-+91-9937148622 |

prerana_bgr@rediffmail.com |

  Sunday 27th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   (27-Sep-2026)       ||      ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ    (27-Sep-2026)       ||      ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   (27-Sep-2026)       ||      *"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   (27-Sep-2026)       ||      *ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   (27-Sep-2026)       ||      ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   (27-Sep-2026)       ||      କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   (27-Sep-2026)       ||      ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   (27-Sep-2026)       ||      ପର୍ଯ୍ୟଟନ ସ୍ଥଳୀ ଚାନ୍ଦଲି ପାହାଡ଼ ପରିସରରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳିତ    (27-Sep-2026)       ||      ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   (27-Sep-2026)       ||      ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   (27-Sep-2026)       ||      ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   (27-Sep-2026)       ||      ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   (27-Sep-2026)       ||      ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   (27-Sep-2026)       ||      *ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||      ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   (26-Sep-2026)       ||      ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   (26-Sep-2026)       ||     

HOME   ଜିଲ୍ଲା

ବ୍ଳକ ଘୋଷଣା ଦାବି ରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

19-Feb-2025



କଳାହାଣ୍ଡି,,କୋକସରା(ତ୍ରିନାଥ ବେଶ୍ରା ) କୋକସରା ବ୍ଳକର ଆମପାଣି ପଞ୍ଚାୟତକୁ ନୂତନ ବ୍ଳକ ଘୋଷଣା ନିମନ୍ତେ ଦାବି ଯୋର ଧରିଛି। ବୁଧବାର ବ୍ଳକ ଗଠନ କ୍ରିୟାନୁଷ୍ଠାନ କମିଟି ସଭାପତି ଋତୁରାଜ ମାଝୀଙ୍କ ନେତୃତ୍ବରେ କୋକସରା ବ୍ଳକର ୮ଟି ପଞ୍ଚାୟତ ସମେତ ଜୟପାଟଣା ବ୍ଳକର ୨ଟି ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଧର୍ମଗଡ଼ ପଞ୍ଚାୟତ ପଡିଆଠାରୁ ବିଭିନ୍ନ ସ୍ଲୋଗାନ ଦେଇ ଦାବି ସମ୍ପର୍କିତ ପ୍ଲାକାର୍ଡ ଧରି ବିରାଟ ଶୋଭାଯାତ୍ରା ମାଧ୍ୟମରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲେ। ଏବଂ ଉପ ଜିଲ୍ଲାପାଳ ଅନୁପସ୍ଥିତ କାରଣରୁ ଡେପୁଟି କଲେକ୍ଟର ଚିତ୍ତରଞ୍ଜନ ମଲ୍ଲିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। କୋକସରା ବ୍ଳକର ଆମପାଣି ୧ ନମ୍ବର ଜିଲ୍ଲା ପରିଷଦ ଜୋନରେ ମୋଟ ୮ ଗୋଟି ପଞ୍ଚାୟତ ବଡ଼ପୋଡ଼ାଗୁଡ଼ା, ବରାଡଙ୍ଗା, କାଉଡୋଲ, ଡୁଡୁକାଠେଙ୍ଗା, ମହିମା, ସାନ ପୋଡାଗୁଡା ଓ ଗୋତମୁଣ୍ଡା ପଞ୍ଚାୟତ ରହିଛି। ଏହି ପଞ୍ଚାୟତ ଗୁଡ଼ିକ ସାହାଜଖୋଲ ଜଙ୍ଗଲ ପାଦଦେଶରେ ରହିଛି। ମୂଳ ବ୍ଳକ କୋକସରା ଠାରୁ ୨୫ରୁ ୩୦ କିଲୋମିଟର ଦୂରରେ ଅବସ୍ଥିତ ଅଛନ୍ତି ଏହି ଗାଁ ଗୁଡ଼ିକ। ସେହି ପରି ଜୟପାଟଣା ବ୍ଳକର ବଡପୁଝାରୀଗୁଡା ଓ ଉଚ୍ଛୁଲା ପଞ୍ଚାୟତ ମଧ୍ୟ ବଣ ଜଙ୍ଗଲ ଉପରାନ୍ତରେ ରହିଛନ୍ତି। ମୂଳ ଜୟପାଟଣା ବ୍ଳକକୁ ଯିବାକୁ ହେଲେ ଏହି ୨ ଗୋଟି ପଞ୍ଚାୟତକୁ ୩୫ କିଲୋମିଟର ଯିବାକୁ ପଡୁଛି, ନିକଟରେ ଆମପାଣି ୧୨. କିମି ଦୂରରେ ରହିଛି। ଏହି ପଞ୍ଚାୟତ ଗୁଡ଼ିକ ଭୌଗୋଳିକ ଦୃଷ୍ଟିକୋଣରୁ ପାହାଡ଼, ପର୍ବତ, ନଦୀ, ନାଳ ଓ ଜଙ୍ଗଲ ଘେରା ଅଞ୍ଚଳ ରହୁଛି। ଯାହା ଫଳରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସଫଳତା ଲୋକଙ୍କ ନିକଟରେ ଠିକ୍‌ ସମୟରେ ପହଞ୍ଚି ପାରୁନାହିଁ। ଭୌଗଳିକ ଦୃଷ୍ଟି କୋଣରୁ ଆମପାଣି ଗ୍ରାମ ଏହି ଅଞ୍ଚଳର ମୂଖ୍ୟ ସ୍ଥାନ ହୋଇଥିବାବେଳେ ଏଠାରେ ବ୍ଲକ ଗଠନ ନିମିତ୍ତ ସବୁ ପ୍ରକାର ଭିତ୍ତିଭୂମି ରହିଛି। ୧୦ ଗୋଟି ପଞ୍ଚାୟତ ବ୍ୟତୀତ ପଡୋଶୀ ନବରଙ୍ଗପୁର ଜିଲ୍ଲା ବିଭିନ୍ନ ଅଞ୍ଚଳର ହଜାର ହଜାର ଲୋକ ଆମପାଣି ଉପରେ ନିର୍ଭର କରିଥାନ୍ତି। ଏଠାରେ ଥିବା ସ୍କୁଲ, ଦୁଇଟି କଲେଜ, ଡାକ୍ତରଖାନା, ଥାନା, ଫରେଷ୍ଟ ଅଫିସ, ଆରଆଇ ଅଫିସ, ଗ୍ୟାସ ପଏଣ୍ଟ, ବ୍ୟାଙ୍କ, ସମବାୟ ସମିତି, ପୋଷ୍ଟ ଅଫିସ, ଏସ୍ଏସଡି ସ୍କୁଲ ଇତ୍ୟାଦି ଉପରେ ଆଖପାଖ ଅଞ୍ଚଳର ଲୋକେ ନିର୍ଭର କରିଥାନ୍ତି। ଆମପାଣିକୁ ୨୬ ନମ୍ବର ଜାତୀୟ ରାଜପଥ ସହ ବିଜୁ ଏକ୍ସପ୍ରେସୱେ ସଂଯୋଗ କରୁଥିବାରୁ ଯାତାୟାତରେ ମଧ୍ୟ ସୁବିଧା ରହିଛି। ସବୁ ଦୃଷ୍ଟିରୁ ଆମପାଣି ଗ୍ରାମ ପଞ୍ଚାୟତ ନୂତନ ବ୍ଳକ ଗଠନ ପାଇଁ ପ୍ରଜୁର୍ଯ୍ୟ ରହିଛି। ଯଦି ସରକାର ଆମପାଣି ଗ୍ରାମ ପଞ୍ଚାୟତକୁ ନୂତନ ବ୍ଲକ ଘୋଷଣା କଲେ ସାଧାରଣ ଲୋକଙ୍କ ନିକଟରେ ଶିକ୍ଷା, ସ୍ବାସ୍ଥ୍ୟ, ଜଳ, ପରିମଳ, ମହିଳା ଓ ଶିଶୁ ବିକାଶ ଯୋଜନା  ଆଦି ଏହି ଅଞ୍ଚଳରେ ହାତ ପାଆନ୍ତାରେ ପହଞ୍ଚିବାରେ ସହଜ ହେବ ସହ ଅଞ୍ଚଳରେ ବିକାଶ ଆଗେଇ ଲୋକେ ଉପକୃତ ହୋଇପାରିବେ। ଏହି ଦାବିପତ୍ର ପ୍ରଦାନ ସମୟରେ କ୍ରିୟାନୁଷ୍ଠାନ କମିଟି ସଭାପତି ଋତୁରାଜ ମାଝୀଙ୍କ ସମେତ ଟିକିଚନ୍ଦ୍ର ଧଙ୍ଗଡାମାଝୀ, କୁମୁଦ ପୁଝାରୀ, ଧନୁ ଦୁର୍ଗା, ଜିତୁ ପଣ୍ଡା, ବିଘ୍ନେଶ୍ୱର ନାଏକ, ସନ୍ତୋଷ ମାଝୀ, ଭଜମନ ନାଏକ, ସତ୍ୟ ନାଏକ, ଆମପାଣି ସରପଞ୍ଚ ଋକ୍ମିଣୀ ବାଣୁଆ, ବଡ଼ପୋଡ଼ାଗୁଡ଼ା ସରପଞ୍ଚ ଜମୁନା ନାଏକ, କାଉଡୋଲା ସରପଞ୍ଚ ଦେବୀ ସିଂ ତାଣ୍ଡି, କୁମୁଦ ସେଠୀ, ବିଜୟ କୁମାର ପଣ୍ଡା, ଚକ୍ରଧର ବେଶ୍ରା, ତାପସ ରାୟ, ଖଗେଶ୍ବର ପାଣିଗ୍ରାହୀ, ମଣିରାମ ବାଣୁଆ, ଯୁଗଲ କିଶୋର ନାଏକ, ମନୋରଞ୍ଜନ ବାଣୁଆ, ଧରିତ୍ରୀ ବାଗ, ସୁରେଶ ସାହୁ, ସମିତି ସଭ୍ୟା ନର୍ତ୍ତକୀ ଦଣ୍ଡସେନା, ଅର୍ଜୁନ ଭାଟି, ଅଜୟ ପଣ୍ଡା, ବିନୋଦ ସିଂ, ଧର୍ମାନନ୍ଦ ନାଏକ, ରାଜୁ ପଟେଲ, କେଶବ ବେଣୁପାଣି, ନୃପରାଜ ନାଏକ ସମେତ ୧୦ ଗୋଟି ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   27-Sep-2026
  ଜିଲ୍ଲା  
ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ   27-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   27-Sep-2026
  ଜିଲ୍ଲା  
*"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   27-Sep-2026
  ଜିଲ୍ଲା  
*ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   27-Sep-2026
  ଜିଲ୍ଲା  
ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   27-Sep-2026
  ଜିଲ୍ଲା  
କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   27-Sep-2026
  ରାଜ୍ୟ  
ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   27-Sep-2026
  ରାଜ୍ୟ  
ପର୍ଯ୍ୟଟନ ସ୍ଥଳୀ ଚାନ୍ଦଲି ପାହାଡ଼ ପରିସରରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳିତ   27-Sep-2026
  ଜିଲ୍ଲା  
ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   27-Sep-2026
  ଜିଲ୍ଲା  
ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   27-Sep-2026
  ଜିଲ୍ଲା  
ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   27-Sep-2026

You Might Also Like