-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
24-Dec-2024
ବୀରମହାରାଜପୁର, (ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ଉଲୁଣ୍ଡା ଡିଗ୍ରୀ କଲେଜ ଓ କାଦୋଦର ମା ଉମାଦେବୀ ଆଞ୍ଚଳିକ କଲେଜ ଠାରେ
ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଙ୍ଘର ଦସ୍ତଖତ ଅଭିଯାନ ଶୁଭାରମ୍ଭ ହୋଇଛି । ୨୦୦୮ ମସିହା ରୁ ୨୦୧୮ ମସିହା ମଧ୍ୟରେ ରାଜ୍ୟର ବିଭିନ୍ନ ଅଣଅନୁଦାନ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ନିଯୁକ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ସରକାରୀ ଅନୁଦାନ ପ୍ରଦାନ ସହ ନୂତନ ଅନୁଦାନ ନୀତି ପ୍ରଣୟନ ଦାବିରେ ଏହି ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି I ଅଧ୍ୟାପକ ଓ କର୍ମଚାରୀମାନେ ଅଭିଯୋଗ କରିଛନ୍ତି, ୨୦୦୮ ମସିହାରୁ ଅଦ୍ୟାବଧି ଆମ୍ଭେ ବିନା ସରକାରୀ ଅନୁଦାନରେ ଅଧ୍ୟାପନା ଏବଂ ଆନୁସଙ୍ଗିକ କାର୍ଯ୍ୟ ସମ୍ପାଦନ କରିଆସୁଛୁ l ନବ ନିର୍ବାଚିତ ସରକାରଙ୍କୁ ୬ ମାସ ବିତିଯାଇଥିଲେ ମଧ୍ୟ ଆମର ଦାବିପ୍ରତି ସରକାରଙ୍କ ଉଦାସୀନତା ମର୍ମାହତ କରିଛି I ଦସ୍ତଖତ ଅଭିଯାନ ମାଧ୍ୟମରେ ଆମେ ସରକାରଙ୍କୁ ଆମ ଦାବି ଉଠାଇବୁ ବୋଲି ସଂଘର ସଭାପତି ବିଶ୍ଵରଞ୍ଜନ ଦାସ ନିର୍ଦେଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂଯୋଜକ ଅଧ୍ୟାପକ ଉଦ୍ଧବ ପଧାନ , ଉଲୁଣ୍ଡା ଖଣ୍ଡ ସଂଯୋଜକ ଅଧ୍ୟାପକ ସୁଶାନ୍ତ ଦେହୁରୀ, ବଳମକୁନ୍ଦ ବାରିକ, ରଞ୍ଜିତା ମିଶ୍ର, ସାଧନା ମେଲ୍ଲୀ, ଅମିତାରାଣୀ ସାହୁ, ଆଶିଷ ଦେହୁରୀ, ସଂଜୀବ ଦନ୍ତା,ଶମ୍ଭୁ ପ୍ରସାଦ ଭୋଇ, ଯୋଗୀନ୍ଦ୍ର ପଧାନ, ବାଦଲ ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ l