-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
04-Feb-2025
ଯାଜପୁର/ବରୀ(ପ୍ରେରଣା ଖବର): ଯାଜପୁର ଜିଲ୍ଲା ବରୀ ଅଂଚଳର ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳୀ ଭାବେ ପରିଚିତ ବରୀ ମାଉଣ୍ଡ ଠାରେ ଥିବା ଷ୍ଟେଟ ବ୍ୟାଙ୍କର ଏ ଟି ଏମ ଦୀର୍ଘ ଏକ ମାସ ଧରି ଅଚଳ ହୋଇ ପଡିଥିବାରୁ ବ୍ୟାଙ୍କ ର ଉପଭୋକ୍ତ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଏହି ବଜାର ଉପରେ ନିର୍ଭର କରୁଥିବା ଗ୍ରାହକ ମାନେ ଷ୍ଠେଟ ବ୍ୟାଙ୍କ ଶାଖାର ଏ ଟି ଏମରୁ ଗଛିତ ଅର୍ଥ ଉଠାଣ କରିବାକୁ ଆସି ନିରାଶ ହୋଇ ଫେରୁ ଥିବାର ଦେଖିବାକୁ ମିଳିଛି। ସୂଚନା ଯୋଗ୍ୟ ଦୀର୍ଘ ଏକ ମାସ ହେବ ଏହି ଏ ଟି ଏମ ଅଚଳ ରହିବା ପରେ ବି ବ୍ୟାଙ୍କ କର୍ତ୍ତୃପକ୍ଷ ଏହା ଉପରେ ନଜର ନଦେବା ବ୍ୟାଙ୍କ କର୍ମଚାରିଙ୍କ ଉଦାସୀନତା ବୋଲି ସାଧାରଣରେ ଆଲୋଚିତ ହେଉଛି।ଖୁବ ଶିଘ୍ର ଏହି ଏ ଟି ଏମ କୁ ସଚଳ କରବା କ୍ଷେତ୍ରରେ ବ୍ୟାଙ୍କ କର୍ତ୍ତୃପକ୍ଷ ପଦକ୍ଷେପ ନେବାକୁ ବରିଷ୍ଠ ନାଗରିକ କୁଞ୍ଜ ବିହାରୀ ଦାଶ, କର୍ଣ୍ଣ ଚନ୍ଦ୍ର ଘଡେଇ, ଗୋପବନ୍ଧୁ ଦାସ, ମକର ଧ୍ଵଜ ସାହୁ, ଅଶୋକ କୁମାର ଦାସ, ଡ଼ଃ ନୁସିଂହ ବେହେରା, ଅଭିରାମ ମଲ୍ଲ ବୃନ୍ଦାବନ ସାମଲ ପ୍ରମୁଖ ବ୍ୟାଙ୍କ ର କର୍ମ କର୍ତା ମାନେ ଗୁରୁତ୍ୱ ଦେବାକୁ ଦାବି କରିଛନ୍ତି।