-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
08-Jan-2025
ସିନ୍ଧେକେଲା(ଅନୀଲ କୁମାର ତ୍ରିପାଠୀ): ସିନ୍ଧେକେଲା ହାଟପଦା ସ୍ଥିତ ଭବ୍ୟ ଦୁର୍ଗାମଣ୍ଡପ ଠାରେ ସ୍ବଧର୍ମଚେତନା ପ୍ରଭୁ ଶ୍ରୀରାମ କଥାମୃତ ଗାୟନ ଚଳିତ ୪ ତାରିଖ ଶନିବାର ଠାରୁ ଆରମ୍ଭ ହୋଇ ୧୦ ତାରିଖ ଶୁକ୍ରବାର ପର୍ଯ୍ୟନ୍ତ ଚାଲିବାକୁ ଥିବା କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଭକ୍ତମାନେ ଯୋଗଦେଇ କଥାମୃତ ପାନ କରୁଥିବା ଦେଖାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ଶ୍ରୀ ଅନନ୍ତ ଚରଣ ଆଚାର୍ଯ୍ୟ ମହାରାଜଙ୍କ ମୁଖାରବିନ୍ଦରୁ ଆଧ୍ୟାତ୍ମିକ ପ୍ରବଚନ ଶୁଣିବା ପାଇଁ ପ୍ରତ୍ୟେକ ଦିନ ସିନ୍ଧେକେଲା ତଥା ଅଞ୍ଚଳର ବିଭିନ୍ନ ଗ୍ରାମରୁ ଭକ୍ତ ମାନେ ପହଞ୍ଚୁ ଥିବା ଯୋଗୁଁ ସିନ୍ଧେକେଲା ରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ଦେଖାଯାଇଛି