-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
24-Dec-2024
ଜମନକିରା ଥାନା ଫାଶୀମାଲ ଗ୍ରାମ ଦେହୁରୀଣି ମାଲ ଗ୍ରାମ ରେ ଦୁର୍ଘଟଣାରେ ଘଟି ୩୨ ବର୍ଷୀୟ ଦୀପକ ଠାକୁର ପ୍ରାଣ ହରାଇ ଛନ୍ତି। ଦୀପକ ଜଣେ ଦିନ ମଜୁରିଆ କରି ପରିବାର ପୋଷଣ କରୁଥିବା ବେଳେ ତାଙ୍କ ଦୁଇ ଜଣ ଶିଶୁ ଅଛନ୍ତି ଗ୍ରାମ ଲୋକ ସରକାରି ସହାୟତା ପ୍ରଦାନ ପାଇଁ ଦାବି କରିଛନ୍ତି। ଦୀପକ ଉକ୍ତ ଗ୍ରାମର ଆଶିଷ ଙ୍କ ଏକ ନମ୍ବର ବିହୀନ ଟ୍ରାକ୍ଟର ନେଇ ଯାଉଥିବା ବେଳେ ଏହି ଅଘଟଣ ଘଟିଛି। ଗ୍ରାମ ବାସୀଙ୍କ କହିବା ଅନୁଯାଇ ଦୀପକ ଟ୍ରାକ୍ଟର ନେଇ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଛି। ଦୁର୍ଘଟଣା ପରେ
ଦୀପକ ଙ୍କୁ ଫାଶୀମାଲ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ନିଆଯାଇଥିଲା ଓ ପ୍ରାଥମିକ ଚିକିତ୍ସା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୀପକଙ୍କ ମୃତ୍ୟୁ ଖବର ଜାଣିବା ପରେ ଗ୍ରାମରେ ଅଶାନ୍ତି ଦେଖା ଦେଇଥିଲା ଓ ଦୀପକ ଙ୍କ ପରିବାର ଲୋକଙ୍କୁ ସରକାରୀ ସହାୟତା ସହିତ କ୍ଷତିପୂରଣ ଦାବି ହୋଇଥିଲା ଜମନକିରା ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ଟ୍ରାକ୍ଟର ଜବତ କରି ଘଟଣା ର ତଦନ୍ତ କରୁଛି।
ଜମନକିରାରୁ ନଗମା ବେଗମଙ୍କ ରିପୋର୍ଟ