-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
25-Jan-2025
ସୋନପୁର (ମନୋରଞ୍ଜନ ତ୍ରିପାଠୀ )
ଆମେ ଭାରତର ନାଗରିକ ବୃନ୍ଦ, ଗଣ ତନ୍ତ୍ର ରେ ନିଜର ପୂର୍ଣ୍ଣ ଅସ୍ଥା ରଖି ଏହି ଶପଥ ନେଉଛୁ କି ଆମେ ନିଜ ଦେଶ ର ଗଣତାନ୍ତ୍ରିକ ପରମ୍ପରା ର ମର୍ଯ୍ୟାଦା ବଜାୟ ରଖିବୁ ତଥା ମୁକ୍ତ ଅବାଧ ଓ ଶାନ୍ତି ପୂର୍ଣ୍ଣ ନିର୍ବାଚନ ର ଗରିମା କୁ ଅକ୍ଷୁର୍ଣ୍ଣ ରଖି, ନିର୍ଭୀକ ହୋଇ, ଜାତି ଧର୍ମ, ବର୍ଣ୍ଣ, ଗୋଷ୍ଠୀ, ଭାଷା ଅଥବା ଅନ୍ୟ କୌଣସି ପ୍ରଲୋଭନ ରେ ପ୍ରଭାବିତ ନ ହୋଇ ପ୍ରତ୍ୟେକ ନିର୍ବାଚନରେ ନିଜ ମତାଧିକର ର ପ୍ରୟୋଗ କରିବୁ ବୋଲି ଆଜି ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏକ ବିଶାଳ ସଚେତନତା ଶୋଭାଯାତ୍ରା ପରେ ନିଉ ଟାଉନ ହଲ ଠାରେ ଜିଲ୍ଲାପାଳ, ଉଭୟ ଏଡିଏମ୍, ଉପ ଜିଲ୍ଲାପାଳ, ଓ ନିର୍ବାଚନ ଅଧିକାରୀ, ପୌର ପରିଷଦ ଅଧିକାରୀ, ସମସ୍ତ ବ୍ଲକ୍ ର ବି ଡି ଓ , ସୂଚନା ଓ ଲୋକସଂପର୍କ ଅଧିକାରୀ, ସଂସ୍କୃତି ଅଧିକାରି ଙ୍କ ସମେତ ବିଭିନ୍ନ ଅଧିକାରି କର୍ମଚାରୀ ,ନାଗରିକ ଓ ସ୍କୁଲ୍ କଲେଜ ଛାତ୍ର ଛାତ୍ରୀ ୧୫ ଜାତୀୟ ମତ ଦାନ ଦିବସ ରେ ସଂକଳ୍ପ ନେଇ ଥିଲେ l
ଟାଉନ ହଲ ଠାରେ ଆୟୋଜିତ ଏକ ସଚେତନତା ସଭା ରେ ଭୋଟର ସଚେତନତା ଉପରେ ପୂର୍ବରୁ ଅନୁଷ୍ଟିତ ହୋଇ ଥିବା ବିଭିନ୍ନ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀ ଙ୍କୁ ଜିଲ୍ଲାପାଳ ଙ୍କ ଦ୍ଵାରା ପୁରସ୍କୃତ କରଯାଇଥିଲା l