-+91-9937148622 |
prerana_bgr@rediffmail.com |
Saturday 15th August 2026 |
R.N.I. Regd No. ODIODI/2010/46693
Breaking News
21-Jan-2025
ଡୁଙ୍ଗୁରିପାଲି, ତା ୨୧/୧: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ତରଫରୁ ଐତାହାହିକ ପୂଜାଦୁଙ୍ଗୁରି ପୀଠରେ ଆର୍ଦ୍ରଭୂମି ସମ୍ପର୍କିତ କ୍ଷେତ୍ରଭୂମି ପରିଦର୍ଶନ କାର୍ଯ୍ୟାକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଏହି ଅବସରରେ ବିଦ୍ୟାଳୟର ପ୍ରଧନଶିକ୍ଷକ ଶ୍ରୀ ରବିଚନ୍ଦ୍ର ପଶୟତଙ୍କ ନେତୃତ୍ୱରେ ବିଦ୍ୟାଳୟର ୫୦ ଜଣ ଛାତ୍ରଛାତ୍ରୀ ପୂଜା ଦୁଙ୍ଗୁରି ପୀଠକୁ ଯାଇ, ପୂଜାଦୁଙ୍ଗୁରୀ, ଉଷା କୋଠୀ, ଫୁଲ ଚାଙ୍ଘୁରି ,ବାଘ୍ ଖୋଲ କୁ ବୁଲି ପ୍ରାକୃତିକ ଶୋଭା ଉପଭୋଗ କରିବା ସହ ଅଞ୍ଚଳର ଇତିହାସ ବିଷୟରେ ଅବଗତ ହୋଇଥିଲେ। ଏହି ଅବସରରେ ଇକୋ କ୍ଲବ ଅନୁକୁଲ୍ୟ ରେ ସମସ୍ତ ଛାତ୍ରଛାତ୍ରୀ ନିକଟରେ ଥିବା ଆଦ୍ରଭୂମି ପରିଦର୍ଶନ ରେ ଯାଇ ଆଦ୍ରଭୂମି ର ଆବଶ୍ୟକତା, ତାହାର ସଂରକ୍ଷଣ ବିଷୟରେ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ଅବଗତ କରାଇଥିଲେ। ସମ୍ବଲପୁର ସ୍ଥିତ ଗାୟତ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଜୀବ ବିଜ୍ଞାନ ଅଧ୍ୟାପିକା ସୁଶ୍ରୀ ମାମିନା ଭୋଇ ଆଦ୍ରଭୂମି ର ବ୍ୟବହାର, ଉପଯୋଗୀତା,ଅବକ୍ଷୟ ତଥା ସଂରକ୍ଷଣ ବିଷୟରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ। ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଭକ୍ତ ଭୋଇ , କନ୍ଦାଗାଡ ଉଚ୍ଚ ବିଦ୍ୟାଳୟର ପୂର୍ବତନ ଭୂଗୋଳ ଶିକ୍ଷକ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ସଞ୍ଜୀବ, କିରଣ, ଲିପି, କିଶୋର, ମୀନକେତନ,ବିଭୀଷଣ, ସୁରଜ୍, ସମୀର, ରାକେଶ ପ୍ରଭୁତି ସହଯୋଗ କରିଥିଲେ।