-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||     

HOME   ଜିଲ୍ଲା

“ପରିବର୍ତ୍ତିତ ବିଶ୍ୱପରିବେଶ ସମସ୍ତଙ୍କ ପାଇଁ ବିପଦ,ବ୍ୟାପକ ବୃକ୍ଷରୋପଣ ହେଉ”

22-Dec-2024



ବଲାଙ୍ଗୀର(ପ୍ରେରଣା ଖବର): ସଂପ୍ରତି ପରିବର୍ତ୍ତିତ ବିଶ୍ୱପରିବେଶ ସମସ୍ତଙ୍କ ବିପଦ ସୃଷ୍ଟି କରିଛି । ପରିବେଶ ପ୍ରଦୂଷଣରୁ ବିଶ୍ୱର ତାପମାତ୍ରା ବୃଦ୍ଧି ପାଉଛି । ଗ୍ରୀନହାଉସ ଇଫେକ୍ଟକୁ ରୋକିବାକୁ ବିଭିନ୍ନ ସମୟରେ ଆଲୋଚନା ହେଉଛି କିନ୍ତୁ ତାହା କାର୍ଯ୍ୟକାରୀ ହେଉନି । ବିଶ୍ୱର ଉନ୍ନତ ଦେଶମାନେ ଏଥିରେ ବାଧକ ସାଜିଛନ୍ତି । କିନ୍ତୁ ଆମେ ନିଜେ ନିଜେ ଉଦ୍ୟମ କରି ପରିବେଶକୁ ସୁରକ୍ଷା କରିପାରିବା । ଦେଶରେ ବିକାଶ ସାଙ୍ଗକୁ ପରିବେଶ ସୁରକ୍ଷା ପାଇଁ ମଧ୍ୟ ଯତ୍ନବାନ ହେବାକୁ ପଡିବ । ତେଣୁ ସମସ୍ତେ ବ୍ୟାପକ ବୃକ୍ଷରୋପଣ କରିବାକୁ ପିପିଏକାଡେମୀ ହାଇସ୍କୁଲର ହୀରକଜୟନ୍ତୀ ଉତ୍ସବର ଦ୍ୱିତୀୟଦିନରେ “ବିକାଶ ବନାମ ବିନାଶ” ଶୀର୍ଷକ ଆଲୋଚନାରେ ମୁଖ୍ୟବକ୍ତା ଭାବରେ ଯୋଗଦେଇଥିବା ବରିଷ୍ଠ ସାମ୍ବାଦିକ ଅରବିନ୍ଦ ଦାସ ମତବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ,ଆମେରିକା ପରିବେଶ ସମ୍ଭନ୍ଧିୟ ପ୍ୟାରିସ ଚୁକ୍ତିକୁ ମାନିବାକୁ ମନାକରୁଛି । ଆହୁରି ଅନେକ ଦେଶ ପରିବେଶ ପ୍ରଦୂଷଣ ପାଇଁ ଦାୟୀ ଥିଲେ ମଧ୍ୟ ପରିବେଶ ସୁରକ୍ଷା ପାଇଁ କିଛି ମଧ୍ୟ ପଦକ୍ଷେପ ନେଉନାହାଁନ୍ତି । ଯାହାକି ବିଶ୍ୱକୁ ବିପଦ ଅଡକୁ ଠେଲିଦେଉଛି । ବର୍ଷର ଖୁବକମ ଦିନ ଶୀତ ହେଉଛି । ବର୍ଷା ମଧ୍ୟ କମିଯାଉଛି ଓ ଗ୍ରୀଷ୍ମଋତୁ ବଢିଯାଉଛି । ବିଶ୍ୱରେ ୧.୩% ତାପମାତ୍ରା କମାଇବାକୁ ପ୍ୟାରିସଚୁକ୍ତିରେ ଟାର୍ଗେଟ ଥିଲା କିନ୍ତୁ ତାହା ପୂରଣ ହେଉନାହିଁ । ତେଣୁ ଲୋକଙ୍କ ସଚେତନ କରାଯାଇ ବ୍ୟାପକ ବୃକ୍ଷରୋପଣ କରାଯାଉ ଓ ଛାତ୍ରଛାତ୍ରୀଙ୍କୁ ସ୍କୁଲଜୀବନରୁ ଏଥିପ୍ରତି ଆକୃଷ୍ଟ କରିବାକୁ ସ୍କୁଲପାଠ୍ୟକ୍ରମରେ ସାମିଲ କରିବାକୁ ଶ୍ରୀ ଦାସ ଆହ୍ୱାନ ଦେଇଥିଲେ । ସ୍କୁଲର ପୁରାତନ ଛାତ୍ର ଯୋଗେଶ୍ୱର ସାହୁଙ୍କ ସଭାପତିତ୍ୱ ଓ ମନୋରଂଜନ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଦିନବେଳାର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ରାଜ୍ୟସଭା ସାଂସଦ ନିରଂଜନ ବିଶି,ସମ୍ମାନୀତ ଅତିଥି ଭାବରେ ଭୀମସାରର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଡ.ଅଶ୍ୱିନୀ ପୂଜାହାରୀ,ପୁରାତନ ଛାତ୍ର ଶରତଚନ୍ଦ୍ର ପଣ୍ଡା ଓ ମୁଖ୍ୟବକ୍ତା ଭାବରେ ବରିଷ୍ଠ ସାମ୍ବାଦିକ ଅରବିନ୍ଦ ଦାସ ଯୋଗଦେଇଥିଲେ । ମୁଖ୍ୟଅତିଥି ତାଙ୍କ ବକ୍ତବ୍ୟରେ ପୁରାତନ ଦିନର ଶିକ୍ଷାବ୍ୟବସ୍ଥା ସାଙ୍ଗରେ ବର୍ତ୍ତମାନ ଚାଲିଥିବା 

