-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
25-Dec-2024
(ଡୋଲେଶ୍ୱର ବାଗ )
ନୂଆପଡ଼ା ଜିଲ୍ଲା ରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ମଣ୍ଡିରେ ଧାନ ବସ୍ତା ଭିଯିବା ନେଇ ଚାଷୀ ସମସ୍ୟା ଦେଖାଯାଉଛି।
ଜିଲ୍ଲାର ଅନେକ ମଣ୍ଡି ରେ ଧାନବସ୍ତା ରଖିବା ବ୍ୟବସ୍ଥା ନଥିବା ବେଳେ ଖୁଲା ଆକାଶ ତଳେ ଧାନ ବସ୍ତା ତାରପୋଲିନ ରେ ରଖାଯାଉଛି। ଫଳରେ ଧାନ ବସ୍ତା ଭିଜି ଗଜା ହେବା ସମସ୍ୟା ଦେଖାଯାଉଛି। କରଙ୍ଗାମାଲ ପେକ୍ସ ର ଗଣ୍ଡାବାହାଳୀ ଧାନ ମଣ୍ଡି ରେ କୁତ୍ରିମ ବନ୍ୟା l ଏଠାରେ ଖୋଲା ଆକାଶ ତଳେ ଚାଲୁଛି ମଣ୍ଡି l ମଣ୍ଡି ରେ ପଡ଼ିରହିଛି ହଜାର ହଜାର ବସ୍ତା ଧାନ l ମଣ୍ଡି ପରିସର ବର୍ଷା ରେ ବେହାଲ ହୋଇଥିବା ବେଳେ l କୋଦାଳ, ରଫା ଧରି ଚାଷୀ ମାନେ ମଣ୍ଡି ରୁ ବର୍ଷା ପାଣି କୁ ବାହାର କରୁଛନ୍ତି l ମଣ୍ଡି କୁ ସୁରକ୍ଷିତ କରିବା ପାଇଁ ଭିତ୍ତିଭୂମି ଏ ଆବଶ୍ୟକ ଥିବା ବେଳେ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧl ଏବେ ଅଞ୍ଚଳ ରେ ଘନ ଘନ ପ୍ରବଳ ବର୍ଷା ଗଣ୍ଡାବାହାଲି ଅଞ୍ଚଳ ର ଚାଷୀଙ୍କ ଧାନ ବିକ୍ରି ଚିନ୍ତା ଦୁଇ ଗୁଣା ବଢିଛି l ବର୍ଷା ଜାରୀ ରହିଲେ ଧାନ ସବୁ ଗଜା ହେବା ଆଶଙ୍କା କରିଛି ଚାଷୀ l ମଣ୍ଡିରେ ଧାନ ବସ୍ତା ସୁରକ୍ଷା ରେ ରଖିବା ସହ ଶୀଘ୍ର ଧାନ ଉଠାଇବାକୁ ଚାଷୀ ଦାବି କରିଛି l ଖଡ଼ିଆଳ, ବୋଡେ଼ନ, ସିନାପାଲି ଅଞ୍ଚଳ ରେ ରାତି ରୁ ବର୍ଷା ଜାରୀ ରହିଛି