-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
03-Feb-2025
(ମିହିର ଶଙ୍କର ପାତ୍ର,)
ଆସନ୍ତା ପାଞ୍ଚ ତାରିଖ ଦିନ ହେବାକୁ ଥିବା ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଡାବୁଗାଁ ବ୍ଲକ ରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମ କୁ ସଠିକ ଭାବେ ପରିଚାଳନା କରିବା ପାଇଁ ବ୍ଲକ ଅଫିସ ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବୈଠକ କୁ ଏବିଡିଓ ପଦ୍ମନାଭ ତ୍ରିପାଠୀ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ପ୍ରତିନିଧି ରାମାରାଓ ଚୌଧୁରୀ, ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଷୟୀ, ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରୀ ସଭ୍ୟ ଜୟନ୍ତ କୁମାର ପାତ୍ର, ଜି ସତ୍ୟ ରାଓ, ଜି କିରଣ କୁମାର, ଡଙ୍ଗରିଗୁଡା ସରପଞ୍ଚ ରାମ କୁମାର ରାଜଗଣ୍ଡ , ଜଗଦୀଶ ଭତ୍ରା, ବଣ୍ଟି ସିଂ , ବୁଲୁ ମହାଙ୍କୁଡ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। କିନ୍ତୁ ଏଭଳି ଏକ ଲୋକ ହିତକର କାର୍ଯ୍ୟକ୍ରମ ର ପ୍ରସ୍ତୁତି ବୈଠକ ରେ ବ୍ଲକ ତରଫରୁ ଗଣମାଧ୍ୟମ କୁ ସୂଚନା ଦିଆ ଯାଇ ନଥିଲା। ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ କୁ ଡାବୁଗାଁ ବ୍ଲକ ତରଫରୁ ଅଣଦେଖା କୁ ସାଧାରଣ ରେ ନିନ୍ଦା କରା ଯାଇଛି। ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ବାରା ଅନେକ ଉନ୍ନତି ମୂଳକ କାର୍ଯ୍ୟକ୍ରମ ହେଉଥିବା ସ୍ଥଳେ ଗଣମାଧ୍ୟମ ହିଁ ଅଧିକ ରୁ ଅଧିକ ନିରପେକ୍ଷ ଭାବେ ଏହା ର ପ୍ରଚାର ପ୍ରସାର କରନ୍ତି।