-+91-9937148622 |

prerana_bgr@rediffmail.com |

  Sunday 9th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ-୨୦୨୬ ଅବସରରେ ସଂସ୍କୃତ ପ୍ରତିଯୋଗିତା    (08-Aug-2026)       ||      ପ୍ଲାଷ୍ଟିକ୍‌ମୁକ୍ତ ପରିସର ଓ ବର୍ଜ୍ୟବସ୍ତୁ ପରିଚାଳନାରେ କଡ଼ା ଅନୁପାଳନ ନିର୍ଦ୍ଦେଶ   (08-Aug-2026)       ||      ଟ୍ରାଫିକ ନିୟନ୍ତ୍ରଣ ପାଇଁ ବିଧାୟକ ପାଣ୍ଠିରୁ ବ୍ୟାରିକେଡ୍‌: ଆଗକୁ ସହରରେ ସିସି ଟିଭି ବ୍ୟବସ୍ଥା   (08-Aug-2026)       ||      ଡ଼. ସୁରେନ୍ଦ୍ର ମେହେରଙ୍କୁ ଜୀବନବ୍ୟାପି ସାଧନା ପୁରସ୍କାର   (08-Aug-2026)       ||      ସଂକୀର୍ତ୍ତନ ପ୍ରେମୀ ସୁରେନ୍ଦ୍ର କୁମାର ସାହୁ ଙ୍କ ପରଲୋକ   (08-Aug-2026)       ||      ସରକାରଙ୍କ ତୃଟିପୂର୍ଣ୍ଣ ଚାଷିପଞ୍ଜିକରଣ ନୀତି.. ପ୍ରଭାବିତ ହେବ ବଲାଙ୍ଗୀର ଜିଲ୍ଲାର ୫୦ହଜାର ହେକ୍ଟର ଚାଷଜମି,ବାଦପଡିବେ କ୍ଷୁଦ୍ର ଓ ନାମମାତ୍ର ଚାଷୀ   (08-Aug-2026)       ||      *ମଦ ନିଶାରେ ଅମାନୁଷିକ ବ୍ୟବହାର, ଠେଙ୍ଗାରେ ପିଟି ପିଟି ମାରିଦେଲେ ସମ୍ପର୍କୀୟ ଭାଈକୁ*   (08-Aug-2026)       ||      ରେଭେନ୍ଶା ଅଧ୍ୟାପକ ମାନଙ୍କପ୍ରତି ଅସଦା ଚରଣ ପ୍ରତିବାଦରେ କୁଳପତିଙ୍କୁ ସ୍ମାରକପତ୍ର   (08-Aug-2026)       ||      କଟକରେ ଝାଡ଼ାବାନ୍ତିର କୌଣସି ଗୋଷ୍ଠୀ ସଂକ୍ରମଣ ନାହିଁ   (08-Aug-2026)       ||      ବରଗଡ ଲୋକସଭା କ୍ଷେତ୍ରର ବିଭିନ୍ନ ରାଜମାର୍ଗର ତ୍ବରାନ୍ବିତ କାର୍ଯ୍ୟ,କେତେକ ଫ୍ଲାଇ ଓଭର ଓ ନୂତନ ରାଜମାର୍ଗ ର ଟେଣ୍ଡର ପ୍ରକ୍ରିୟା ଜାରି କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ନିତିନ ଗଡକରୀଙ୍କୁ ସାକ୍ଷାତ କଲେ ବରଗଡ ଲୋକସଭା ସାଂସଦ   (08-Aug-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲର ଉଦ୍‌ଘାଟନି ଉତ୍ସବ   (08-Aug-2026)       ||      ଛତିଶଗଡ଼ର ମାନ୍ୟବର ରାଜ୍ୟପାଳ ଶ୍ରୀ ରାମେନ ଡେକାଙ୍କ ସମ୍ବଲପୁର ଗସ୍ତ: ମା’ ସମଲେଶ୍ୱରୀ ମନ୍ଦିର , ହୁମା ମନ୍ଦିର ଓ ଲକ୍ଷ୍ମୀନାଥ ବେଜବରୁଆଙ୍କ ସାଧନା ଗୃହ ପରିଦର୍ଶନ କରିଲେ ରାଜ୍ୟପାଳ    (08-Aug-2026)       ||      ଧର୍ମପରାୟଣା ମହିଳା କ୍ଷିତିସୂତା ମିଶ୍ରଙ୍କ ପରଲୋକ;ଶୋକରେ ଯୋଗୀସର୍ଡ଼ା ଗ୍ରାମ    (07-Aug-2026)       ||      ହାତୀ ଆକ୍ରମଣରେ ଘର ସମ୍ପୂର୍ଣ୍ଣ ଧ୍ୱଂସ; ଆହତ ଆଦିବାସୀ ପରିବାରକୁ ୨୦ ଲକ୍ଷ କ୍ଷତିପୂରଣ ଦାବି କଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି   (07-Aug-2026)       ||      ଶିକ୍ଷକଙ୍କ ନ୍ୟାୟସଙ୍ଗତ ଦାବୀ ପାଇଁ ଏକାଠି ହେଲା ଓଷ୍ଟା;ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସ୍ମାରକ ପତ୍ର    (07-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ପେନାଲଟିକ ସୁଟ ଜରିଆରେ ପାଦେରୀପଡା ଓ ସୁଣ୍ଡରୁମିଲା ଦଳ ବିଜୟୀ    (07-Aug-2026)       ||      "ଇନୋଭେସନ୍ ଓ ଷ୍ଟାର୍ଟଅପ୍ ପ୍ରତିଯୋଗିତା–୨୦୨୬"   (07-Aug-2026)       ||      ବର୍ଷାରେ ଭାଙ୍ଗିଲା ଘର ଅଳ୍ପେକ ବର୍ତିଲେ ବୃଦ୍ଧ ଦମ୍ପତି   (07-Aug-2026)       ||      ବନ୍ୟାକ୍ଷୟକ୍ଷତିର ଆକଳନ,ଚାଷୀଙ୍କୁ ସଠିକ ଦରରେ ସାରଯୋଗାଣ ନେଇ ପ୍ରଶାସନକୁ କାଳିକେଶଙ୍କ ନିର୍ଦ୍ଦେଶ   (07-Aug-2026)       ||      ବଜରଙ୍ଗୀ ସଂଘ ପକ୍ଷରୁ ଗୋଖାଦ୍ୟ ବଣ୍ଟନ   (07-Aug-2026)       ||     

HOME   ଜିଲ୍ଲା

ରାଜ୍ୟକୁ ଆସିଲା କରୋନା ଟିକା; ଏମିତି ହେବ ଟିକାକରଣ

12-Jan-2021



ଭୁବନେଶ୍ୱର (ପ୍ରେରଣା ଖବର) : ଆଜି ମଙ୍ଗଳବାରରେ ରାଜ୍ୟରେ ପହଞ୍ଚିଛି କରୋନା ଟିକା। ବହୁ ପ୍ରତୀକ୍ଷିତ କୋଭିଡ୍ ଭ୍ୟାକସିନ୍‌ ଓଡ଼ିଶାରେ ପହଞ୍ଚିବା ପରେ ଖୁସୀ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟୁଇଟ୍ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଖୁସୀ ବ୍ୟକ୍ତି କରିବା ସହିତ ଓଡ଼ିଶା ଟିକାକରଣ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହିତ ମୂଲ୍ୟବାନ ଜୀବନ ବଞ୍ଚାଇବାକୁ ନିରନ୍ତର ଟିକାକରଣ ଚାଲିବ। ଟିକାକରଣରେ ସ୍ୱାସ୍ଥ୍ୟ କର୍ମୀ ଏବଂ ଅଙ୍ଗନବାଡ଼ିଙ୍କୁ ପ୍ରାଧାନ୍ୟ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଆଜି କୋଭିସିଲ୍ଡର ୪ଲକ୍ଷ ୮ହଜାର ଡୋଜ୍ ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଛି। ଆଜିଠାରୁ ହିଁ ଜିଲ୍ଲାଗୁ଼ଡ଼ିକୁ ଏହାର ବିତରଣ ଆରମ୍ଭ ହଇଯାଇଛି। ଆସନ୍ତା ଶନିବାରଠାରୁ ଟିକାକରଣର ଶୁଭାରମ୍ଭ ହେବ। ଟିକାକରଣ ବେଳେ ବୟସ୍କ ସ୍ୱାସ୍ଥ୍ୟକର୍ମୀ, ହାଇରିସ୍କ ଗ୍ରୁପ୍ ଓ ଅଧିକ କରୋନା ପ୍ରଭାବିତ ଅଞ୍ଚଳର ସ୍ୱାସ୍ଥ୍ୟକର୍ମୀଙ୍କୁ ଗୁରୁତ୍ୱ ଦିଆଯିବ ବୋଲି ପୂର୍ବରୁ ଯୋଜନା ହୋଇଛି। ଆଜି ଅପରାହ୍ଣରେ କୋଭିସିଲ୍ଡ ଟିକାକୁ ନେଇ ସ୍ପାଇସ୍ ଜେଟ୍‌ର ଏକ ବିମାନ ଏୟାରପୋର୍ଟରେ ପହଞ୍ଚିଥିଲା। ଏହାପରେ ସେଠାରୁ ପୋଲିସ୍ ପାଇଲଟିଂରେ ୩ଟି ରେଫ୍ରିଜେଟର୍ ଭ୍ୟାକସିନ୍ ଭ୍ୟାନ୍‌ରେ ଟିକା ଲୋଡ୍ ହୋଇ ସିଧାସଳଖ ରାଜ୍ୟ ଭ୍ୟାକସିନ୍ ଷ୍ଟୋରକୁ ନିଆଯାଇଥିଲା। ଯେଉଁଠି ଆଇସ୍ ଲାଇନ୍ଡ ରେଫ୍ରେିଜେଟର୍ ସମେତ ସମସ୍ତ ପ୍ରକାର ବ୍ୟବସ୍ଥା ରହିଛି। ଏହିଠାରୁ ହିଁ ବିଭିନ୍ନ ଜିଲ୍ଲାର ଭ୍ୟାକସିନ୍ ଷ୍ଟୋରକୁ ଟିକା ପହଞ୍ଚିବ। ଆଜିଠାରୁ ହିଁ ଜିଲ୍ଲାଗୁଡ଼ିକୁ ଟିକା ବିତରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ୮ଶହ ଭାଇଲସ୍ ବା ଛୋଟ ସିସି ଆସିଛି। ଗୋଟିଏ ସିସିରେ ୫ ml ଅର୍ଥାତ ୧୦ ଜଣଙ୍କୁ ସିଙ୍ଗିଲ୍ ଡୋଜ୍ ଦିଆଯାଇପାରିବ। ଏହାକୁ ହିସାବ କଲେ ଏବେ ୪ଲକ୍ଷ ୮ ହଜାର ଡୋଜ୍ ରହିଛି। ଏଥିରେ ୧ଲକ୍ଷ ୯୧ ହଜାର ହିତାଧିକାରୀଙ୍କୁ ଟିକାକରଣ କରାଯାଇପାରିବ। ତେବେ ପର୍ଯ୍ୟାୟକ୍ରମେ ୩ ଲକ୍ଷ ୨୮ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ। ଭ୍ୟାକ୍ସିନେସନ୍ ବେଳେ ବୟସ୍କ ସ୍ୱାସ୍ଥ୍ୟକର୍ମୀ, ହାଇରିସ୍କ ଗ୍ରୁପ୍ ଓ କରୋନା ପ୍ରଭାବ ଅଧିକ ଥିବା ଅଞ୍ଚଳର ସ୍ୱାସ୍ଥ୍ୟକର୍ମୀଙ୍କୁ ଗୁରୁତ୍ୱ ଦିଆଯିବ। ଆଗକୁ କୋଭାକ୍ସିନ୍‌ର ୨୦ ହଜାର ଡୋଜ୍ ଆସିବା ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଇଛନ୍ତି କେନ୍ଦ୍ର ସରକାର। ଏନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି “ଆଜି ଯେଉଁ ଭ୍ୟାକ୍ସିନ୍ ଆସିଛି ୪ ଲକ୍ଷ ୮ ହଜାର ଡୋଜ୍ ରହିଛି। ଏଥିରେ ଦୁଇ ଲକ୍ଷ ୪ ହଜାର ଲୋକଙ୍କର ଫାଷ୍ଟ ଡୋଜ୍ ହେବ। ତେବେ ଦୁଇ ଲକ୍ଷ ୪ ହଜାର ଜାଗାରେ ପ୍ରକୃତରେ ଏକ ଲକ୍ଷ ୯୧ ହଜାର ଲୋକ ହେବେ। ଏସବୁ ଭିତରେ ଯେଉଁ ସ୍ୱାସ୍ଥ୍ୟକର୍ମୀଙ୍କ ବୟସ ଅଧିକ ଥିବା ସେମାନଙ୍କୁ ଅଧିକ ଗୁରୁତ୍ୱ  ଦେବୁ ଓ କରୋନା ପ୍ରବଣ ସ୍ଥାନଗୁଡ଼ିକୁ ଆଗ କଭର କରାଯିବ।” ଆସନ୍ତା ଶନିବାର କୋଭିଡ୍ ଟିକାକରଣର ଶୁଭାରମ୍ଭ ହେବ। ଏଥିପାଇଁ ୧୬୦ଟି ସେସନ୍ ସାଇଟ୍ ବା ଟିକାକରଣ କେନ୍ଦ୍ର ଚିହ୍ନଟ ହୋଇଛି। ଏହାମଧ୍ୟରୁ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟ ଓ କ୍ୟାପିଟାଲ୍ ହସପିଟାଲ୍‌ରେ ଟୁୱେ କମ୍ୟୁନିକେସନ୍ ରହିବ। ଅର୍ଥାତ ଏ ଦୁଇ ସେଣ୍ଟରରୁ ଟିକାକରଣ ନେଇ କେନ୍ଦ୍ର ସରକାର ସିଧାସଳଖ ଫିଡ୍‌ବ୍ୟାକ୍ ନେଇପାରିବେ।

