-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
25-Dec-2024
ନବରଙ୍ଗପୁର(ମିହିର ଶଙ୍କର ପାତ୍ର)
ଡାବୁଗାଁ ବ୍ଲକ କୋଇଲାରୀ ଗ୍ରାମ ପଂଚାୟତ ସରାଗୁଡ଼ା ଗ୍ରାମରେ ଆଜି ମଙ୍ଗଳବାର ଦିନ କରା ଯାଏ ସ୍ବଛତା ର ପର୍ବ ବଅଁଳାନୀ ଯାତ୍ରା ପାଳିତ ହୋଇ ଯାଇଛି। ଗାଁ ପରିବେଶକୁ ନିର୍ମଳ ରଖିବା ଏବଂ ରୋଗମୁକ୍ତ ରଖିବା ପାଇଁ ଏହି ପର୍ବ ଆଦିବାସୀ ଅଞ୍ଚଳରେ ଅନେକ ସ୍ଥାନରେ ପାଳନ କରାଯାଇ ଥାଏ। ଗୋ ପୂଜନ ପର୍ବ ଦିଆଲି ପୂର୍ବରୁ ପାଳନ ହେଉଥିବା ଏହି ପର୍ବ କୁ ବଡ଼ ବଅଁଳାନୀ ବୋଲି କୁହାଯାଏ। ମାଁ ଙ୍କ ପ୍ରତୀକ କୁର୍ଚି,ପାଲିଙ୍କି ସହ ଶିରା ଗ୍ରାମ ପରିକ୍ରମା କରି ଏବଂ ଗ୍ରାମ ବାସୀ ଗାଁ ମୁଣ୍ଡ ଶେଷ ପ୍ରାନ୍ତରେ ପୂଜା ଅର୍ଚ୍ଚନା କରି ଯାତ୍ରା ର ସମାପ୍ତି କରିଥିଲେ। ମନ୍ଧର ପୂଜାରୀ, ଭଗବାନ ପୂଜାରୀ, କରମ ପୂଜାରୀ, କପୁରଚନ୍ଦ ମାଝୀ, ଲାଇବାନ ଭତ୍ରା, ଚୈତନ୍ୟ ଭତ୍ରା, ପଦମସାଇ ଭତ୍ରା,ବୈଦୁ ଭତ୍ରା, ଗ୍ରାମବାସୀ ଉପସ୍ଥିତ ଥିଲେ ଏବଂ ସେହି ସ୍ଥାନ ରେ ପାରମ୍ପାରିକ ରୀତି ନୀତିରେ ପୂଜାର୍ଚ୍ଚନା ରେ ଭୋଜିଭାତ କରି ନିଜ ନିଜ ଘରକୁ ଫେରିଥିଲେ । ଆଜି ସେଠାରେ ଗାଁ ପରିବେଶକୁ ନିର୍ମଳ ରଖିବା ପାଇଁ ଗାଁ ର ଅଳିଆ ଆବର୍ଜ୍ଜନା କୁ ବିସର୍ଜନ କରାଯାଇଥିଲା।ସ୍ବଛତାର ପର୍ବ ବଅଁଳାନୀ ଯାତ୍ରା ସମୟରେ ଗ୍ରାମର ପୂଜାରୀ, ସିରା ସମେତ ଗ୍ରାମବାସୀ ମାନେ ଉପସ୍ଥିତ ରହି ସହଯୋଗ କରି ଥିଲେ।