-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
15-Jan-2025
ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ସପ୍ତଦୀପା ସାହିତ୍ୟ ସଂସଦ ସ୍ଥାନୀୟ ଯୁବ କବି ଶୁଭ୍ରାଂଶୁ ଶେଖର ପାଢ଼ୀଙ୍କୁ ସମ୍ବର୍ଦ୍ଧିତ କରିଛି । ମିଳିଥିବା ସୂଚନା ଅନୁସାରେ ସପ୍ତଦୀପା ସାହିତ୍ୟ ସଂସଦ ମକର ସଂକ୍ରାନ୍ତି ଅବସରରେ ସ୍ଥାନୀୟ ବ୍ଲକ ସଭାଗୃହଠାରେ ତାର ୨୧ ତମ ସ୍ଵନକ୍ଷତ୍ର ଦିବସ ମକର ମିଳନ ମହା ସମାରୋହରେ ଆୟୋଜନ କରିଥିଲା । ଅନୁଷ୍ଠାନର ସଭାପତି ଡ଼ଃ ଦ୍ୱିତୀକୃଷ୍ଣ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ବ୍ଲକ୍ ଉପାଧ୍ୟକ୍ଷ ନାରାୟଣ ଲୁହା ମୁଖ୍ୟ ଅତିଥି, ସୁବର୍ଣ୍ଣପୁର ବରିଷ୍ଠ ସାହିତ୍ୟିକ ଡ଼ଃ ଆର୍ତ୍ତତ୍ରାଣ ବାବୁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଉପସଭାପତି ଲକ୍ଷ୍ମୀ ନାରାୟଣ ସାହୁ ମଞ୍ଚାସିନ ହୋଇ ସ୍ଵାଗତ ଭାଷଣ ଦେଇଥିବା ବେଳେ ପ୍ରାୟ ଅର୍ଦ୍ଧ ଶତାଧିକ କବି କବୟିତ୍ରୀ ସ୍ବରଚିତ କବିତା ଆବୃତ୍ତି କରିଥିଲେ ।ଏହି ଅବସରରେ ସ୍ଥାନୀୟ ଯୁବ କବି ଶୁଭ୍ରାଂଶୁ ଶେଖର ପାଢ଼ୀଙ୍କୁ ଅନୁଷ୍ଠାନ ତରଫରୁ ମକର ସାରସ୍ଵତ ସମ୍ମାନ ୨୦୨୫ରେ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରକାଶ ଥାଉ କି ଶ୍ରୀଯୁକ୍ତ ପାଢ଼ୀ ଓଡ଼ିଶାର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ମାଟିଲଗ୍ନା ସାହିତ୍ୟ ସଂସଦର ସାଧାରଣ ସମ୍ପାଦକ ଭାବରେ ଦାୟିତ୍ଵ ନିର୍ବାହ କରୁଛନ୍ତି । ପୂର୍ବରୁ ସେ ଅନେକ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ ହୋଇଛନ୍ତି ।