-+91-9937148622 |
prerana_bgr@rediffmail.com |
Wednesday 18th March 2026 |
R.N.I. Regd No. ODIODI/2010/46693
Breaking News
20-Jan-2025
ଆଗଲପୁର, (ବିନୋଦ ଦୀପ) ଆଗଲପୁର ବ୍ଲକ ମୁରସୁଣ୍ଡି ସ୍ପୋର୍ଟ୍ସ ଆସୋସିଏସନ ପକ୍ଷରୁ ମିନି ଷ୍ଟାଡିଅମ ଠାରେ କ୍ରିକେଟ ମ୍ୟାଚ ଉଦଯାପିତ ହୋଇଯାଇଛି l ପାଞ୍ଚ ଦିନ ଧରି ଚାଲିଥିବା ଏହି ମ୍ୟାଚ କାର୍ଯ୍ୟକ୍ରମ ରେ ଗତକାଲି ଫାଇନାଲ ରେ ପହଞ୍ଚିଥିଲା l ମୋଟ୍ ୧୬ ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ପଇଁତରା ଓ ପଟୁଆପାଲି ଭିତରେ ଫୁଲ୍ ଟକ୍କର ଦେଖିବା ପାଇଁ ମିଳିଥିଲା ତେବେ ପଟୁଆପାଲି କୁ ୨୨ ରନ୍ ରେ ହରେଇ ଫାଇନାଲ କୁ ଗଲା ପଇଁତରା l ଏହି ପ୍ରତିଯୋଗିତା ରେ କମିଶନରେଟ ପୋଲିସ୍ ରେ କାର୍ଯ୍ୟରତ ଥିବା ସଞ୍ଜୟ କୁମାର ସାହୁ ଏବଂ ମହେନ୍ଦ୍ର ପଧାନ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। କ୍ରିକେଟ କ୍ଲବ ର ସଭାପତି ସୁରେଶ ପଧାନ ସମ୍ପାଦକ ବୀରେନ୍ଦ୍ର ପଧାନ ଓ ସ୍ପୋର୍ଟ୍ସ ଆସୋସିଏସନ ର ସଦସ୍ୟ ସୁଶାନ୍ତ ସାହୁ ଙ୍କ ତତ୍ତ୍ୱାବଧାନ ରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ଖେଳ ପରିଚାଳନା କରିଥିଲେ ଅନାଦି ଦାସ, ରାଧାକାନ୍ତ ହରପାଲ, ଆଲୋକ ପଧାନ, ନିମାଇଁ ତ୍ରିପାଠୀ, ଧରଣୀଧର ପାତ୍ର, ମାନସ ପଧାନ l ସ୍କୋରର ଭାବରେ ଦାୟିତ୍ବ ତୁଲାଇଥିଲେ ବିଶ୍ଵ ରଞ୍ଜନ ସାହୁ। ଶେଷରେ ସଭାପତି ସୁରେଶ ପଧାନ ଓ ସମ୍ପାଦକ ବୀରେନ୍ଦ୍ର ପଧାନ ବିଜୟୀ ଦଳ କୁ ପୁରସ୍କାର ବିତରଣ କରିଥିଲେ l