-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
04-Feb-2025
(ଡୋଲେଶ୍ୱର ବାଗ )
ନୂଆପଡ଼ା ଜିଲ୍ଲା ଖଡିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ପଡିଆ ଠାରେ ଖଡିଆଳ ମହୋତ୍ସବ -୨୦୨୫ ଉଦ୍ଘାଟନ ସନ୍ଧ୍ୟା ରେ ସାହିତ୍ୟିକ ମୁଖବନ୍ଧ ସ୍ମରଣିକା ଅତିଥିଙ୍କ ଦ୍ବାରା ଉନ୍ମୋଚିତ ହୋଇଯାଇଅଛି। ପ୍ରତ୍ୟେକ ବର୍ଷ ଏକ ସ୍ବତନ୍ତ୍ର ବିଷୟ ସ୍ମରଣିକା ଆଲେଖ୍ୟ ପ୍ରସ୍ତୁତ ହୋଇଥାଏ। ଚଳିତ ବର୍ଷ ଅଞ୍ଚଳ ରେ ଜୀବନ ଜୀବିକା ଓ ବୃତ୍ତିଗତ ଇତିହାସ କୁ ସୂଜନଶୀଳ ବ୍ୟକ୍ତିଙ୍କ ଦ୍ବାରା ପ୍ରସ୍ତୁତ ଲେଖା, ଅଭୁଲା ସ୍ମୃତି କୁ ଇତିହାସ ରେ ପରିଣତ କରିଛନ୍ତି। ଉନ୍ମୋଚନ ଉତ୍ସବ ରେ ଅତିଥି ଙ୍କ ସହ ସମ୍ପାଦନ ମଣ୍ଡଲୀ ଉପସ୍ଥିତିରେ ସ୍ମରଣିକା ଉନ୍ମୋଚନ କରିଛନ୍ତି। ମୁଖ୍ୟ ସମ୍ପାଦକ ଜିତେନ୍ଦ୍ର ନାଥ ପଟ୍ଟନାୟକ, ଖଡିଆଳ ବିଧାୟକ ଅଧିରାଜ୍ ପାଣିଗ୍ରାହୀ, ଲୋହିତକ୍ଷ ଯୋଷୀ, ଡ଼.ପଦ୍ମଲୋଚନ ବର୍ମା, ଡ଼.ସୁଶାନ୍ତ ବିଶି, ଗୌରାଙ୍ଗ କୁମାର ସାହୁ, ଡ଼.ସାମୁଏଲ ଦାନୀ, ଆଦିତ୍ୟ ନାରାୟଣ ପଣ୍ଡା, ପ୍ରଭାଶିନି ଯୋଷୀ, ପ୍ରମୁଖ ଯୋଗ ଦେଇଥିଲେ।