମାନଙ୍କର କାର୍ଯ୍ୟ ସ୍ମରଣୀୟ ଅଟେ ବୋଲି ମତପ୍ରକାଶ କରିଥିଲେ। ସଭାରେ ସମ୍ମାନିତ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲା ଭାରତ ସ୍କାଉଟସ ଓ ଗାଇଡସ ସଂସ୍ଥା ର ଜିଲ୍ଲା ତାଲିମ କମିଶନର ତଥା ବିଦ୍ୟାଳୟର ସ୍କାଉଟ୍ ମାଷ୍ଟର ଦୀନବନ୍ଧୁ ପ୍ରଧାନ ମଞ୍ଚାସିନ ହୋଇ ସ୍କାଉଟ୍ ଇତିହାସ, ସେବାକାର୍ଯ୍ୟ, ତଥା ଛାତ୍ର ଛାତ୍ରୀଙ୍କ ପାଇଁ ଆବଶ୍ୟକତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରଥମେ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ରାଜୁ ମେହେର ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ସଭାର ପ୍ରାରମ୍ଭରେ ଅନ୍ତରା ଜାଲ ଓ ସାଥୀ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିବେଳେ ଖେଳ ଶିକ୍ଷକ ଚିନ୍ମୟ କୁମାର ଦାସ ସଭାକୁ ସଂଯୋଜନା କରିଥିଲେ ।
ଶେଷରେ ଶିକ୍ଷକ ନନ୍ଦିଘୋଷ ବାରିକ ଧନ୍ୟବାଦ୍ ଅର୍ପଣ କରିଥିଲେ। କାର୍ଯକ୍ରମ କୁ ସଞ୍ଜୀବ ପୂଜାରୀ, କିରଣ କୁମାର ପଟେଲ,ଲିପି ପ୍ରଧାନ, ମୀନକେତନ ଦାସ, ବିଭୀଷଣ ଖମାରୀ, ସୁରଜ୍ ଖମାରୀ ଓ ସମୀର କଠାର ସହଯୋଗ କରିଥିଲେ ।