-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
12-Jan-2021
କଣ୍ଟାବାଞ୍ଜି, (ପ୍ରେରଣା ଖବର ବ୍ୟୁରୋ) : କଂଟାବାଞ୍ଜି ସହରର ବିଭିନ୍ନ ମିକ୍ସଚର୍ ଫ୍ୟାକ୍ଟ୍ରି ଓ ତେଲ ମିଲ୍ ଉପରେ ଚଢାଉ କରିଛି ବଲାଙ୍ଗିର ପୋଲିସ । ଜିଲ୍ଲା ଖାଉଟି ସୁରକ୍ଷା ଅଧିକାରୀ, ଓଜନ ମାପଦଣ୍ଡ ବିଭାଗ ପକ୍ଷରୁ ମିଳିତ ଭାବେ ଏହି ଚଢାଉ କରାଯାଇଛି । ବିକାଶ ଜୈନ ନାମକ ଜନୈକ ବ୍ୟକ୍ତି ବିନା ଲାଇସେନ୍ସରେ ମିକ୍ସଚର୍ ଫ୍ୟାକ୍ଟ୍ରି ପରିଚାଳନା କରୁଥିବା ଜଣାପଡିଛି । ସେହିପରି ଚଟୁଅନକା ଲକ୍ଷ୍ମୀଷ୍ଟୋରରେ ଚଢାଉ ବେଳେ ଏଠାରେ ନକଲି ତେଲ ମହଜୁଦ୍ ଥିବା ଜଣାପଡିଛି ।ଗୋଦାମ ମାଲିକ ଗୋଟିଏ ବ୍ରାଣ୍ଡ ପାଇଁ ଲାଇସନ୍ସ ପାଇଁ ୪ ରୁ ୫ଟି କମ୍ପାନୀ ନାଁରେ ଲେବଲ୍ ବ୍ୟବହାର କରି ବାହାରୁ ନକଲି ତେଲ ଆଣି ଅସଲି ନାଁରେ ବ୍ୟବସାୟ କରୁଥିବା ଘଟଣା ସାମ୍ନାକୁ ଆସିଛି । ସମାନ ଘଟଣା ଦେଖିବାକୁ ମିଳିଥିଲା ଭାରତ ସେଲକ୍ ଗୋଦାମରେ । ଏଠାରେ ମଧ୍ୟ ବେଆଇନ୍ ଭାବେ ନକଲି ବ୍ରାଣ୍ଡ ସାମଗ୍ରୀ ପ୍ରସ୍ତୁତ ହୋଇ ବିକ୍ରି କରୁଥିବା ଦେଖିବାକୁ ମିଳିଥିବା ଖାଦ୍ୟ ନୀରିକ୍ଷଣ ଅଧିକାରୀ ସୂଚନା ଦେଇଛନ୍ତି ।