 

ପ୍ରତି ସେଣ୍ଟରରେ ଦୈନିକ ୧୦୦ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯାଇଛି। ପର୍ଯ୍ୟାୟକ୍ରମେ ଅଧିକ ଟିକା ପହଞ୍ଚିବା ପରେ ଅଧିକ ସେଣ୍ଟର କରାଯାଇ ଟିକାଦନ ବ୍ୟବସ୍ଥା କରାଯିବ। ଜିଲ୍ଲା ଭ୍ୟାକ୍ସିନ୍ ଷ୍ଟୋରରୁ କୋଲ୍ଡ ଚେନ୍ ପଏଣ୍ଟ ଦେଇ ଟିକାକରଣ କେନ୍ଦ୍ରରେ ପହଚିଂବ ଭ୍ୟାକସିନ୍। ସେଠାରେ ଟିକାଦାନ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି।
ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି “ସମସ୍ତ ଜିଲ୍ଲା ଭ୍ୟାକ୍ସିନ ଷ୍ଟୋର୍‌କୁ ଟିକା ପଠାଯିବ। ଏଥିପାଇଁ ପ୍ରତି ଜିଲ୍ଲାରେ ଇନ୍‌ସୁଲେଟେଡ୍‌ ଭ୍ୟାକ୍ସିନ ଭ୍ୟାନ ରହିଛି। ଚିଠି ଦିଆଯାଇଛି। ଯେଉଁ ଜିଲ୍ଲାରେ ଯେତେ ଭ୍ୟାକ୍ସିନ ଲାଗି ହିସାବ ହୋଇ ଯେତିକି ଟିକାକୁ ଅନୁମତି ଦିଆଯାଇଛି ସେମାନେ ସେତିକି ନେଇଯିବେ।”
ଭୁବନେଶ୍ୱରରେ ପ୍ରଥମ ପର୍ଯ୍ୟାୟରେ ୨୧ ହଜାର ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ତାଲିକା ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। ୧୬ ତାରିଖରୁ ୫ଟି ସେଣ୍ଟର- କ୍ୟାପିଟାଲ୍ ହସ୍ପିଟାଲ୍, ଯୁନିଟ-୪, ବିଏମ୍ସି ହସ୍ପିଟାଲ୍, ସମ୍ ଏବଂ କିମ୍ସ ହସ୍ପିଟାଲ୍‌ରେ ଟିକା ଦିଆଯିବ ବୋଲି ବିଏମ୍ସି କମିଶନର୍ ସୂଚନା ଦେଇଛନ୍ତି। ସ୍ୱାସ୍ଥ୍ୟକର୍ମୀଙ୍କ ପରେ ନଗର ଉନ୍ନୟନ ବିଭାଗ, ରାଜସ୍ୱ ଓ ବିପଯର୍ୟୟ ପରିଚାଳନା ଏବଂ ଗୃହ ବିଭାଗ କୋଭିଡ୍ ଯୋଦ୍ଧାଙ୍କ ଡାଟା ପ୍ରସ୍ତୁତ କରି ଜାନୁୟାରୀ ୨୫ ସୁଦ୍ଧା ଦେବାକୁ କୁହାଯାଇଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ-୨୦୨୬ ଅବସରରେ ସଂସ୍କୃତ ପ୍ରତିଯୋଗିତା   08-Aug-2026
  ଜିଲ୍ଲା  
ପ୍ଲାଷ୍ଟିକ୍‌ମୁକ୍ତ ପରିସର ଓ ବର୍ଜ୍ୟବସ୍ତୁ ପରିଚାଳନାରେ କଡ଼ା ଅନୁପାଳନ ନିର୍ଦ୍ଦେଶ   08-Aug-2026
