-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
19-Feb-2025
(ଡୋଲେଶ୍ୱର ବାଗ )
ଜିଲ୍ଲା ରେ ଚଳିତ୍ ମାସରେ ତାପମାତ୍ରା ବୃଦ୍ଧିକୁ ଦୃଷ୍ଟି ରଖି ଜିଲ୍ଲା ଜରୁରୀ କାଳୀନ ଶାଖା ତରଫରୁ ଜିଲ୍ଲା ଓଶ୍ଵାନ ପ୍ରକୋଷ୍ଠରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଅଛି । ଗ୍ରୀଷ୍ମ ପ୍ରବାହକୁ ପ୍ରଶମନ କରିବା ସମସ୍ତ ଙ୍କ ନୈତିକ କର୍ତ୍ତବ୍ୟ ଅଟେ। ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱବୋଧ ସହ ନାଗରିକ ସହଯୋଗ ଦ୍ବାରା ସମ୍ଭବ ହେବ ବୋଲି ମତବ୍ୟକ୍ତ କରିଥିଲେ। ସେଥିନିମନ୍ତେ ଆଲୋଚନା କରିଥିଲେ । ପାନୀୟ ଜଳ ସୁବ୍ୟବସ୍ଥା ସାଙ୍ଗକୁ ଜଳ ସଙ୍କଟ ଥିବା ଗ୍ରାମକୁ ବିକଳ୍ପ ବ୍ୟବସ୍ଥା କରିବାକୁ ଆହ୍ବାନ କରିଛନ୍ତି। ଜନଗହଳି ସ୍ଥାନ ରେ ପାନୀୟ ଜଳ ବ୍ୟବସ୍ଥା ସହ ସ୍ବାସ୍ଥ୍ୟ ବିଭାଗ ମଧ୍ୟ ସଜାଗ ରହିବାକୁ ଆହ୍ବାନ କରିଛନ୍ତି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ , ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ , ଉପ-ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଏପି ଡି ଯୋଗେଶ୍ଵର ଭୋଇ, ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଡଃ ଗୁରୁପ୍ରସାଦ ଜେନା, ଜରୁରୀ କାଳୀନ ଅଧିକାରୀ ଏସ କେ ନସିମ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡାଙ୍କ ସହିତ, ବିଭିନ୍ନ ବିଭାଗର ଯନ୍ତ୍ରୀ, ଜିଲ୍ଲା ସ୍ତରୀୟ ଅଧିକାରୀ ଓ ମଣ୍ଡଳ ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ ।