-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
11-Jan-2025
ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝରିଆପାଲି ସ୍ଥିତ ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠ ଠାରେ ଜୁନିଅର ରେଡ଼କ୍ରସ ଆନୁକୂଲ୍ୟରେ ସଡକ ସୁରକ୍ଷା ସଚେତନତା ଶୋଭାଯାତ୍ରା ଶନିବାର ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବ୍ରଜମୋହନ ବାରିକ ସଭାପତିତ୍ୱ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ସିଆରସିସି ବିନୟ କୁମାର ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଡକ ସଚେତନ ବାର୍ତ୍ତା ପ୍ରଦାନ କରିଥିଲେ। ସହକାରୀ ଶିକ୍ଷକ ଦିନବନ୍ଧୁ ପ୍ରଧାନ ସଡକ ସୁରକ୍ଷା ସମ୍ବନ୍ଧୀୟ ସତର୍କତା ନିୟମ କୁ ଆଲୋକପାତ କରିଥିଲେ। ଜୁନିୟର ରେଡ଼କ୍ରସ ପରାମର୍ଶ ଦାତା ଜୀବର୍ଦ୍ଧନ ରଣା, ସହକାରୀ ଶିକ୍ଷକ ଗୌରୀ ଶଙ୍କର ପୁଜାହାରୀ ଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀ ମାନେ ଏକ ଶୋଭାଯାତ୍ରା ବାହାରି କେନଝିରିଆପାଲି ସାପ୍ତାହିକ ବଜାର ପ୍ରାଙ୍ଗଣରେ ସଡକ ସୁରକ୍ଷା ସଚେତନତା ସ୍ଲୋଗାନ ଦେଇ ସଡକ ସୁରକ୍ଷା ଜୀବନ ରକ୍ଷା ର ବାର୍ତ୍ତା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ରେ ସହକାରୀ ଶିକ୍ଷକ ପ୍ରମୋଦ କୁମାର ପାତ୍ର, ଜଗଦିଶ ପଧାନ, ଖେଳ ଶିକ୍ଷକ ସୁରେନ୍ଦ୍ର ପଧାନ, କର୍ମଚାରୀ ସତ୍ୟନାରାୟଣ ରାଜହଂସ, ସିଦ୍ଧେଶ୍ୱର ମେଣ୍ଡିଲି, ସରୋଜ କୁମାର ଭୁକ୍ତା ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।