  ଜିଲ୍ଲା  
ଟ୍ରାଫିକ ନିୟନ୍ତ୍ରଣ ପାଇଁ ବିଧାୟକ ପାଣ୍ଠିରୁ ବ୍ୟାରିକେଡ୍‌: ଆଗକୁ ସହରରେ ସିସି ଟିଭି ବ୍ୟବସ୍ଥା   08-Aug-2026
  ଜିଲ୍ଲା  
ଡ଼. ସୁରେନ୍ଦ୍ର ମେହେରଙ୍କୁ ଜୀବନବ୍ୟାପି ସାଧନା ପୁରସ୍କାର   08-Aug-2026
  ଜିଲ୍ଲା  
ସଂକୀର୍ତ୍ତନ ପ୍ରେମୀ ସୁରେନ୍ଦ୍ର କୁମାର ସାହୁ ଙ୍କ ପରଲୋକ   08-Aug-2026
  ରାଜ୍ୟ  
ସରକାରଙ୍କ ତୃଟିପୂର୍ଣ୍ଣ ଚାଷିପଞ୍ଜିକରଣ ନୀତି.. ପ୍ରଭାବିତ ହେବ ବଲାଙ୍ଗୀର ଜିଲ୍ଲାର ୫୦ହଜାର ହେକ୍ଟର ଚାଷଜମି,ବାଦପଡିବେ କ୍ଷୁଦ୍ର ଓ ନାମମାତ୍ର ଚାଷୀ   08-Aug-2026
  ଜିଲ୍ଲା  
*ମଦ ନିଶାରେ ଅମାନୁଷିକ ବ୍ୟବହାର, ଠେଙ୍ଗାରେ ପିଟି ପିଟି ମାରିଦେଲେ ସମ୍ପର୍କୀୟ ଭାଈକୁ*   08-Aug-2026
  ଜିଲ୍ଲା  
ରେଭେନ୍ଶା ଅଧ୍ୟାପକ ମାନଙ୍କପ୍ରତି ଅସଦା ଚରଣ ପ୍ରତିବାଦରେ କୁଳପତିଙ୍କୁ ସ୍ମାରକପତ୍ର   08-Aug-2026
କଟକରେ ଝାଡ଼ାବାନ୍ତିର କୌଣସି ଗୋଷ୍ଠୀ ସଂକ୍ରମଣ ନାହିଁ   08-Aug-2026
  ଜିଲ୍ଲା  
ବରଗଡ ଲୋକସଭା କ୍ଷେତ୍ରର ବିଭିନ୍ନ ରାଜମାର୍ଗର ତ୍ବରାନ୍ବିତ କାର୍ଯ୍ୟ,କେତେକ ଫ୍ଲାଇ ଓଭର ଓ ନୂତନ ରାଜମାର୍ଗ ର ଟେଣ୍ଡର ପ୍ରକ୍ରିୟା ଜାରି କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ନିତିନ ଗଡକରୀଙ୍କୁ ସାକ୍ଷାତ କଲେ ବରଗଡ ଲୋକସଭା ସାଂସଦ   08-Aug-2026
  ଜିଲ୍ଲା  
ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲର ଉଦ୍‌ଘାଟନି ଉତ୍ସବ   08-Aug-2026
  ଜିଲ୍ଲା  
ଛତିଶଗଡ଼ର ମାନ୍ୟବର ରାଜ୍ୟପାଳ ଶ୍ରୀ ରାମେନ ଡେକାଙ୍କ ସମ୍ବଲପୁର ଗସ୍ତ: ମା’ ସମଲେଶ୍ୱରୀ ମନ୍ଦିର , ହୁମା ମନ୍ଦିର ଓ ଲକ୍ଷ୍ମୀନାଥ ବେଜବରୁଆଙ୍କ ସାଧନା ଗୃହ ପରିଦର୍ଶନ କରିଲେ ରାଜ୍ୟପାଳ   08-Aug-2026

You Might Also Like