-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
16-Jan-2025
ବଲାଙ୍ଗୀର-:ପୁଇଁତଳା ବ୍ଲକ ଅନ୍ତର୍ଗତ ଜାମଗାଁ ହାଇସ୍କୁଲର ବାର୍ଷିକ ଉତ୍ସବ ଉଦଯାପିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ଯ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ପୁରୁଷୋତ୍ତମ କମ୍ପ ,ମୁଖ୍ଯବକ୍ତା ଭାବେ ଶିକ୍ଷାବିତ ରାଜକିଶୋର ପଣ୍ଡା,ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ ଅଶୋକ ପଣ୍ଡା,ହିନ୍ଦୀ ଶିକ୍ଷକ ପ୍ରଭାତ ସାହୁ ମଂଚାସୀନ ଥିଲେ । କାର୍ଯ୍ଯକ୍ରମ ର ସଂଯୋଜନା ଶିକ୍ଷକ ଅଜିତ ରାଉତ,ଛାତ୍ରୀ ଅର୍ଚ୍ଚିତା ଡାଙ୍ଗ ଓ ଜ୍ୟୋତିର୍ମୟୀ ପଧାନ କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ନମିତା ପାଣିଗ୍ରାହୀ। ସଭା ପରେ ଶିକ୍ଷକ ରାଜକିଶୋର ପଣ୍ଡାଙ୍କ ଦ୍ବାରା ରଚିତ ଓ ନିର୍ଦ୍ଦେଶିତ ନାଟକ "ଚାଲ ପାଠ ପଢମା","ଦିନରାତି" ଓ "ଦୁହେଁ ପାଗଲ" ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ପରିବେଷଣ ହୋଇଥିଲା । କାର୍ଯ୍ଯକ୍ରମରେ ଶିକ୍ଷକ ସଂଜୀବ ନାଏକ, ଦୁଃଖ ନାଶନ ବାଗ, ଶିବଶଙ୍କର ପାଣିଗ୍ରାହୀ,ହରେକୃଷ୍ଣ ନାଏକ, ସଚ୍ଚିଦାନନ୍ଦ ସାହୁ,ମହେଶ୍ବର ଝାଙ୍କର,ବବୁଲୁ ଦେହୁରୀ,ସୌରଭ ନାଏକ,ଧିରେନ ସୁନା,ଶିକ୍ଷୟତ୍ରୀ ରଂଜିତା ରଣା,ପ୍ରତିଭା ମୁନା, ରୀତା ପଧାନ, ସୁକାନ୍ତି ସେଠ ଓ ଶିକ୍ଷା କର୍ମଚାରୀ ରାଜକିଶୋର ପଧାନ, ଦେବାଶିଷ ପଧାନ ସହଯୋଗ କରିଥିଲେ।