ଶିକ୍ଷାବ୍ୟବସ୍ଥା ଉପରେ ତୁଳନା କରିଥିଲେ। ପରିବେଶ ଉପରେ ଆଲୋଚନା କରି ଶ୍ରୀ ବିଶି କହିଲେ ଯେ,ଆଜି ଜଙ୍ଗଲ କ୍ଷୟ ହେବା ସାଙ୍ଗକୁ କୃଷିକ୍ଷେତ୍ରରେ ମଧ୍ୟ ବ୍ୟାପକ ରାସାୟନିକ ସାର,କୀଟନାଶକ ବ୍ୟବହାର ପରିବେଶକୁ କ୍ଷତିପହଞ୍ଚାଉଛି । ପୂର୍ବରୁ ଛାତ୍ରମାନେ ବୈପ୍ଲବିକ ଚିନ୍ତାଧାରାର ରହୁଥିଲେ । କିନ୍ତୁ ଆଜି ପରିବେଶ ଆସନ୍ତୁଳନ ହେଉଥିବା ଓ ପ୍ରଦୂଷଣ ବଢୁଥିବା ବେଳେ କେହି ମଧ୍ୟ ପ୍ରତିକ୍ରୀୟା ପ୍ରକାଶ କରୁନାହାଁନ୍ତି । ଆଗକୁ ସ୍ଥିତି ଅସମ୍ଭାଳ ହେବା ପୂର୍ବରୁ ଆମେ ପ୍ରତିକ୍ରୀୟା ଶୀଳ ହେବାକୁ ପଡିବ ବୋଲି ସାଂସଦ ଶ୍ରୀ ବିଶି ମତ ଦେଇଥିଲେ । ସମ୍ମାନୀତ ଅତିଥି ଡ.ପୂଜାରୀ ତାଙ୍କ ବକ୍ତବ୍ୟରେ କହିଲେ ଯେ,ସ୍କୁଲର ଶ୍ରେଷ୍ଠତା ତାର ଛାତ୍ରଛାତ୍ରୀଙ୍କ ଉପରେ ନିର୍ଭର କରିଥାଏ । ଯେଉଁ ସ୍କୁଲର ଛାତ୍ରଛାତ୍ରୀ ନିଜକୁ ଯେତେ ଉନ୍ନତ କରିପାରିବେ ସେମାନଙ୍କ ସ୍କୁଲର ମର୍ଯ୍ୟାଦା ସେତେ ପରିମାଣରେ ବଢିଥାଏ ବୋଲି ଡ.ପୂଝାରୀ କହିଥିଲେ । ଏହି ଅବସରରେ ସ୍କୁଲର ପୂର୍ବତନ ଶିକ୍ଷକ, କର୍ମଚାରୀମାନଙ୍କୁ ସମ୍ମାନୀତ କରାଯାଇଥିଲା । ଶେଷରେ ଶରତଚନ୍ଦ୍ର ପଣ୍ଡା ସମସ୍ତଙ୍କ ଧନ୍ୟବାଦ ଅର୍ପଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026

You Might Also Like