-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
28-Dec-2024
ନବରଙ୍ଗପୁର (ମିହିର ଶଙ୍କର ପାତ୍ର) ଦିଆଲି ଏକ କୃଷି ଭିତ୍ତିକ ପର୍ବ ଅଟେ। ଚାଷି ଭାଇ ମାନେ ଫୋସଲ ଅମଳ ପରେ ଏହି ପାରମ୍ପରିକ ପର୍ବ ଦିଆଲି ପାଳନ କରିଥାନ୍ତି। ମାନ୍ୟତା ଅନୁସାରେ ଗାଈ କୁ ହିନ୍ଦୁଧର୍ମରେ ମା ଭାବରେ ପୂଜା କରାଯାଏ । ଧାନ ଅମଳ ପରେ ପୌଷ ମାସରେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଅଂଚଳରେ ଭିନ୍ନ ଭିନ୍ନ ଦିନ ଭିନଭିନ୍ନ ସ୍ଥାନରେ ଦିଆଲି ପର୍ବ ପାଳନ କରାଯାଏ।ଗାଁରେ ବଅଁଲାନି ଯାତ୍ରା ପରେ ଗୋ-ମତାଙ୍କୁ ଦିଆଲି ଦିନ ନୈବେଦ୍ୟ ଦେଇ ପୂଜା କରାଯାଏ । ଘର ଓ ଦ୍ବାରକୁ ବିଭିନ୍ନ ପ୍ରକାର ଝୋଟି ଦେଇ ଧଳା ଓ ରଙ୍ଗମଟିରେ ସଜାଯାଏ । ଗୌଡ଼ିଆ ମାନେ ବାଦ୍ୟର ତଳେତାଳେ ନୃତ୍ୟ କରି ଘର ଘର ବୁଲନ୍ତି ।ଯେଉଁ ଘରର ଗରୁଗାଈର ରାକ୍ଷଣା ବେକ୍ଷଣର ଦାଇତ୍ୱ ନେଇଥାନ୍ତି ସେସବୁ ଘରରୁ ବର୍ଷର ପାରିଶ୍ରମିକ ନେଇ ଥାନ୍ତି ।ଘର ମାଲିକ ମାନଙ୍କୁ ଚୁଡା,ଗୁଡ଼, ହଂସ, କୁକୁଡ଼ା ଭେଟଦେଇ ଥାନ୍ତି ଖାଲି ସେତିକି ନୁହେଁ ଚିତ୍ରବୀଚିତ୍ର ବାଡ଼ି ଧରି ନୃତ୍ୟୁ ପରିବେଷଣ କରିଥାନ୍ତି। ଦିଆଲି ସମୟରେ ଯେଉଁ ବାଡ଼ି ଧରି ନୃତ୍ୟ ପରିବେଷଣ କରିଥାନ୍ତି ସେଇ ବାଡିକୁ ବାନାଡାଙ୍ଗ କୁହାଯାଏ ,ଏହାର ରଙ୍ଗ 'କଲା ଓ ଧଳା' । ଧୀରେଧୀରେ ଏହି ପରମ୍ପରା ଲୁପ୍ତହେବାକୁ ବସିଲାଣି କିନ୍ତୁ ଆଜିବି ଏହି ପାରମ୍ପରିକ ପର୍ବ ଗୁଡିକ ଆମ ନବରଙ୍ଗପୁର ଜିଲ୍ଲାର ଗାଁ ଓ ପଲ୍ଲୀ ଅଞ୍ଚଳରେ ଧୁମଧାମରେ ପାଳନ କରାଯାଏ । ଦିଆଲି ଦିନ ସଖାଲେ ଘରେଥିବା ସମସ୍ତ ଗାଈଗୋରୁଙ୍କୁ ଗାଧଇ ଖିଚୁଡ଼ି ଏବଂ ବିରିପିଠା ଖାଇବାକୁ ଦିଆଯାଏ ।ଏହାପରେ ସାହି ପଡିସାର ଲୋକଙ୍କୁ ପ୍ରସାଦ ବଣ୍ଟନ କରାଯାଏ । କେଉଁ ଆଦିମ କାଳରୁ ଡାବୁଗାଁ ଅଞ୍ଚଳରେ ଏହି ପର୍ବ ପାଳନ କରାଯାଉଛି କିନ୍ତୁ ପ୍ରଚାର ପ୍ରସାର ଅଭାବରୁ ଏସବୁ ଆଦିବାସୀମାନଙ୍କ ପାରମ୍ପରିକ ପର୍ବ ଗୁଡିକ ଲୋକଲୋଚନକୁ ଆସିପାରୁନି।