-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ଜିଲ୍ଲା

ସରକାରଙ୍କ ମିଛ ପ୍ରତିଶୃତିକୁ ଚାଷୀ ନେତା ଆକାଶ ମିଶ୍ରଙ୍କ ପ୍ରତିବାଦ

29-Dec-2024



ବଲାଙ୍ଗିର(ପ୍ରେରଣାଖବର)- ବଲାଙ୍ଗିର ଜିଲ୍ଲାରେ ସରକାରଙ୍କ ଧାନ କିଣାକୁ ନେଇ ଆସିଛି ଚାଷୀଙ୍କ ଅସନ୍ତୋଷର ପ୍ରତିବାଦ । ସରକାର ପ୍ରଥମେ ନୋଟିସ ମାଧ୍ୟମରେ ଜିଲ୍ଲାର ଅର୍ନ୍ତଗତ ବଲାଙ୍ଗିର ଉପଖଣ୍ଡର ସମସ୍ତ ଚାଷୀ ଭାଇ ଓ ଭଉଣୀ ମାନଙ୍କର ଅବଗତି ନିମନ୍ତେ ଚଳିତ ୨୦୨୪ ବର୍ଷ ଡିସେମ୍ବର ମାସ ୨ ତାରୀଖରୁ ଧାନ କ୍ରୟ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତି ହୋଇଥିବାର ଘୋଷଣା କରିଥିଲେ । କିନ୍ତୁ ନିର୍ଦ୍ଦାରିତ ସମୟରେ ମଣ୍ଡି ନ ଖୋଲାଯାଇ ପ୍ରାୟ ପ୍ରାୟ ୨୦ ଦିନରୁ ଉର୍ଦ୍ଧ ବିଳମ୍ବରେ ମଣ୍ଡି ଖୋଲାଗଲା ଯାହା ଦ୍ୱାରା ଚାଷୀ ଅଭାବି ବିକ୍ରିର ଶିକାର ହୋଇ ଧାନ ୧୪୦୦ ଟଙ୍କାରୁ ୧୯୦୦ ଟଙ୍କା ମଧ୍ୟରେ ବିକ୍ରି କରିବା ପାଇଁ ବାଧ୍ୟ ହୋଇ ଶୋଷିତ ହେଲା । ଏବଂ ଅଦିନିଆଁ ବର୍ଷା ଯୋଗୁଁ ଚାଷୀ ପାଖରେ ଥିବା ଧାନ କ୍ଷତି ମଧ୍ୟ ହେଲା । ଏଣୁ ଅଦିନିଆଁ ବର୍ଷାରେ କ୍ଷତି ହୋଇଥିବା ଧାନର ସରକାର ଉଚିତ କ୍ଷତି ପୁରଣ କରିବାକୁ ସଂଘ ଦାବି କରୁଛି । ଅନ୍ୟ ପକ୍ଷରେ ଓଡିଶା ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗଙ୍କ ନିଦ୍ଦେଶ କ୍ରମେ ଚଳିତ ଖରିଫ ଋତୁ (୨୦୨୪-୨୫) ବର୍ଷ ପାଇଁ ଧାନର ସର୍ବ ନିମ୍ନ ସହାୟକ ମୂଲ୍ୟ ୨୩୦୦ ଟଙ୍କା ପ୍ରତି କୁଇଟାଂଲ କିଣିବାକୁ ସ୍ଥିର ହୋଇଥିବା ଏବଂ ୮୦୦ ଟଙ୍କା ପ୍ରତି କୁଇଟାଂଲ ଇନପୁଟ ସବସିଡି ଦେଇ ସର୍ବ ମୋଟ ୩୧୦୦ ଟଙ୍କା ପ୍ରତି କୁଇଟାଂଲ କିଣି ବାକୁ ଘୋଷଣା କରିଛନ୍ତି । କିନ୍ତୁ ନିର୍ବାଚନ ସମୟରେ ସରକାର ଦେଇଥିବା ପ୍ରତିଶୃତି ଅନୁଯାଇ ଧାନର ସର୍ବ ନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା ପ୍ରତି କୁଇଟାଂଲ କରିବା କଥା ହେଲେ ସରକାର ଧାନ କୁଇଟାଂଲ ପ୍ରତି ୨୩୦୦ କରିଛନ୍ତି । କିନ୍ତୁ ଏଠି ସରକାରଙ୍କୁ ଚାଷିମାନଙ୍କର ପ୍ରଶ୍ନ ରହୁଛି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ବଦଳରେ ୨୩୦୦ ଟଙ୍କା କାହିଁକି ରଖିଛନ୍ତି । ଏହା ଫଳରେ ପୂର୍ବରୁ ଧାନର ସର୍ବ ନିମ୍ନ ସହାୟକ ମୂଲ୍ୟ ୨୨୦୦ ଟଙ୍କା ପ୍ରତି କୁଇଟାଂଲ ଥିବା ବେଳେ ରଜ୍ୟ ସରକାରଙ୍କ ସିଡ କୋରପୋରେସନ ବିଭାଗ ୨୨୦୦ ଟଙ୍କାରୁ ଉର୍ଦ୍ଧ ଟଙ୍କା ବିହନ ବାବଦକୁ ଦେଉ ଥିଲା । ଯଦି ସରକାର ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି ଅନୁଯାଇ ଧାନର ମୂଲ୍ୟ ୩୧୦୦ ଟଙ୍କା ହୋଇଥିଲେ ଆଜି ବିହନ ବିକ୍ରି କରିବାରେ ଚଷୀକୁ ୩୧୦୦ ଟଙ୍କାରୁ ଉର୍ଦ୍ଧ ଟଙ୍କା ବିହନ ବାବଦକୁ ମିଳିଥାନ୍ତା । କିନ୍ତୁ ସରକାରଙ୍କ ଏହି ମିଥ୍ୟା ରାଜନୈତିକ ପ୍ରତିଶୃତି ଯୋଗୁଁ ଆଜି ଚାଷୀ ୮୦୦ ଟଙ୍କାରୁ ଉର୍ଦ୍ଧ  ବିହନ ବିକ୍ରିରେ କ୍ଷତି ସହୁଛି ।  ଆମର ଦାବି ରହୁଛି ସରକାର ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି ପାଳନ କରନ୍ତୁ ଓ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା ଘୋଷଣା କରି ଚାଷୀଙ୍କୁ ପ୍ରଦାନ କରନ୍ତୁ । ସରକାର ବିନା କଟନି ଛଟନୀରେ ଧାନ କିଣୁଛନ୍ତି ବୋଲି ସରକାର ଭୁଆଁ ବୁଲାଇ ମିଛ କହୁଥିବା ବେଳେ ପ୍ରାୟତଃ ସମସ୍ତ ମଣ୍ଡିରେ ଖୁଲମଖୁଲା ୨କେଜି ରୁ ୫ କେଜି ପ୍ରର୍ଯ୍ୟନ୍ତ ଧାନ କାଟୁଛନ୍ତି । ଯତ୍‌ଦ୍ୱାରା ଚାଷୀର କ୍ଷତି ହେଉଛି । ସରକାର ଏହାକୁ ତୁରନ୍ତ ବନ୍ଦ କରିବା ପାଇଁ  ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ । ମିଲର ଧାନ ସଂଗ୍ରହ କରିବା ପୂର୍ବରୁ ଚାଷୀଙ୍କୁ ଅଖା ବସ୍ତା ଯୋଗାଇ ନ ପାରିବାରୁ ଚାଷୀ ଜରି ବସ୍ତାରେ ଧାନ ସଂଗ୍ରହ କରି ରଖିଅଛି । କିନ୍ତୁ ବର୍ତମାନ କିଛି ମଣ୍ଡିରୁ ଜରି ବସ୍ତାରେ ଧାନ ଉଠୁଥିବା ବେଳେ ଅଧେରୁ ଅଧିକ ମଣ୍ଡିରେ ଜରି ବସ୍ତାରେ ଧାନ ଗ୍ରହଣ କରିବାକୁ ମିଲର ଖୁଲମଖୂଲା ମନା କରିଦେଉଛନ୍ତି ।  ଏବଂ ଫଟା ଅଖା ବସ୍ତା ମିଲର ଯୋଗାଉଛନ୍ତି । ଯାହା ଦ୍ୱାରା ଚାଷୀ ପ୍ରତି କୁଇଟାଂଲରେ ୩ ରୁ ୪ କେଜି ଧାନର କ୍ଷତି ସହୁଛି । ଏଣୁ ଜରି ବସ୍ତାରେ ଥିବା ଧାନ ମଧ୍ୟ ମିଲର ଗ୍ରହଣ କରିବାକୁ  ଚାଷୀ ସଂଗଠନ ଦାବି କରୁଛି । