-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
20-Dec-2024
ଅତାବିରା (ଆକାଶ ମିଶ୍ର): ଅସମ୍ପୂର୍ଣ୍ଣ ତଥା ତ୍ରୁଟିପୂର୍ଣ୍ଣ ୫୩ନଂ ମୁଖ୍ୟ ଜାତୀୟ ରାଜପଥ ବରଗଡ଼-ସମ୍ବଲପୁର ୱେ ରେ ସକାଳ ପହିଲେ ଦୁର୍ଘଟଣା ଯେମିତି ସାଧାରଣ ହୋଇଯାଇଛି ।ଆଜି ଅତାବିରା ଥାନା ଅନ୍ତର୍ଗତ ଦମଦମା ବ୍ରିଜ ନିକଟରେ ଭୋର ୪ଟା ରେ ସି ଜି ୦୬ଏଚ ଏ ୭୬୫୭ ପଥର ବୋଝେଇ ଟ୍ରକ ବରଗଡ଼ ରୁ ସମ୍ବଲପୁର ଅଭିମୁଖେ ଯାଉଥିବା ସମୟରେ ଉକ୍ତ ୱେ ରେ ଡ଼ବ୍ଲୁ ବି ୨୩ଡି ୯୭୩୬ ଏକ ମାଲ ବୋଝେଇ ଟ୍ରକ ଓଭର ଟେକ କରୁଥିବା ସମୟରେ ନିକଟରେ ଯାଉଥିବା ସି ଜି ଟ୍ରକ କୁ ଧକ୍କା ଦେବା ଫଳରେ ଗାଡି ଟି ଡିଭାଇଡର କୁ ଚଢ଼ି ଯାଇ ଉଭୟ ଟ୍ରକ ର ଚକ ଫାଟି ଯାଇ ଗାଡି ଦ୍ବୟ ରାଜପଥ ଉପରେ ଅଟକି ରହିଥିଲା। ଅଳ୍ପକେ ଡ୍ରାଇଭର ଓ ଯିବାଆସିବା ଲୋକେ ବର୍ତ୍ତି ଯାଇ ଥିଲେ।ଏପରିକି ଦୀର୍ଘ ସମୟ ଧରି ରାଜପଥ ଉପରେ ଦୁର୍ଘଟଣା ଗ୍ରସ୍ତ ଗାଡି ଦ୍ବୟ ରହିଥିବା ବେଳେ ରାଜପଥ ରେ ଗାଡି ଚଳାଚଳ ତଥା ପଥଚାରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଥିଲା ।