-+91-9937148622 |
prerana_bgr@rediffmail.com |
Friday 31st July 2026 |
R.N.I. Regd No. ODIODI/2010/46693
Breaking News
09-Jan-2025
ଯାଜପୁର/ବରୀ(ରଞ୍ଜିତ ମହାନ୍ତି): ବରୀ ବ୍ଲକ ଅଧିନସ୍ତ ରାମଚନ୍ଦ୍ରପୁର ଗ୍ରାମର ଅବସର ପ୍ରାପ୍ତ ସମବାୟ ବ୍ୟାଙ୍କ ମ୍ୟାନେଜର ଅଭିରାମ ବେଉରିଆ ଙ୍କ ବିୟୋଗ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ବର୍ଷ ବୟସ ହୋଇଥିଲା। ହଟାତ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ଆଶୁ ଚିକିତ୍ସା ନିମନ୍ତେ କଟକ ବଡ଼ ଡାକ୍ତର ଖାନାକୁ ନେଇଥିବା ବେଳେ ସେଠାରେ ତାକୁ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ। ପରେ ତାଙ୍କ ର ମର ଶରୀର ନିଜ ଜନ୍ମ ମାଟି କୁ ଅଣା ଯିବା ପରେ ସେଠାରେ ଶୋକ ର ଛାୟା ଖେଳି ଯାଇଥିଲା। ଜନ୍ମ ମାଟିରେ ଶବ ସଂକାର କରାଯିବା ସମୟରେ ବଡ଼ ପୁଅ ଅସିଦ ବେଉରିଆ, ସାନ ପୁଅ କାଜଲ ବେଉରିଆ, ଝିଅ ଅଲିଭା ବେଉରିଆ ଙ୍କ ସମେତ ପରିବାରର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁ ଖବର ପାଇଁ ପ୍ରାକ୍ତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା, ବରୀ ବିଧାୟକ ବିଶ୍ୱ ରଂଜନ ମଲ୍ଲିକ, ପ୍ରାକ୍ତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା, ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ ସୁଲଭ ବେଉରିଆ, ପ୍ରାକ୍ତନ ବରୀ ବ୍ଲକ କଂଗ୍ରେସ ସଭାପତି ଶୈଳନ୍ଦ୍ର ବେଉରିଆ, ପ୍ରାକ୍ତନ ବରୀ ବ୍ଲକ ଅଧକ୍ଷ ନୀଳମଣି ସାମଲ, ଅଶୋକ ମଲ୍ଲିକ, କାମଦେବ ନାଥ ଶର୍ମା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।