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଚାଷୀଙ୍କୁ କମ ପରିମାଣର ଟୋକନ ଦିଆଯାଉଛି । ଯତ୍ ଦ୍ୱାରା ଚାଷୀ ଆଦାୟ କରୁଛି ପାଖାପାଖି ୨୫ କୁଇଟାଂଲ ପ୍ରତି ଏକର । କିନ୍ତୁ ବିକ୍ରି କରିବା ପାଇଁ କେଉଁଠି ୧୩ କୁଇଟାଂଲ ର ସୁଯୋଗ ରହିଥିବା ବେଳେ ଆଉ କେଉଁଠି ୧୯ କୁଇଟାଂଲ ର ସୁଯୋଗ ରହିଛି । ଯାହା ଫଳରେ ପ୍ରତ୍ୟେକ ଚାଷୀଙ୍କର କ୍ଷତି ହୋଇ ଅଭାବି ବିକ୍ରିର ଶିକାର ହେଉଛି । ଏଣୁ ସରକାର ଚାଷୀମାନଙ୍କ ପାଖରେ ମହଯୁଦ ଥିବା ସମସ୍ତ ଧାନ କ୍ରୟ କରିବାର ବ୍ୟବସ୍ଥା କରନ୍ତୁ । ହାତୀ, ବାରାହା, ମାଙ୍କଡ ପ୍ରମୁଖ ଜଙ୍ଗଲ ଜୀବ ଯନ୍ତୁଙ୍କ ଯୋଗୁଁ ହେଉଥିବା ଚାଷୀର କ୍ଷୟକ୍ଷତିର ଆକଳନ କରି ଚାଷୀକୁ ତାର ଉଚିତ କ୍ଷତି ପୁରଣ ଯୋଗାଇ ଦେବା ସଙ୍ଗେସଙ୍ଗେ ପ୍ରତିସେଧକ  ମୁଳକ ସୁରକ୍ଷାର ବ୍ୟବସ୍ଥା କରିବା ପାଇଁ କୋଶଲୀ କିଶାନ ସଭାର ଉପଦେଷ୍ଟା ତଥା ବରିଷ୍ଠ ଚାଷୀ ନେତା ଆକାଶ ମିଶ୍ର ଆଜିର ସାମ୍ବାଦିକ ସମ୍ମିଳନୀ ଆୟୋଯିତ କରି ସରକାରଙ୍କ ପାଖରେ ଦାବି ଜଣାଇଛନ୍ତି ଓ ସରକାର ଅତିଶିଘ୍ର ଏହି ସବୁ ସମସ୍ୟାର ସମାଧନ କରନ୍ତୁ ନଚେତ ସମସ୍ତ ଚାଷୀ ସଂଗଠନ ଓ ସମସ୍ତ ଚାଷୀମାନଙ୍କୁ ନେଇ ଆଗାମି ଦିନରେ ରାଜ୍ୟ ବ୍ୟାପି ଆନ୍ଦୋଳନ କୁ ଓହ୍ଲାଇବ ବୋଲି ଆଜିର ସମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ଚେତାବନି ଦେଇଛନ୍ତି ଯଦି କିଛି ଅଘଟଣ ଘଟେ ତାରି ପାଇଁ ସରକାର ଦାଇ ରହିବେ ବୋଲି ଚାଷୀ ନେତା ଶ୍ରୀ ମିଶ୍ର କହିଛନ୍ତି । କୋଶଲୀ କିଶାନ ସଭାର ସଭାପତି ପ୍ରସାନ୍ତ  ଭୋଇ, କାର୍ଯ୍ୟକାରୀ ସଭାପତି କୌସ୍ତୁବ ସାହୁ, ବରିଷ୍ଠ ଚାଷୀ ରବିନ୍ଦ୍ର ମିଶ୍ର, ରାଧାକାନ୍ତ ନାୟକ, କଙ୍ଗାଲି ଚରଣ ସାହୁଙ୍କ ସମେତ ପ୍ରମୁଖ ଚାଷୀ ନେତା ମାନେ ଆଜିର ଏହି ସମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ଚାଷିର ବିଭୀନ୍ନ ଅସୁବିଧାର ସମ୍ମୁଖିନ ହେଉଥିବାର ଅଭିଯୋଗ କରିଥିଲେ ।


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like