-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
21-Dec-2024
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର): ଡୁଙ୍ଗୁରିପାଲି ମହାବିଦ୍ୟାଳୟର ୪୦ ତମ ବାର୍ଷିକ କ୍ରିଡ଼ା ଉତ୍ସବ ଡିସେମ୍ବର ୧୯ ଓ ୨୦ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ସରୋଜ କୁମାର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ବିଶିଷ୍ଠ କ୍ରୀଡାବିତ ସତ୍ୟନାରାୟଣ ପ୍ରଧାନ ଯୋଗ ଦେଇ କ୍ରିଡ଼ା ସଂପର୍କିତ ନିଜସ୍ଵ ଅନୁଭୂତି ପରିପ୍ରକାଶ କରିବା ସହ କୃତୀ ପ୍ରତିଯୋଗୀଙ୍କୁ
ପୁରସ୍କାର ବିତରଣ କରିଥିଲେ । ଏହି ବାର୍ଷିକ କ୍ରୀଡା ଉତ୍ସବର ଉପସଭାପତି ପ୍ରଧ୍ୟାପକ ବିଜୟାନନ୍ଦ ଦାଶ ଉଦ୍ଯାପନୀ ଉତ୍ସବକୁ ପରିଚାଳନା କରିଥିବା ବେଳେ ଅଧ୍ୟାପିକା ସୁଶ୍ରୀ ଲିପ୍ସା ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ବାର୍ଷିକ କ୍ରିଡ଼ା ଉତ୍ସବକୁ ପିଇଟି ଜିତେନ୍ଦ୍ରିୟ ବୁଡ଼େକ, ଯାଦବ ବେହେରା, ସାନନ୍ଦ ବାରିକ,ଆଶିର୍ବାଦ ବେହେରା ପ୍ରମୁଖ ପରିଚାଳନା କରିଥିଲେ। ଉଭୟ ଯୁକ୍ତ-୨ ଓ ଯୁକ୍ତ-୩ ବାଳକ ଓ ବାଳିକା ବିଭାଗ ରୁ ୫୦ ଟି ଇଭେଣ୍ଟ୍ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ସର୍ବମୋଟ ୫୪୭ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଛାତ୍ର ବିକାଶ କୁମ୍ଭାର ଚମ୍ପିୟନ ଖେଳାଳୀ ଭାବେ ଘୋଷିତ ହୋଇଥିଲେ। ପ୍ରାରମ୍ଭିକ ଓ ଉଦ୍ଯା ପରିଶେଷରେ ଅଧ୍ୟାପିକା ସୁଶ୍ରୀ ସୁପ୍ରିୟା ଡୁଙ୍ଗଡୁଙ୍ଗ ଧନ୍ୟବାଦ ଅର୍ପଣ କରିଥିଲେ। ସୁଶ୍ରୀ ଲକ୍ଷ୍ମୀ ପାଣ୍ଡେ ପ୍ରାରମ୍ଭିକ ଓ ଉଦ୍ଯାପନୀ ସଙ୍ଗୀତଗାନ କରି ଥିଲେ। ଏହି ଉତ୍ସବରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।