-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
23-Dec-2024
ବୀରମହାରାଜପୁର,( ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ବଡ଼ଖମାର ମଠ ଠାରୁ ଡୁଙ୍ଗୁରି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ମଝିରେ ବିଦ୍ୟୁତ ଖୁଣ୍ଟ ରହିଛି। ଉକ୍ତ ରାସ୍ତାଟି ପ୍ରଶସ୍ତିକରଣ କାମ ସରିଥିବା ବେଳେ ମଝିରେ ଥିବା ବିଦ୍ୟୁତ ଖୁଣ୍ଟ ନହଟାଇ ପିଚୁ ଢାଳିଦିଅ ଯାଇଛି। ଏଭଳି ହୋଇଛି ଯେ , ଯେକୌଣସି ସମୟରେ ବାଇକ ଆରୋହୀ ମାନେ ଏହି ବିଦ୍ୟୁତ ଖୁଣ୍ଟ ରେ ପିଟି ହୋଇ ଦୁର୍ଘଟଣା ସମ୍ମୁଖୀନ ହେବାର ଆଶଙ୍କା ରହିଛି। ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଜନ ପକ୍ଷରୁ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ହୋଇଛି। ତୁରନ୍ତ ଏହି ରାସ୍ତା ଉପରୁ ବିଦ୍ୟୁତ ଖୁଣ୍ଟ ହଟାଇବା ପାଇଁ ଜନସାଧାରଣ ରେ ଦାବି ହେଉଛି।