-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||     

HOME   ଜିଲ୍ଲା

ସରିଲା ପକ୍ଷୀ ଗଣନା: କମୁଛି ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା, ପୂର୍ବ ବର୍ଷ ତୁଳନାରେ ଆସିଛନ୍ତି ୪୧୫୪ କମ୍ ପକ୍ଷୀ

15-Jan-2021



ରାୟଗଡ଼ା (ପ୍ରେରଣା ଖବର): ରାୟଗଡ଼ା ବନଖଣ୍ଡରେ ସରିଛି ପକ୍ଷୀ ଗଣନା। ୨୦୨୦ ଅପେକ୍ଷା ୨୦୨୧ରେ ଜିଲ୍ଲାକୁ ୪୧୫୪ କମ ପକ୍ଷୀ ଆସିଛନ୍ତି। ଗୋଟିଏ ବର୍ଷରେ ଏତେ ସଂଖ୍ୟକ ପକ୍ଷୀ କମିବା ବନ ବିଭାଗକୁ ଚିନ୍ତାରେ ପକାଇଛି। ଖଣି ଖନନ, ଜଙ୍ଗଲ ନଷ୍ଟ, ପରିବେଶ ପ୍ରଦୂଷଣ ଯୋଗୁ କ୍ରମାଗତ ଭାବେ ରାୟଗଡ଼ାରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଅନ୍ୟପକ୍ଷରେ ଜିଲ୍ଲାର ବିଭିନ୍ନ ଜଙ୍ଗଲ, ଜଳାଶୟ, ଡ୍ୟାମ୍, ନଦୀତଟରେ ରହୁଥିବା ପକ୍ଷୀ ମଧ୍ୟ ଅନ୍ୟ ଜିଲ୍ଲା ମୁହାଁ ହୋଇଛନ୍ତି। ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ନିର୍ଦେଶକ୍ରମେ ଜାନୁଆରୀ ୩ ତାରିଖରେ ରାୟଗଡ଼ାରେ ପକ୍ଷୀ ଗଣନା ହୋଇଥିଲା।  ରାୟଗଡ଼ା ବନଖଣ୍ଡ ଅଧୀନରେ ଥିବା ରାୟଗଡ଼ା, ଟିକିରି, କାଶୀପୁର, ଗୁଡାରି, ଗୁଣପୁର, ମୁନିଗୁଡା, କଲ୍ୟାଣସିଂହପୁର ରେଂଜ ଅଞ୍ଚଳରେ ଥିବା ୭ଟି ଛୋଟ, ବଡ ଡ୍ୟାମ ଅଞ୍ଚଳରେ ହୋଇଥିଲା ପକ୍ଷୀ ଗଣନା। ପକ୍ଷୀ ଗଣନାରେ ରେଞ୍ଜରଙ୍କଠୁ ଆରମ୍ଭ କରି ଫରେଷ୍ଟ ଗାର୍ଡ ପର୍ଯ୍ୟନ୍ତ ସାମିଲ୍ ହୋଇଥିଲେ। ଶୀତ ଆଗମନ ପରେ କେନ୍ଦୁଗୁଡ଼ା ଡ୍ୟାମ୍, ସିଲଟିଗୁଡା ଡ୍ୟାମ୍, କାନ୍ଦିଲି ଡ୍ୟାମ ସମେତ ଖୋଲା ଜାଗା, ଧାନ ବିଲ, ନଦୀ ପଠା, ଜଳାଶୟରେ ପକ୍ଷୀଙ୍କ ଭିଡ଼ ଜମୁଥିବାରୁ ୮ ଟିମ୍ ଏହି ସବୁ ଅଞ୍ଚଳରେ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଭୋର୍ ୩ଟାରୁ ସଂଧ୍ୟା ପର୍ଯ୍ୟନ୍ତ ବନ ବିଭାଗ ଟିମ୍ ବିଭିନ୍ନ ଅଞ୍ଚଳକୁ ଯାଇ ପକ୍ଷୀ ଗଣନା କରିବା ପରେ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ଚଳିତ ବର୍ଷ ପକ୍ଷୀ ଗଣନାରେ ଜିଲ୍ଲାରେ ମାତ୍ର ୧୨୮୪ ପକ୍ଷୀ ଥିବା ଜଣା ପଡିଛି।  ୨୦୨୦ ମସିହାରେ ୧୪ ପ୍ରଜାତିର ୫୪୩୮ ପକ୍ଷୀ ଏବଂ ୨୦୧୯ରେ ୪୩୦୭ ପକ୍ଷୀ ଜିଲ୍ଲାକୁ ଆସିଥିଲେ। ୨୦୨୧ ରେ ପକ୍ଷୀଙ୍କ ସଂଖ୍ୟା ଆଶ୍ଚର୍ଯ୍ୟଜନକ ଭାବେ କମିଛି। ଶୀତ ପ୍ରକୋପ କମ୍ ଏବଂ ପକ୍ଷୀ ଅନ୍ୟ ଡ୍ୟାମ୍ ମୁହାଁ ହୋଇଥିବା କାରଣରୁ କମ୍ ସଂଖ୍ୟକ ପକ୍ଷୀ ଗଣନା ହୋଇଛି ବୋଲି କହିଛନ୍ତି ଏସିଏଫ୍ ନିତ୍ୟାନନ୍ଦ ନାୟକ। ବିଭାଗୀୟ ରିପୋର୍ଟନୁଯାୟୀ, ଚଳିତ ବର୍ଷ ପକ୍ଷୀ ଗଣନାରେ ଏସିଆନ୍ ଓପନ୍ ବିଲ୍ ୩୦ଟି, ବ୍ଲାକ୍ ଡଙ୍ଗ୍ ୧୦ଟି, ବ୍ରାଉନ୍ ଡୋଭ୍ ୫ଟି, କମନ୍ କ୍ରାନ୍ ୧୬୫ଟି, କର୍ମୋରାଣ୍ଟସନ୍ ଲିଟିଲ୍ ୨୨୦ଟି, କମନ୍ ଗ୍ରୀନ୍ ୱିଙ୍ଗଡ୍ ୨୦ଟି, ଏଗରେଟ୍ କ୍ୟାଟେଲ୍ ୯୩ଟି, ୟୁରୋସିଆନ୍ କୋଟ୍ ୩୦ଟି, ଗ୍ରେ ହିରୋନ୍ ୨୧ଟି, ଗ୍ରେ କ୍ରେନ୍ ୧୮ଟି, ଗେଣ୍ଡାଳିଆ ୭୫ଟି, ହିରୋନ୍ ୨୦ଟି, ଇଣ୍ଡିଆନ୍ ପଣ୍ଡ ହିରୋନ୍ ୩ଟି, କିଙ୍ଗ୍ ଫିଶର୍ ୧୬୩ଟି, ଲିଟିଲ୍ ଏଗ୍ରେଟ୍ ୧୨୬ଟି, ମଇନା ୯ଟି, ପର୍ପଲ୍ ହିରୋନ୍ ୭ଟି, ରାଣୀ ୨୯ଟି, ସ୍ମଲ୍ ବ୍ଲ୍ୟୁ କିଙ୍ଗ୍ ଫିସର୍ ୧୧ଟି, ସ୍ପଟ୍ ବିଲଡ୍ ଡକ୍ ୬ଟି, ୱାଗଟେଲ୍ ୧୦ଟି, ୱାଟର୍ ହେନ୍ ୧୬ଟି, ୱାଟର୍ କ୍ରୋ ୧୨୦ଟି, ୱାଟର୍ ଲପୱିଙ୍ଗ୍ ୧ଟି, ହ୍ବାଇଟ୍ ହର୍ଣ୍ଣ ୨୪ଟି, ହ୍ବାଇଟ୍ କିଙ୍ଗଫିଶର ୧୧ଟି, ହ୍ବାଇଟ୍ ବିଲେଡ୍ ହିରୋନ୍ ୩୮ଟି ଥିବା ଜଣା ପଡିଛି। ଚଳିତ ବର୍ଷ ଗୋଟିଏ ବି ନୂତନ ବିଦେଶାଗତ ପକ୍ଷୀ ରାୟଗଡ଼ାକୁ ଆସିନଥିବା ବନ ବିଭାଗ ଗଣନାରୁ ଜଣା ପଡିଛି। ଜିଲ୍ଲାରେ କେନ୍ଦୁଗୁଡ଼ା ଡ୍ୟାମକୁ ଛାଡ଼ିଲେ ଅନ୍ୟ କୌଣସି ବଡ ଜଳ ଭଣ୍ଡାର ନଥିବାରୁ ବିଦେଶାଗତ ପକ୍ଷୀ ଆସୁନାହାନ୍ତି। ଗୁଣପୁର ବଂଶଧାରା ନଦୀକୂଳରେ ଥିବା ଭାମିନି, ରାମନାଗୁଡ଼ା ଅଞ୍ଚଳର କିଛି ସ୍ଥାନରେ ବିଦେଶାଗତ ଗେଣ୍ଡାଳିଆକୁ ଦେଖିବାକୁ ମିଳୁଛି। ଛୁଆ ପ୍ରଜ୍ଜନନ ପାଇଁ ଏହି ସ୍ଥାନ ପ୍ରକୃଷ୍ଟ ହୋଇଥିବାରୁ ଗେଣ୍ଡାଳିଆମାନେ ଆସି ଅଣ୍ଡା ଦେଇ ଛୁଆ ଫୁଟାଇବା ପରେ ପୁଣି ନିଜ ଦେଶକୁ ଫେରି ଯାଉଛନ୍ତି। ଏହି ଗେଣ୍ଡାଳିଆମାନେ ବିଭିନ୍ନ ଦେଶରୁ ୨/୩ ହଜାର କିମି ଉଡ଼ି ଆସିଥାନ୍ତି।


News Comment




Photo in News

Advertisment
Lastest News
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026
  ଜିଲ୍ଲା  
*ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   25-Sep-2026
  ଜିଲ୍ଲା  
ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   25-Sep-2026
  ରାଜ୍ୟ  
ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ   25-Sep-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   25-Sep-2026
  ଜିଲ୍ଲା  
*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   25-Sep-2026
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026

You Might Also Like